ହାଇଦ୍ରାବଦ : ଏସିଆନ ଫୁଟବଲର ପରିସଂଘର (Asian Football Confederation) ମହାସଚିବ ଦାତୁକ ସେରୀ ବିଣ୍ଡସର ଜୋନ ବୁଧବାର କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ସାକ୍ଷାତ କରିଛନ୍ତି । ଏହା ସହିତ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରୀଙ୍କୁ ଭେଟିଛନ୍ତି । ଏହି ଅବସରରେ ସେ କହିଛନ୍ତି ଭାରତୀୟ ଫୁଟବଲ ପ୍ରତି ଏସିଆନ ଫୁଟବଲ ଶଶି ନିକାୟର ସମର୍ଥନ ନେଇ ପ୍ରତିଜ୍ଞା କରିଛନ୍ତି । ଏହା ସହିତ AIFFର ଭିଜନ ୨୦୪୭କୁ ଭୂୟସୀ ପ୍ରଶଂସା କରିଛନ୍ତି ।
୬୨ ବର୍ଷିୟ ବିଣ୍ଡସର ଜୋନ ସର୍ବଦା ଭାରତୀୟ ଫୁଟବଲ ପ୍ରଗତି ଏବଂ ପ୍ରଚାର ପ୍ରସାର ଉପରେ ଆଗ୍ରହ ଦେଖାଇଥାନ୍ତି । ସେ AIFFର ଭିଜନ ୨୦୪୭ ଭୂୟସୀ ପ୍ରଶଂସା କରିବା ସହିତ ଯୋଜନା ଏବଂ ପଦକ୍ଷେପକୁ ସ୍ବାଗତ କରିଛନ୍ତି । ଏହାକୁ ସଫଳ ବନାଇବା ପାଇଁ AIFFର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ ରହିବା ଦରକାର ବୋଲି ଏସିଆନ ଫୁଟବଲର ପରିସଂଘର ମହାସଚିବ ଦାତୁକ ସେରୀ ବିଣ୍ଡସର ଜୋନ କହିଛନ୍ତି । AIFFକୁ ଆଗାମୀ ଦିନରେ ଏକ ସଫଳ ମାର୍ଗଦର୍ଶନ ପାଇଁ ଏସିଆନ ଫୁଟବଲର ପରିସଂଘ ତରଫରୁ ସମ୍ପୂର୍ଣ୍ଣ ସମର୍ଥନ ରହିବ ବୋଲି ପ୍ରତିଜ୍ଞା କରିଛନ୍ତି । ଏନେଇ AIFFର ଅଧ୍ୟକ୍ଷ କଲ୍ୟାଣ ଚୌବେ କହିଛନ୍ତି " ମୁଁ ଏସିଆନ ଫୁଟବଲର ପରିସଂଘର (Asian Football Confederation) ମହାସଚିବ ଏବଂ ତାଙ୍କର ସମସ୍ତ ସଦସ୍ୟଙ୍କୁ ଭାରତୀୟ ଫୁଟବଲ ଟିମକୁ ନୂଆ ଦିଗରେ ନେବା ପାଇଁ ତାଙ୍କର ସମର୍ଥନ ପାଇଁ କୃତଜ୍ଞତା ଜଣାଉଛି ।"