ETV Bharat / sports

ସେପ୍ଟେମ୍ବର ୨ ରେ ହେବ AIFF ନିର୍ବାଚନ

author img

By

Published : Aug 23, 2022, 10:44 PM IST

Updated : Oct 29, 2022, 3:39 PM IST

ବିଶ୍ବ ଫୁଟବଲ ସଂଘ ଫିଫାର (the world governing body FIFA) ଆବେଦନକ୍ରମେ ସୁପ୍ରିମକୋର୍ଟ ସିଓଏକୁ (Committee of Administrator) ରଦ୍ଧ କରିଦେଇଛନ୍ତି । ଏଆଇଏଫଏଫ (All India Football Federation) କାର୍ଯ୍ୟକାରୀ ସମିତିର ନିର୍ବାଚନ ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ସେପ୍ଟେମ୍ବର ୨ ରେ ହେବ AIFF ନିର୍ବାଚନ
ସେପ୍ଟେମ୍ବର ୨ ରେ ହେବ AIFF ନିର୍ବାଚନ

ହାଇଦ୍ରାବାଦ: ଏଆଇଏଫଏଫ (All India Football Federation) ନିର୍ବାଚନ ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଅନୁଷ୍ଠିତ ହେବ । ଏନେଇ ପ୍ରାର୍ଥୀ ୨୫ ଅଗଷ୍ଟରୁ ନାମାଙ୍କନ ଦାଖଲ କରିପାରିବେ ବୋଲି ରିଟର୍ଣ୍ଣିଂ ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି । ବିଶ୍ବ ଫୁଟବଲ ସଂଘ ଫିଫାର(the world governing body FIFA) ଆବେଦନକ୍ରମେ ସୁପ୍ରିମକୋର୍ଟ ସିଓଏକୁ (Committee of Administrator) ରଦ୍ଧ କରିଦେଇଛନ୍ତି । ଏହା ସହିତ ଏଆଇଏଫଏଫ ନିର୍ବାଚନକୁ ଗୋଟିଏ ସପ୍ତାହ ପାଇଁ ଘୁଞ୍ଚାଇ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ଏଆଇଏଫଏଫ ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ଉମେଶ ସିହ୍ନା (returning officer Umesh Sinha) ନୂଆ ନୋଟିସ ଜାରି କରିଛନ୍ତି (issued a fresh notice) । ଯେଉଁଥିରେ ନିର୍ବାଚନ ପ୍ରକ୍ରିୟାକୁ ନୂତନ ଭାବରେ ଦର୍ଶାଯାଇଛି । ପଦବୀ ପାଇଁ ପ୍ରାର୍ଥୀ ନାମାଙ୍କନ ଅଗଷ୍ଟ୨୫ (ଗୁରୁବାର)ରୁ ଅଗଷ୍ଟ ୨୭ (ଶନିବାର) ମଧ୍ୟରେ ଦାଖଲ କରିପାରିବେ । ପରେ ଅଗଷ୍ଟ ୨୮ ରେ (ରବିବାର) ନାମାଙ୍କନ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ । ଯେଉଁ ବୈଧ ପ୍ରାର୍ଥୀ ନିଜର ନାମଙ୍କନ ପ୍ରତ୍ୟାହାର କରିବାକୁ ଚାହିଁବେ ସେମାନେ ଅଗଷ୍ଟ ୨୯ (ସୋମବାର) ପ୍ରତ୍ୟାହାର କରିବାର ସୁଯୋଗ ପାଇପାରିବେ । ଯେଉଁ ପ୍ରାର୍ଥୀମାନେ ଚୂଡାନ୍ତ ତାଲିକା ଦେଖିବାକୁ ଚାହିଁବେ ସେମାନେ ଅଗଷ୍ଟ ୩୦ ରେ (ମଙ୍ଗଳବାର) ଦିନ ଏଆଇଏଫଏଫ ୱେବସାଇଟରେ ଦେଖିପାରିବେ । ଏଆଇଏଫଏଫ ନିର୍ବାଚନ ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଦିଲ୍ଲୀ ଏଆଇଏଫଏଫ ମୁଖ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ହେବ । ନିର୍ବାଚନର ଫଳାଫଳ ସେପ୍ଟେମ୍ବର ୨ କିମ୍ବା ସେପ୍ଟେମ୍ବର ୩ ତାରିଖରେ ଘୋଷଣା କରାଯିବ ବୋଲି ରିଟର୍ଣ୍ଣିଂ ଅଧିକାରୀ ଉମେଶ ସିହ୍ନା ନୂଆ (according to the returning officer's notice) ନୋଟିସ ଜାରି କରି ସୂଚନା ଦେଇଛନ୍ତି ।

ତୃତୀୟ ପକ୍ଷର ହସ୍ତକ୍ଷେପ ଅନୁଯାୟୀ ଅଖିଳ ଭାରତୀୟ ଫୁଟବଲ ମହାସଂଘକୁ (AIFF) ଅଗଷ୍ଟ ୧୫ ତାରିଖରେ ବିଶ୍ବ ଫୁଟବଲ ସଂଘ ଫିଫା ନିଲମ୍ବିତ କରିଥିଲା । ସେପଟେ ଏହି ଅନିଶ୍ଚିତତା ଭିତରେ ମଧ୍ୟ ଦଳ ଆସନ୍ତା ଅକ୍ଟୋବରରେ ଖେଳାଯିବାକୁ ଥିବା ଅଣ୍ଡର-୧୭ ମହିଳା ବିଶ୍ବକପ ପାଇଁ ଭାରତୀୟ ଫୁଟବଲ ଦଳ ପ୍ରସ୍ତୁତି ଜାରି ରଖିଛି । ଏଆଇଏଫଏଫ ନିଷେଧ ପ୍ରତ୍ୟାହାର ଏବଂ ଭାରତରେ ଅଣ୍ଡର-୧୭ ମହିଳା ବିଶ୍ବକପ ଆୟୋଜନ କରିବା (Committee of Administrator) ସିଓଏ ଉପରେ ନିର୍ଭର କରୁଥିଲା , ଯାହାକୁ ସୁପ୍ରିମକୋର୍ଟ ଏବେ ରଦ୍ଧ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ଏଆଇଏଫଏଫର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଗୁଡିକ କାର୍ଯ୍ୟକାରୀ ସମ୍ପାଦକ ସୁନନ୍ଦ ଧରଙ୍କ ଦ୍ବାରା ପରିଚାଳିତ ହେବ (day-to-day affairs will be run by acting secretary general Sunando Dhar) ।

Last Updated : Oct 29, 2022, 3:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.