ETV Bharat / sports

AFC Women's Asian Cup: ୨୩ ଜଣିଆ ଭାରତୀୟ ସ୍କ୍ବାଡ୍‌ରେ ଦୁଇ ଓଡିଆ - ଭାରତୀୟ ମହିଳା ଫୁଟବଲ ଟିମ

AFC ମହିଳା ଏସିଆନ କପ ପାଇଁ ଘୋଷଣା ହୋଇଥିବା ୨୩ ଜଣିଆ ଭାରତୀୟ ସ୍କ୍ବାଡ୍‌ରେ ଦୁଇ ଓଡିଆ ଖେଳାଳି ପ୍ୟାରୀ ଖାଖା ଓ ମନୀଷା ପାନା । ଅଧିକ ପଢନ୍ତୁ

AFC Women's Asian Cup: India announce 23-member squad
AFC Women's Asian Cup: ୨୩ ଜଣିଆ ଭାରତୀୟ ସ୍କ୍ବାଡ୍‌ରେ ଦୁଇ ଓଡିଆ
author img

By

Published : Jan 11, 2022, 8:16 PM IST

କୋଚୀ: ଆଗାମୀ AFC ମହିଳା ଏସିଆନ କପ ପାଇଁ ଘୋଷଣା ହୋଇଛି ଭାରତୀୟ ସ୍କ୍ବାଡ୍‌ । ମଙ୍ଗଳବାର ଭାରତୀୟ ମହିଳା ଫୁଟବଲ ଟିମର ମୁଖ୍ୟ କୋଚ୍‌ ଥୋମାସ ଡେନରବେ ୨୩ ଜଣିଆ ସ୍କ୍ବାଡ୍‌ ଘୋଷଣା କରିଛନ୍ତି । ଏହି ସ୍କ୍ବାଡ୍‌ରେ ଦୁଇ ଓଡିଆ ଖେଳାଳି ପ୍ୟାରୀ ଖାଖା ଓ ମନୀଷା ପାନାଙ୍କୁ ସ୍ଥାନ ମିଳିଛି ।

AFC Women's Asian Cup: India announce 23-member squad
AFC Women's Asian Cup: ୨୩ ଜଣିଆ ଭାରତୀୟ ସ୍କ୍ବାଡ୍‌ରେ ଦୁଇ ଓଡିଆ

AFC ମହିଳା ଏସିଆନ କପ ମୁମ୍ବାଇ, ନବି ମୁମ୍ବାଇ ଓ ପୁନେରେ ଜାନୁଆରୀ 20ରୁ ଫେବୃଆରୀ ୬ ମଧ୍ୟରେ ଖେଳାଯିବା ନେଇ ସୂଚୀ ରହିଛି । ସର୍ବ ଭାରତୀୟ ଫୁଟବଲ ମହାସଂଘ(AIFF) ଏହି ଟୁର୍ନାମେଣ୍ଟ ପାଇଁ ଟିମର କ୍ୟାପଟେନ୍‌ ନିଯୁକ୍ତ କରିନାହିଁ । ତେବେ ଅଭିଜ୍ଞ ଆଶା ଦେବୀ ଟିମର ନେତୃତ୍ବ ଭାର ସମ୍ଭାଳି ପାରନ୍ତି ।

ଏହାମଧ୍ୟ ପଢନ୍ତୁ: IPL Title Sponsor: ହଟିଲା VIVO, ଏଣ୍ଟ୍ରି ମାରିଲା TATA Group

ଗତ ମାସରେ ଢାକାରେ ଅନୁଷ୍ଠିତ ହୋଇଥିବା ୧୯ ବର୍ଷରୁ କମ SAFF ଚାମ୍ପିଅନସିପ୍‌ରେ ଭାରତୀୟ ଟିମର ସଦସ୍ୟ ରହିସାରିଥିବା ହେମମ ସିଲକି ଦେବୀ(ଡିଫେଣ୍ଡର), ମାରିୟାମଲ ବାଲାମୁରୁଗାନ(ଫରୱାର୍ଡ), ସୁମତି କୁମାରୀ (ଫରୱାର୍ଡ) ଓ ନାଓରେମ ପ୍ରିୟଙ୍ଗକା ଦେବୀ(ଡିଫେଣ୍ଡର) ୨୩ ଜଣିଆ ସ୍କ୍ବାଡ୍‌ରେ ରହିଛନ୍ତି ।

ସ୍କ୍ବାଡ୍‌:

ଗୋଲ୍‌କିପର: ଅଦିତି ଚୌହାନ(୧), ମାଇବାମ ଲିଥୋଇଙ୍ଗାମ୍ବି ଦେବୀ(୨୩), ସୋମିୟା ନାରାୟଣସ୍ବାମୀ(୧୯) ।

ଡିଫେଣ୍ଡର: ଡାମିଲା ଛବିର(୧୭), ସ୍ବିଟି ଦେବୀ ନଗାଙ୍ଗବାମ(୨), ରିତୁ ରାଣୀ(୨୧), ଲୋଇତୋଙ୍ଗବାମ ଆଶାଲତା ଦେବୀ(୪), ମନୀଷା ପାନା(୩), ହେମନ ସିଲକି ଦେବୀ(୫), ସଞ୍ଜୁ ଯାଦବ(୮) ।

ମିଡଫିଲ୍ଡର: ୟମନମ କମଳା ଦେବୀ(୬), ଅଞ୍ଜୁ ତମଙ୍ଗ(୯), କାର୍ତ୍ତିକ ଅଙ୍ଗାମୁଥୁ(୨୦), ନୋଙ୍ଗେମୈଥମ ରତ୍ନବାଳା ଦେବୀ(୭), ନାଓରେମ ପ୍ରିୟଙ୍ଗକା ଦେବୀ(୧୪), ଇନ୍ଦୁମତୀ କାଥିରେସନ(୧୨) ।

ଫରୱାର୍ଡସ: ମନୀଷା କଲ୍ୟାଣ(୧୬), ଗ୍ରେସ ଡଙ୍ଗମେଇ(୧୧), ପ୍ୟାରୀ ଖାଖା(୧୦), ରେଣୁ(୧୫), ସୁମତୀ କୁମାରୀ(୨୨), ସନ୍ଧ୍ୟା ରଙ୍ଗନାଥନ(୧୩), ମାରିୟାମ୍ମଲ ବାଲାମୁରୁଗାନ(୧୮) ।

AFC ମହିଳା ଏସିଆନ କପ ୨୦୨୨ରେ ଗ୍ରୁପ Aର ଭାରତର ସୂଚୀ:

ଜାନୁଆରୀ ୨୦: ଭାରତ ବନାମ ଇରାନ

ଜାନୁଆରୀ ୨୩: ଚାଇନିଜ ତାଇପେଇ ବନାମ ଭାରତ

ଜାନୁଆରୀ ୨୬: ଭାରତ ବନାମ ଚାଇନା ପିଆର

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.