ETV Bharat / sports

ଦୌଡରାଣୀ ଦୁତୀଙ୍କୁ ଅର୍ଜୁନ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ

author img

By

Published : Aug 21, 2020, 5:39 PM IST

Updated : Aug 21, 2020, 9:21 PM IST

ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ଓଡିଶାରୁ ଆଥଲେଟ ଦୂତୀ ଚାନ୍ଦ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ACE ATHLETE DUTTE CHAND NOMINATED FOR ARJUN AWARD
ଦୁତୀଙ୍କୁ ଅର୍ଜୁନ ପୁରସ୍କାର

ହାଇଦ୍ରାବାଦ: ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ତାଲିକା ଘୋଷଣା କରିଛି କ୍ରୀଡା ମନ୍ତ୍ରଣାଳୟ । ଓଡିଶାରୁ ଆଥଲେଟ ଦୂତୀ ଚାନ୍ଦ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଦୂତୀଙ୍କ ସହ 27 ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ ।

ସେହିପରି 5ଜଣ ଖେଳାଳିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର, ଓ 15ଜଣଙ୍କୁ ଧ୍ୟାନଚାନ୍ଦ ଆୱାର୍ଡ ଓ 13ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ପ୍ରଦାନ କରାଯିବ ।

  • କ୍ରୀଡ଼ା ଜଗତର ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଦ୍ରୁତତମ ଧାବିକା @DuteeChand ଙ୍କୁ ଅଭିନନ୍ଦନ । ଓଡ଼ିଆ ଝିଅ ଦୂତି ଓଡ଼ିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଗର୍ବିତ କରିଛନ୍ତି । ତାଙ୍କର ଏହି ସଫଳତା ଯୁବପିଢିଙ୍କୁ ପ୍ରେରଣା ଯୋଗାଇବ । pic.twitter.com/l1wXJDVQmy

    — Dharmendra Pradhan (@dpradhanbjp) August 21, 2020 " class="align-text-top noRightClick twitterSection" data=" ">
  • Congratulate ace sprinter from #Odisha, Dutee Chand on being recommended to receive prestigious Arjuna Award. Odisha is proud of your achievement.

    — Naveen Patnaik (@Naveen_Odisha) August 21, 2020 " class="align-text-top noRightClick twitterSection" data=" ">

ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହେବା ପରେ ଦୂତୀ ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୂତୀ ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଗର୍ବିତ କରିଛନ୍ତି । ତାଙ୍କର ଏହି ସଫଳତା ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ ଯୋଗେଁ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । "ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଅଭିନନ୍ଦନ । ଓଡିଶା ତୁମ ସଫଳତା ପାଇଁ ଗର୍ବିତ" ବୋଲି ମୁଖ୍ୟମନ୍ତ୍ରୀ ଦୂତୀଙ୍କ ଉଦ୍ଦେଶ୍ୟରେ ଟ୍ବିଟ କରିଛନ୍ତି । ସେହିପରି ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ଦୂତୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଅଦମ୍ୟ ଇଚ୍ଛାଶକ୍ତି ଓ ପ୍ରଚେଷ୍ଟା ବଳରେ ସଫଳତାର ପାହାଚ ଚଢି ଚାଲିଥିବା ଦୂତୀ, ଅର୍ଜୁନ ପୁରସ୍କାର ବିଜୟୀ ହୋଇ ସମଗ୍ର ଓଡିଶା ପାଇଁ ଗୌରବ ଆଣିଛନ୍ତି । ଆଗାମୀ ଅଲମ୍ପିକ ପାଇଁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ପାଇଁ ସଫଳ କାମନା କରିଛନ୍ତି । ଆହୁରି ଅଧିକ କ୍ରୀଡାଇଭେଣ୍ଟରେ ମେଡାଲ ସହ ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିବେ ବୋଲି ରାଜ୍ୟ କ୍ରୀ଼ଡା ମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 21, 2020, 9:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.