ETV Bharat / sports

ଭାରତର ଗୌରବ, ୧୪ ବର୍ଷରେ ୱିମ୍ବଲଡନ ଖେଳିଲେ ଐଶ୍ୱର୍ଯ୍ୟା ଯାଦବ

author img

By

Published : Jul 14, 2022, 10:23 PM IST

ଟେନିସ ଜଗତର ସବୁଠାରୁ ପ୍ରତିଷ୍ଠିତ ପ୍ରତିଯୋଗିତା ୱିମ୍ବଲଡନ୍‌ ଓପନ ଖେଳିଲେ ଭାରତର ୧୪ ବର୍ଷୀୟ କ୍ରୀଡ଼ାବିତ୍‌ । ମହାରାଷ୍ଟ୍ର କୋହ୍ଲାପୁର ଐଶ୍ବର୍ଯ୍ୟା ଯାଦବ ଏହି ଉପଲବ୍ଧି ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ

ଭାରତର ଗୌରବ, ୧୪ ବର୍ଷ ବୟସରେ ୱିମ୍ବଲଡନ ଖେଳିଲେ ଐଶ୍ବର୍ଯ୍ୟା ଯାଦବ

ମୁମ୍ବାଇ: ଟେନିସ ଜଗତର ସବୁଠାରୁ ପ୍ରତିଷ୍ଠିତ ପ୍ରତିଯୋଗିତା ୱିମ୍ବଲଡନ୍‌ ଓପନ ଖେଳିଲେ ଭାରତର ୧୪ ବର୍ଷୀୟ କ୍ରୀଡ଼ାବିତ୍‌ । ମହାରାଷ୍ଟ୍ର କୋହ୍ଲାପୁର ଐଶ୍ବର୍ଯ୍ୟା ଯାଦବ ଏହି ଉପଲବ୍ଧି ହାସଲ କରିଛନ୍ତି । ତେବେ ଗ୍ରୀନ୍‌ କୋର୍ଟରେ ତାଙ୍କୁ ପ୍ରଥମ ୪ଟି ମ୍ୟାଚ୍‌ରେ ପରାଜୟ ସାମ୍ନା କରିବାକୁ ପଡ଼ିଛି ।

ମହାରାଷ୍ଟ୍ର କୋହ୍ଲାପୁରରୁ ଅନେକ କ୍ରୀଡ଼ାବିତ୍‌ ବିଶ୍ବସ୍ତରରେ ଦେଶର ନାଁ ରଖିଛନ୍ତି । ଏହି ତାଲିକାରେ ଏଣିକି ଉଦୀୟମାନ ଟେନିସ କ୍ରୀଡ଼ାବିତ୍‌ ଐଶ୍ବର୍ଯ୍ୟା ଯାଦବଙ୍କ ନାମ ମଧ୍ୟ ଯୋଡ଼ି ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସେ ପରାଜିତ ହୋଇଥିଲେ ସୁଦ୍ଧା ଅନେକ ଅଭିଜ୍ଞତା ପାଇଥିବା କଥା ସେ କହିଛନ୍ତି ।

୨୦୦୮ ମସିହା ଅକ୍ଟୋବର ୪ ତାରିଖରେ ଜଣେ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି ଐଶ୍ବର୍ଯ୍ୟା ଯାଦବ । ପିଲାଟି ଦିନରୁ କ୍ରୀଡ଼ା ପ୍ରତି ତାଙ୍କ ଆଗ୍ରହ ଥିଲା । ଖୁବ୍‌ କମ୍‌ ସମୟ ମଧ୍ୟରେ ସେ ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ନିଜ ଜଲୱା ଦେଖାଇଥିଲେ । ଯାହାଫଳରେ ସେ ୱିମ୍ବଲଡନ୍‌ ଓପନ ଭଳି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିଲେ । ଆଗାମୀ ଦିନରେ ସେ ଟେନିସ କ୍ଷେତ୍ରରେ ଅନେକ ସଫଳତା ହାସଲ କରିବା ଆଶା ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.