ହାଇଦ୍ରାବାଦ: ଦେଶକୁ କ୍ରୀଡା କ୍ଷେତ୍ରରେ ପାୱରହାଉସ କରିବା ନେଇ ଭାରତ ସରକାରଙ୍କ ବଡ ପଦକ୍ଷେପ । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ମୀଜୋରାମରେ ଥିବା ବକ୍ସିଂ, ଜୁଡୋ, ଭାରୋତ୍ତୋଳନର 3ଟି ଖେଲୋ ଇଣ୍ଡିଆ ଏକ୍ସଲେନ୍ସ ସେଣ୍ଟରର ଲୋକାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟରେ ଅନୁଷ୍ଠିତ ହୋଇଛି ।
ଭାରତ ସରକାର ରାଜ୍ୟ ଗୁଡିକରେ କ୍ରୀଡା ଭିତ୍ତିଭୂମି ସୁଦୃଢ କରିବା ଦିଗରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୀଜୋରାମ ସମେତ ଅରୁଣାଚଳ ପ୍ରଦେଶ, କେରଳ, କର୍ଣ୍ଣାଟକ, ମଣୀପୁର, ନାଗାଲାଣ୍ଡ, ଓଡିଶା ଓ ତେଲେଙ୍ଗାନାରେ ଖେଲୋ ଇଣ୍ଡିଆ ରାଜ୍ୟ ସେଣ୍ଟର ଅଫ ଏକ୍ସଲେନ୍ସ ଉଦ୍ଘାଟନ କରିଛନ୍ତି ।
-
आदरणीय प्रधानमंत्री श्री @narendramodi जी के #FitIndiaNewIndia मुहीम के तहत एक बड़ा कदम।
— Kiren Rijiju (@KirenRijiju) December 22, 2020 " class="align-text-top noRightClick twitterSection" data="
इसी क्रम में आज 8 राज्यों में @kheloindia स्टेट सेंटर ओफ़ एक्सलेन्स का उद्घाटन किया गया। @BSYBJP @robertroyte @VSrinivasGoud @sports_odisha pic.twitter.com/4Vs1ToOMr1
">आदरणीय प्रधानमंत्री श्री @narendramodi जी के #FitIndiaNewIndia मुहीम के तहत एक बड़ा कदम।
— Kiren Rijiju (@KirenRijiju) December 22, 2020
इसी क्रम में आज 8 राज्यों में @kheloindia स्टेट सेंटर ओफ़ एक्सलेन्स का उद्घाटन किया गया। @BSYBJP @robertroyte @VSrinivasGoud @sports_odisha pic.twitter.com/4Vs1ToOMr1आदरणीय प्रधानमंत्री श्री @narendramodi जी के #FitIndiaNewIndia मुहीम के तहत एक बड़ा कदम।
— Kiren Rijiju (@KirenRijiju) December 22, 2020
इसी क्रम में आज 8 राज्यों में @kheloindia स्टेट सेंटर ओफ़ एक्सलेन्स का उद्घाटन किया गया। @BSYBJP @robertroyte @VSrinivasGoud @sports_odisha pic.twitter.com/4Vs1ToOMr1
ଦେଶକୁ କ୍ରୀଡା କ୍ଷେତ୍ରରେ ଶକ୍ତିଶାଳୀ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବପ୍ନ ରହିଛି । ଏହି ଦିଗରେ ରାଜ୍ୟ ଗୁଡିକ ସହ ଉଚିତ ସମନ୍ବୟ ସହ କ୍ରୀଡାମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରୁଥିବା ଏହି ଅବସରରେ କହିଥିଲେ କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ