ETV Bharat / sports

ଟୋକିଓ ଅଲମ୍ପିକ୍ସ ପାଇଁ 26 ଜଣିଆ ଭାରତୀୟ ଆଥଲେଟିକ ଟିମ ଘୋଷଣା

ଟୋକିଓ ଅଲମ୍ପିକ୍ସ ପାଇଁ 26 ଜଣିଆ ଟିମ ଘୋଷଣା କରିଛି ଭାରତୀୟ ଆଥଲେଟିକ ମହାସଂଘ । ଅଧିକ ପଢନ୍ତୁ...

AFI names 26-member squad for Tokyo Olympics
ଟୋକିଓ ଅଲମ୍ପିକ୍ସ ପାଇଁ 26ଜଣିଆ ଭାରତୀୟ ଆଥଲେଟିକ୍‌ ଟିମ ଘୋଷଣା
author img

By

Published : Jul 5, 2021, 9:47 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ପାଇଁ 26 ଜଣିଆ ଟିମ ଘୋଷଣା କରିଛି ଭାରତୀୟ ଆଥଲେଟିକ ମହାସଂଘ । ଜୁଲାଇ 31ରୁ ଅଲମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟ ଆରମ୍ଭ ହେବ ଓ ଅଗଷ୍ଟ 9 ପର୍ଯ୍ୟନ୍ତ ଖେଳାଯିବ । ମେଗା ଇଭେଣ୍ଟରେ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିବେ ବୋଲି ଆଶାବାଦୀ ଥିବା କହିଛନ୍ତି, AFI ସଭାପତି ଆଡିଲେ ଜେ. ସୁମରିୱାଲା ।

"ଅଲମ୍ପିକ୍ସ ଖେଳ ପାଇଁ ଶାରୀରିକ ଓ ମାନସିକ ସ୍ତରରେ ବେଶ ଭଲ ପ୍ରସ୍ତୁତି ହୋଇଛି । କଠିନ ସମୟରେ ମଧ୍ୟ ବିଶ୍ବର ଅନେକ ଆଥଲେଟ ନିଜ ଫର୍ମ ବଜାୟ ରଖିବା ସହ ମେଗା ଇଭେଣ୍ଟରେ ଭଲ ପ୍ରଦର୍ଶନ କରିବେ," ଏହା କହିଛନ୍ତି ସୁମରିୱାଲା ।

ଟିମରେ ଥିବା ପ୍ରାୟ 12ଜଣ ଆଥଲେଟ ନିଜର ବିଶ୍ବ ମାନ୍ୟତା ଆଧାରରେ ଅଲମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । ଦୂତୀ ଚାନ୍ଦ(ମହିଳା 100 ମିଟର ଓ 200 ମିଟର), ଏମପି ଜାବିର(ପୁରୁଷ 400ହର୍ଡଲସ), ଗୁରପ୍ରୀତ ସିଂହ(ପୁରୁଷ 50 କିଲୋମିଟର ରେସ ୱାକ୍‌) ଓ ଅନୁ ରାନୀ(ମହିଳା ଜାଭେଲିନ ଥ୍ରୋ)ଙ୍କ ପରି ଷ୍ଟାର ଖେଳାଳି ମାନ୍ୟତା ଆଧାରରେ ଅଲମ୍ପିକ ଖେଳିବେ ।

ସ୍କ୍ବାଡ:

ପୁରୁଷ: ଅବିନାଶ ସାବଲ(3000 ମିଟର ଷ୍ଟିପଲେଚେଜ), ଏମପି ଜାବିର(400 ମିଟର ହର୍ଡଲସ), ଏମ ଶ୍ରୀସଙ୍କର(ଲମ୍ବା ଡିଆଁ), ତାଜିନ୍ଦରପାଲ ସିଂହ ତୁର(ସଟ୍‌ ପୁଟ), ନୀରଜ ଚୋପ୍ରା ଓ ଶିପପାଲ ଯାଦବ (ଜାଭେଲିନ ଥ୍ରୋ), କେଟି ଇରଫାନ, ସନ୍ଦୀପ କୁମାର ଓ ରାହୁଲ ରୋହିଲା(20 କିଲୋମିଟର ୱାକ୍‌), ଗୁରପ୍ରୀତ ସିଂହ(50 କିଲୋମିଟର ୱାକ), 4x400ମିଟର ରିଲେ: ଅମୋଜ ଜାକବ, ଅରୋକିଆ ରାଜୀବ, ମହମ୍ମଦ ଅନାସ, ନାଗନାଥନ ପଣ୍ଡି, ନୋହ ନିର୍ମଳ ତୋମ, 4x400 ମିଟର ମିକ୍ସଡ ରିଲେ: ସାର୍ଥକ ଭମ୍ବ୍ରି, ଆଲେକ୍ସ ଅନ୍ଥୋନି ।

ମହିଳା: ଦୂତୀ ଚାନ୍ଦ(100ମିଟର ଓ 200 ମିଟର), କମଲପ୍ରୀତ କର ଓ ସୀମା ଅଣ୍ଟିଲ-ପୁନିଆ(ଡିସକସ ଥ୍ରୋ), ଅନୁ ରାନୀ(ଜାଭେଲିନ ଥ୍ରୋ), ଭାବନା ଜାଟ ଓ ପ୍ରିୟଙ୍କା ଗୋସ୍ବାମୀ(20କିଲୋମିଟର ୱାକ) ଓ ମିକ୍ସଡ 4x400ମିଟର ରିଲେ): ରେବତୀ ବୀରାମଣୀ, ଶୁଭ ଭେଙ୍କଟେସନ ଓ ଧନଲକ୍ଷ୍ମୀ ଶେଖର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.