ETV Bharat / sports

ଡୋପିଂ ଟେଷ୍ଟ ପାଇଁ ମନାକରି ଆମେରିକୀୟ ଅଲମ୍ପିକ ସ୍ପ୍ରିଣ୍ଟର ଷ୍ଟିଭେନ 18 ମାସ ବାସନ୍ଦ

ଅଲମ୍ପିକ ଫାଇନାଲରେ ପହଞ୍ଚିଥିବା ସ୍ପ୍ରିଣ୍ଟର ଡେଜାହ ଷ୍ଟିଭେନ 18 ମାସ ପାଇଁ ବାସନ୍ଦ ହେଇଛନ୍ତି । ଡୋପିଂ ଟେଷ୍ଟ ପାଇଁ ଅନିଚ୍ଛା ପ୍ରକାଶ କରିଥିବାରୁ ଏହି ବାସନ୍ଦାଦେଶ ହୋଇଥିବା ଜଣାପଡିଛି ।

American sprinter Stevens banned 18 months for missed tests
ଆମେରିକୀୟ ଅଲମ୍ପିକ ସ୍ପ୍ରିଣ୍ଟର ଷ୍ଟିଭେନ 18 ମାସ ବାସନ୍ଦ
author img

By

Published : Jul 17, 2020, 11:52 AM IST

ମନାକୋ: ଅଲମ୍ପିକ ଫାଇନାଲରେ ପହଞ୍ଚିଥିବା ସ୍ପ୍ରିଣ୍ଟର ଡେଜାହ ଷ୍ଟିଭେନ 18 ମାସ ପାଇଁ ବାସନ୍ଦ ହେଇଛନ୍ତି । ଡୋପିଂ ଟେଷ୍ଟ ପାଇଁ ଅନିଚ୍ଛା ପ୍ରକାଶ କରିଥିବାରୁ ଏହି ବାସନ୍ଦାଦେଶ ହୋଇଥିବା ଜଣାପଡିଛି । ଏହାପରେ ଷ୍ଟିଭେନ ଟୋକିଓ ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ ।

ଆଥଲେଟିକ ଅଖଣ୍ଡତା ୟୁନିଟ ଅନୁଯାୟୀ, ବର୍ଷ 2019ରେ ଓରିଜିନ ଓ ୱେଷ୍ଟ ହଲିଉଡରେ କରାଯାଇଥିବା 3ଟି ଡୋପିଂ ଟେଷ୍ଟରେ ଅନୁପସ୍ଥିତ ରହିଥିଲେ ଷ୍ଟିଭେନ । ଏହା ଡୋପିଂ ନିୟମର ଉଲଂଘନ ହୋଇଥିବାରୁ ଗୋଟିଏ ବର୍ଷ କିମ୍ବା ଅଧିକ ବାସନ୍ଦର ନିୟମ ରହିଛି । 25 ବର୍ଷୀୟା ଆମେରିକାନ ଧାବିକାଙ୍କ ବାସନ୍ଦାଦେଶ ତାରିଖ 17 ଫେବୃଆରୀ, 2020 ପିଛିଲା ଭାବେ ଲାଗୁ ହୋଇଛି । ଆସନ୍ତା ବର୍ଷ ଅର୍ଥାତ ଅଗଷ୍ଟ 2021ରେ ଏହା ଶେଷ ହେବ । ତେବେ ଏହି ବାସନ୍ଦାଦେଶ ବିରୁଦ୍ଧରେ ଷ୍ଟିଭେନ ମଧ୍ୟସ୍ଥି କୋର୍ଟରେ ଆବେଦନ କରିପାରିବେ ।

2016 ରିଓ ଅଲମ୍ପିକ୍ସରେ 200 ମିଟର ଦୌଡ ଇଭେଣ୍ଟ ଫାଇନାଲରେ 7ମ ସ୍ଥାନରେ ରହିଥିଲେ ଷ୍ଟିଭେନ । 2017 ଲଣ୍ଡନ ୱାର୍ଲ୍ଡ ଚମ୍ପିଆନସିପ ଲଣ୍ଡନରେ 5ମ ସ୍ଥାନରେ ରହିଥିଲେ । 2017ରେ ସେ 200 ମିଟର ନ୍ୟାସନାଲ ଚମ୍ପିଆନ ରହିଛନ୍ତି । ୟୁନିଭରସିଟି ଅଫ ଅରିଜିନ ପକ୍ଷରୁ 4X 400 ରିଲେ ଦୌଡ ଇଭେଣ୍ଟରେ ପୂର୍ବତନ NCAA ଚମ୍ପିଆନ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.