ETV Bharat / sports

ଭାରତୀୟ ବକ୍ସିଂ ଫେଡେରେସନର ବଢିଲା ଅଡୁଆ, AIBAର ବାସନ୍ଦାଦେଶ ଧମକ

author img

By

Published : May 7, 2020, 12:38 PM IST

ଥମୁନି ଭାରତୀୟ ବକ୍ସିଂ ଫେଡେରେସନ(BFI) ଓ ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ(AIBA)ର ବିବାଦ । ବକେୟା ଅର୍ଥ ପରିଶୋଧ ନକଲେ, BFIକୁ ବାସନ୍ଦାଦେଶର ଧମକ ଦେଇଛି ବକ୍ସିଂର ସର୍ବୋଚ୍ଚ ପରିଚାଳନା କମିଟି ।

AIFA threatens BFI with suspension over unpaid due
ଭାରତୀୟ ବକ୍ସିଂ ଫେଡେରେସନର ବଢିଲା ଅଡୁଆ, AIBAର ବାସନ୍ଦାଦେଶ ଧମକ

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଭାରତୀୟ ବକ୍ସିଂ ଫେଡେରେସନ(BFI) ଓ ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ(AIBA)ର ବିବାଦ । ବକେୟା ଅର୍ଥ ପରିଶୋଧ ନକଲେ, BFIକୁ ବାସନ୍ଦାଦେଶର ଧମକ ଦେଇଛି ବକ୍ସିଂର ସର୍ବୋଚ୍ଚ ପରିଚାଳନା କମିଟି ।

ପୂର୍ବରୁ ଅର୍ଥ ପରିଶୋଧ ପାଇଁ ଭାରତୀୟ ବକ୍ସିଂ ବୋର୍ଡକୁ ପର୍ଯ୍ୟାପ୍ତ ସମୟ ଦିଆଯାଇଛି ବୋଲି କୁହାଯାଇଛି । ତେବେ ଏହାସତ୍ତ୍ବେ ଭାରତୀୟ ବକ୍ସିଂ ଫେଡେରେସନ ଅର୍ଥ ପରିଶୋଧ ନକରିବା ପରେ, AIBA ରୋଷର ଶୀକାର ହୋଇଛି । AIBA ସଭାପତି ମହମ୍ମଦ ମୋସ୍ତାନେ ପ୍ରଥମ ଥର ପାଇଁ ଚୁକ୍ତି ଅବମାନନା ଯୋଗୁଁ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି ।

ନୂଆଦିଲ୍ଲୀରେ ହୋଇଥିବା 2018 ମହିଳା ବିଶ୍ବ ଚମ୍ପିଆନସିପର ଆୟୋଜକ ମାନ୍ୟତା ଚୁକ୍ତି ବାବଦକୁ ପ୍ରାୟ 2.73 କୋଟି ଓ 2021ରେ ହେବାକୁଥିବା ପୁରୁଷ ବିଶ୍ବ ବକ୍ସିଂ ଚମ୍ପିଆନସିପ ଆୟୋଜନ ମାନ୍ୟତା ବାବଦକୁ ପ୍ରାୟ 15 କୋଟି ଟଙ୍କା ବକେୟା ରହିଛି । ଭାରତ ଏହି ଦୁଇ ମେଗା ଇଭେଣ୍ଟର ଆୟୋଜକ ମାନ୍ୟତା ଜୁନ 2017ରେ ହାସଲ କରିଥିଲା । ଅର୍ଥ ପରିଶୋଧର ସମୟସୀମା ଜାନୁଆରୀ 2019 ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.