ETV Bharat / sports

All England Open Badminton: ଫାଇନାଲରେ ପରାସ୍ତ ଲକ୍ଷ ସେନ, ରୌପ୍ୟରେ ସନ୍ତୁଷ୍ଟ - ଲକ୍ଷ ସେନ ବ୍ୟାଡମିଣ୍ଟନ ଖେଳାଳି

ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଭାରତୀୟ ସର୍ଟଲର ଲକ୍ଷ ସେନ ପରାସ୍ତ । ଫଳରେ ଲକ୍ଷଙ୍କ ସ୍ବର୍ଣ୍ଣ ପଦକ ବିଜୟ ସ୍ବପ୍ନ ଅଧୁରା ରହିଯାଇଛି । ଅଧିକ ପଢନ୍ତୁ

All England Open Badminton: ଫାଇନାଲରେ ପରାସ୍ତ ଲକ୍ଷ ସେନ, ରୌପ୍ୟରେ ସନ୍ତୁଷ୍ଟ
All England Open Badminton: Lakshya Sen loses to Viktor Axelsen in straight games
author img

By

Published : Mar 20, 2022, 11:00 PM IST

Updated : Mar 21, 2022, 4:31 PM IST

ବର୍ମିଂହାମ: ଅଧୁରା ରହିଗଲା ଭାରତୀୟ ଯୁବ ସର୍ଟଲର ଲକ୍ଷ ସେନଙ୍କ ଅଲ୍‌ ଇଂଲଣ୍ଡ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଟାଇଟେଲ ଜିତିବା ସ୍ବପ୍ନ । ଫାଇନାଲରେ ପରାସ୍ତ ହେବାପରେ ଲକ୍ଷଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ବିଶ୍ବ ନମ୍ବର ୧ ଭିକ୍ଟର ଆକ୍ସେଲସେନ, ଭାରତର ଲକ୍ଷ ସେନଙ୍କୁ ପରାସ୍ତ କରି ସମ୍ମାନଜନକ ଅଲ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପ ଟାଇଟେଲ ବିଜେତା ହୋଇଛନ୍ତି ।

ଅଲମ୍ପିକ ଚାମ୍ପିୟନ ଭିକ୍ଟର ବର୍ମିଂହାମରେ ୫୩ ମିନିଟ୍‌ ଧରି ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ୨୧-୧୦, ୨୧-୧୫ରେ ଭାରତୀୟ ସର୍ଟଲର ଲକ୍ଷ ନେସନଙ୍କୁ ପରାସ୍ତ କରିଥିଲେ । ଏହି ବିଜୟ ସହିତ ସେନଙ୍କ ବିପକ୍ଷରେ ଡେନ୍‌ ସର୍ଟଲରଙ୍କ ବିଜୟ ରେକର୍ଡ ଏବେ ୫-୧ ହୋଇଛି ।

ଭାରତୀୟ ଯୁବ ସର୍ଟଲର ପ୍ରକାଶ ପାଦୁକୋନ(୧୯୮୦) ଓ ପୁଲେଲା ଗୋପୀଚାନ୍ଦଙ୍କ(୨୦୦୧) ପରେ କେବଳ ତୃତୀୟ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଭାବେ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିୟନସିପ ଟାଇଟାଲ ଲକ୍ଷ୍ୟରେ ରହିଥିଲେ । ଅଲ ଇଂଲଣ୍ଡ ବିଶ୍ବର ସର୍ବପୁରାତନ ଓ ସବୁଠୁ ଅଧିକ ସମ୍ମାନଜନକ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ।

ମେଗା ଟୁର୍ଣ୍ଣାମେଣ୍ଟର ରନର୍ସଅପ ହେବାପରେ ସେନ ବର୍ତ୍ତମାନ ଅଲ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପ ଫାଇନାଲ ଖେଳିଥିବା ପଞ୍ଚମ ଭାରତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ୧୯୪୭ରେ ପ୍ରକାଶ ପାଦୁକୋନ, ୧୯୮୦, ୧୯୮୧ରେ ପ୍ରକାଶ ପାଦୁକୋନ, ୨୦୦୧ରେ ପୁଲେଲା ଗୋପୀଚାନ୍ଦ ଓ ୨୦୧୫ରେ ସାଇନା ନେହୱାଲ ପୂର୍ବରୁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳିସାରିଛନ୍ତି ।

ଲକ୍ଷ ସେନ ନିକଟରେ ଜବରଦସ୍ତ ଫର୍ମରେ ରହିଛନ୍ତି । ଗତବର୍ଷ ଡିସେମ୍ବରରେ ନିଜ କ୍ୟାରିୟରର ପ୍ରଥମ ୱାର୍ଲ୍ଡ ଚାମ୍ପିୟନସିପ ବ୍ରୋଞ୍ଜ ବିଜୟୀ ହେବାପରେ ଜାନୁଆରୀ ମାସରେ ଇଣ୍ଡିଆ ଓପନରେ ପ୍ରଥମ ସୁପର ୫୦୦ ଟାଇଟେଲ ଓ ଗତ ସପ୍ତାହରେ ଜର୍ମାନ ଓପନରେ ରନର୍ସଅପ ହୋଇଥିଲେ ।

ANI

Last Updated : Mar 21, 2022, 4:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.