ETV Bharat / sports

କଡଲେଉଟାଉଛି କୋରୋନା, ଅନେକ ଚେସ୍‌ ଇଭେଣ୍ଟ ସ୍ଥଗିତ ଘୋଷଣା - ସର୍ବଭାରତୀୟ ଚେସ୍‌ ମହାସଂଘ

ଦେଶରେ ବର୍ଦ୍ଧିତ ଦୈନିକ ସଂକ୍ରମିତ ସଂଖ୍ୟାକୁ ଦୃଷ୍ଟିରେ ରଖି ସର୍ବଭାରତୀୟ ଚେସ୍‌ ମହାସଂଘ(AICF) ନ୍ୟାସନାଲ ଜୁନିଅର, ସବ୍‌-ଜୁନିଅର ଓ ନ୍ୟାସନାଲ ସ୍କୁଲ୍‌ ଚାମ୍ପିଅନସିପ୍‌ ସମେତ ଅନେକ ନ୍ୟାସନାଲ ଚାମ୍ପିଅନସିପ୍‌ ସ୍ଥଗିତ ଘୋଷଣା କରିଛି । ଅଧିକ ପଢନ୍ତୁ

AICF postpones many chess events due to COVID-19
କଡଲେଉଟାଉଛି କୋରୋନା, ଦେଶରେ ଅନେକ ଚେସ୍‌ ଇଭେଣ୍ଟ ସ୍ଥଗିତ ଘୋଷଣା
author img

By

Published : Jan 3, 2022, 9:12 PM IST

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଦେଶରେ କାୟା ବିସ୍ତାର କଲାଣି କୋରୋନା । ବର୍ଦ୍ଧିତ ଦୈନିକ ସଂକ୍ରମିତ ସଂଖ୍ୟାକୁ ଦୃଷ୍ଟିରେ ରଖି ସୋମବାର ସର୍ବଭାରତୀୟ ଚେସ୍‌ ମହାସଂଘ(AICF) ବଡ ନିଷ୍ପତ୍ତି ନେଇଛି । ନ୍ୟାସନାଲ ଜୁନିଅର, ସବ୍‌-ଜୁନିଅର ଓ ନ୍ୟାସନାଲ ସ୍କୁଲ୍‌ ଚାମ୍ପିଅନସିପ୍‌ ସମେତ ଅନେକ ନ୍ୟାସନାଲ ଚାମ୍ପିଅନସିପ୍‌ ସ୍ଥଗିତ ଘୋଷଣା କରିଛି ।

ଏହାମଧ୍ୟ ପଢନ୍ତୁ: 2nd Test: ପ୍ରଥମ ଇଂନିସରେ ୨୦୨ ରନ୍‌ରେ ଅଲଆଉଟ୍‌ ଭାରତ

ଅନ୍ୟ ଏକ ଭାରିଆଣ୍ଟ ସହିତ ମହାମାରୀର ନୂଆ ଲହରକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ପ୍ରତିବନ୍ଧକ ଓ କଟକଣା ପୁନଃ ଫେରିଛି । ଫଳରେ ଜାନୁଆରୀ ୨୦୨୨ରେ ଖେଳାଯିବାକୁ ଥିବା ସମସ୍ତ ଜାତୀୟ ସ୍ତରୀୟ ପ୍ରତିଯୋଗିତାକୁ ସ୍ଥଗିତ ଘୋଷଣା କରିଛି ସଂଘ । ଏନେଇ AICF ସମ୍ପାଦକ ଭାରତ ସିଂହ ଚୌହାନ ଏକ ବିବୃତିରେ ଘୋଷଣା କରିଛନ୍ତି ।

ଜାନୁଆରୀ ୯ରୁ ନୂଆଦିଲ୍ଲୀରେ ନ୍ୟାସନାଲ ଜୁନିଅର(୨୦ ବର୍ଷରୁ କମ) ଚାମ୍ପିଅନସିପ୍‌ ଖେଳାଯିବା ନେଇ ସୂଚୀ ରହିଥିଲା । ଏଥିସହ ଅନ୍ୟେକ ଇଭେଣ୍ଟ ମଧ୍ୟ ମାସର ଶେଷଆଡକୁ ଖେଳାଯିବାର ଥିଲା । ସ୍ଥଗିତ ହୋଇଥିବା ଇଭେଣ୍ଟ ଗୁଡିକର ନୂଆ ତାରିଖ ପରବର୍ତ୍ତୀ ସମୟରେ AICF ପକ୍ଷରୁ ଘୋଷଣା ହେବ ବୋଲି ପ୍ରେସ୍‌ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.