ନୂଆଦିଲ୍ଲୀ: ଏସିଆନ ଗେମ୍ସ ପଦକ ବିଜେତା ପ୍ରବୀଣ କୁମାର ସୋବତିଙ୍କ ପରଲୋକ । ଡିସକସ୍ ଥ୍ରୋ'ରେ ଏସିଆନ ଗେମ୍ସ ପଦକ ଜିତିଥିଲେ ପ୍ରବୀଣ କୁମାର(Praveen Kumar Sobti) । ମଙ୍ଗଳବାର ଭାରତୀୟ ଆଥଲେଟିକ୍ସ ମହାସଂଘ(AFI) ଏସିଆନ ଗେମ୍ସ ଚମ୍ପିଆନଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛି । ମଙ୍ଗଳବାର ୭୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଲୋକପ୍ରିୟ ଟିଭି ଧାରାବାହିକ 'ମହାଭାରତ'ରେ ଭୀମ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ଥିଲେ ପ୍ରବୀଣ କୁମାର । ବ୍ୟାଙ୍ଗକକ୍ରେ ଅନୁଷ୍ଠିତ ୧୯୬୬ ଓ ୧୯୭୦ ଏସିଆନ ଗେମ୍ସରେ ଲଗାତାର ସ୍ବର୍ଣ୍ଣ ପଦକ(Asian Games medallist) ଓ ୧୯୬୬ ଗେମ୍ସରେ ହାମରରେ କାଂସ୍ୟ ପଦକ ଜିତିଥିଲେ ।
-
AFI family is in deep shock on the passing away of Olympian & Asian Games medalist Shri Praveen Kumar Sobti ji,74,today 🙏🏼
— Athletics Federation of India (@afiindia) February 8, 2022 " class="align-text-top noRightClick twitterSection" data="
He became a household name with his role of "Bheem" in BR Chopra's epic show "Mahabharat".
RIP sir 🙏🏼#PraveenKumarSobti #Bheem pic.twitter.com/9ZlN06XOVI
">AFI family is in deep shock on the passing away of Olympian & Asian Games medalist Shri Praveen Kumar Sobti ji,74,today 🙏🏼
— Athletics Federation of India (@afiindia) February 8, 2022
He became a household name with his role of "Bheem" in BR Chopra's epic show "Mahabharat".
RIP sir 🙏🏼#PraveenKumarSobti #Bheem pic.twitter.com/9ZlN06XOVIAFI family is in deep shock on the passing away of Olympian & Asian Games medalist Shri Praveen Kumar Sobti ji,74,today 🙏🏼
— Athletics Federation of India (@afiindia) February 8, 2022
He became a household name with his role of "Bheem" in BR Chopra's epic show "Mahabharat".
RIP sir 🙏🏼#PraveenKumarSobti #Bheem pic.twitter.com/9ZlN06XOVI
ଏହାମଧ୍ୟ ପଢନ୍ତୁ: ଆରପାରିରେ ଭୀମ, ଆର୍ଥିକ ସଙ୍କଟ ସହ କରୁଥିଲେ ସଂଘର୍ଷ
୧୯୭୪ ତେହରାନ ଏସିଆନ ଗେମ୍ସ ଡିସକସ୍ ଥ୍ରୋ'ରେ ରୌପ୍ୟ ପଦକ ଓ ୧୯୬୬ କିଙ୍ଗଷ୍ଟନ ରାଜ୍ୟଗୋଷ୍ଠୀ କ୍ରୀଡାରେ(Commonwealth Games) ରୌପ୍ୟ ପଦକ ଜିତିଥିଲେ । ସୋବତି ମଧ୍ୟ ୧୯୬୮ ମେକ୍ସିକୋ ସିଟି ଓ ୧୯୭୨ ମୁନୀଚ ଅଲମ୍ପିକ୍ ଖେଳରେ ଅଂଶଗ୍ରହଣ କରିଥିଲେ । ଯେଉଁଠାରେ ସେ ହାମର ଥ୍ରୋ'ରେ (୬୦.୮୪ ମିଟର) ଓ ଡିସକସ ଥ୍ରୋ'ରେ (୫୩.୧୨ ମିଟର) ସହ ନିଜ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଭାରତୀୟ ଆଥଲେଟିକ୍ସ ମହାସଂଘ(AFI) ପରିବାର ଅଲମ୍ପିଆନ ଓ ଏସିଆନ ଗେମ୍ସ ପଦକ ବିଜେତା ପ୍ରବୀଣ କୁମାର ସୋବତିଙ୍କ ଦେହାନ୍ତରେ ଗଭୀର ଶୋକବ୍ୟକ୍ତ କରିଛି ।
AFI ସଭାପତି ଆଡିଲେ ଜେ. ସୁମରିୱାଲା କହିଛନ୍ତି, ଭାରତୀୟ ଆଥଲେଟିକ୍ସ ଜଣେ ଚମତ୍କାର ଆମ୍ବାସଡରଙ୍କୁ ହରାଇଲା । ଜଣେ ଆଥଲେଟ୍ ଭାବେ ସେ ଅନେକଙ୍କ ପାଇଁ ଉଦାହରଣ ଥିଲେ । ଦୀର୍ଘ ୧୧ ବର୍ଷ ଧରି ଅନେକ ଅନ୍ତର୍ଜାତୀୟ ସ୍ତରରେ ସେ ଶ୍ରେଷ୍ଠ ପ୍ରଦର୍ଶନ ସହିତ ଭାରତୀୟ ଆଥଲେଟି୍ସକୁ ତାଙ୍କର ବିଶେଷ ଯୋଗଦାନ ରହିଛି । ଅମୃତସର ଠାରୁ ୫୦ କିଲୋମିଟର ଦକ୍ଷିଣରେ ସରହଲି କଲନ ଗ୍ରାମରେ ଜନ୍ମିତ ସୋବତି ୧୯୬୬ ରାଜ୍ୟଗୋଷ୍ଠୀ କ୍ରୀଡା ହାମର ଥ୍ରୋରେ ରୌପ୍ୟ ପଦକ ଜିତିଥିଲେ । CWGରେ ଏହା ଫିଲ୍ଡ ଇଭେଣ୍ଟରେ ଦେଶର ପ୍ରଥମ ପଦକ ଥିଲା ଓ ୧୯୫୮ରେ ଆଥଲେଟିକ୍ସରେ ମିଲ୍ଖା ସିଂହଙ୍କ ସ୍ବର୍ଣ୍ଣ ପଦକ ପରେ ଏହା ଦ୍ବିତୀୟ ପଦକ ଥିଲା ।
ଅଭିନୟ ଓ ଆଥଲେଟିକ୍ସ କ୍ୟାରିୟର ସହ ୬ ଫୁଟ ୫ ଇଞ୍ଚ ଉଚ୍ଚତା ଥିବା ଯୋଗୁଁ ସୋବତି ସେନାରେ(BSF) ମଧ୍ୟ କାର୍ଯ୍ୟ କରିଛନ୍ତି । 'ମହାଭାରତ' ଧାରାବାହିକର ଭୀମ, 'ଚାଚା ଚୌଧୁରୀ'ରେ ସାହୁ ଲୋକପ୍ରିୟ ଟିଭି ଚରିତ୍ର ତାଙ୍କୁ ବେଶ୍ ପ୍ରସିଦ୍ଧି ଆଣିଦେଇଥିଲା । ସୋବତିଙ୍କ ବ୍ୟସ୍ତବହୁଳ ଚଳଚିତ୍ର, ଧାରାବାହିକ ଓ ଟେଲିଭିଜନ କ୍ୟାରିୟର ସହିତ ସେ ରାଜନୀତି କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୧୩ରେ ଦିଲ୍ଲୀ ମୁନିସପାଲ କର୍ପୋରେସନ ନିର୍ବାଚନ ଲଢିଥିଲେ ଓ BJPରେ ଯୋଗଦେଇଥିଲେ ।
IANS