ETV Bharat / sports

ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର

author img

By

Published : Aug 29, 2020, 6:12 PM IST

Updated : Aug 29, 2020, 9:22 PM IST

ଷ୍ଟାର ପାରା-ଆଥଲେଟ ଜୟନ୍ତୀ ବେହେରାଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ।

Ace Para Athlete Jayanti Behera awarded with Biju patnaik Sports Award
ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର

ଭୁବନେଶ୍ବର: ଷ୍ଟାର ପାରା-ଆଥଲେଟ ଜୟନ୍ତୀ ବେହେରାଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର । କ୍ରୀଡା କ୍ଷେତ୍ରରେ ପ୍ରଭାବୀ ପ୍ରଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥାଏ । ଅଗଷ୍ଟ 29 ଜାତୀୟ କ୍ରୀଡା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ ପାଇଁ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଘୋଷଣା ହୋଇଥିଲା । ୨୦୧୯ ବର୍ଷରେ ଜୟନ୍ତୀଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରହିଛି । ଏନେଇ ସୂଚନା ଦେଇଥିଲେ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ବିଶାଳ ଦେବ ।

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ

ରାଜ୍ୟର ଶ୍ରେଷ୍ଠ ଦଶ ଜଣ ପାରା-ଆଥଲେଟସ୍ ଭାବେ ଓଡିଶାର ପୁରୀ ଜିଲ୍ଲା ସତ୍ୟବାଦୀର ଦୌଡରାଣୀ ଜୟନ୍ତୀ ବେହେରା ଚୟନ କମିଟି ଦ୍ୱାରା ମନୋନୀତ ହୋଇଥିଲେ । ଓଡିଶାର ପ୍ରଥମ ପାରା-ଆଥଲେଟ ଭାବେ ମଧ୍ୟ ପରିଚିତ ଜୟନ୍ତୀ । ଏଯାବତ ସେ ୧୨ଟି ଜାତୀୟ ଓ ୯ଟି ଅନ୍ତର୍ଜାତୀୟ ସ୍ତରର ପଦକ ପାଇଛନ୍ତି ଜୟନ୍ତୀ ।

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ

ଜୟନ୍ତୀ 2018 ମସିହାରେ ଜାତୀୟ ପାରା-ଆଥଲେଟ ଚମ୍ପିଆନସିପ ପ୍ରଥମ ହେବା ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହା ସହ ୱାର୍ଲଡ ୟୁଥ ଚମ୍ପିଆନସିପ ପ୍ରତିଯୋଗିତାରେ 200 ମିଟର, 400 ମିଟର ଏବଂ 800 ମିଟରରେ ଦୌଡ଼ରେ ଭାଗନେଇ ସଫଳତା ହାସଲ କରିଥିଲେ । କେବଳ ଏତିକି ନୁହେଁ ଅନେକ ଜାତୀୟ ଓ ଅନ୍ତଜାତୀୟ କ୍ରୀଡାରେ ଅଂଶଗ୍ରହଣ କରି ଦେଶ ଏବଂ ରାଜ୍ୟ ପାଇଁ ଗୌରବାନ୍ନିତ କରିଛନ୍ତି ।

ମହିଳା ହକି ଟିମ ଇଣ୍ଡିଆର ଡିଫେଣ୍ଡର ତଥା ଓଡିଆ ହକି ଖେଳାଳି ଦୀପ ଗ୍ରେସ ଏକ୍କାଙ୍କୁ ମଧ୍ୟ ପ୍ରଭାବୀ ପ୍ରଦର୍ଶନ ପାଇଁ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ସଫଳ ଓ ସକରାତ୍ମକ କୋଚିଂ ପାଇଁ ରାଜ୍ୟର ଚେସ୍ କୋଚ ଭାବେ ବେଶ ପରିଚିତ ସତ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ମିଳିଛି ।

କେନ୍ଦ୍ରାପଡା ଜିଲ୍ଲାରେ ଘଟିଥିବା ଦୁଃଖଦ ଡଙ୍ଗାବୁଡି ଘଟଣାରେ ସାହସୀକତା ଦେଖାଇ 12ଜଣଙ୍କ ଜୀବନ ବଞ୍ଚାଇଥିବା ଦୁଇ ଭଉଣୀ ପୂର୍ଣ୍ଣିମା ଓ ସବିତା ଗିରିଙ୍କୁ ବିଜୁ ପଟ୍ଟନାୟକ ସାହସୀକତା ପୁରସ୍କାର ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 29, 2020, 9:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.