ETV Bharat / sports

ସାଗର ରାଣା ମୃତ୍ୟୁ ମାମଲା: ତଦନ୍ତ ପାଇଁ ଛତ୍ରଶାଳା ଷ୍ଟାଡିୟମରେ କ୍ରାଇମବ୍ରାଞ୍ଚ ଟିମ

author img

By

Published : May 25, 2021, 12:34 PM IST

ଛତ୍ରଶାଳା ଷ୍ଟାଡିୟମରେ ମାରପିଟରେ ରେସଲର ସାଗର ରାଣା ମୃତ୍ୟୁ ମାମଲାର ତଦନ୍ତ ପାଇଁ ଛତ୍ରଶାଳା ଷ୍ଟାଡିୟମରେ ପହଞ୍ଚିଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ...

ଛତ୍ରଶାଳା ଷ୍ଟାଡିୟମରେ କ୍ରାଇମବ୍ରାଞ୍ଚ ଟିମ
ଛତ୍ରଶାଳା ଷ୍ଟାଡିୟମରେ କ୍ରାଇମବ୍ରାଞ୍ଚ ଟିମ

ନୂଆଦିଲ୍ଲୀ: ଛତ୍ରଶାଳା ଷ୍ଟାଡିୟମରେ ମାରପିଟ ଘଟଣାରେ ରେସଲର ସାଗର ରାଣା ମୃତ୍ୟୁ ମାମଲା । ଘଟଣାର ଅଧିକ ତଦନ୍ତ ପାଇଁ ଆଜି(ମଙ୍ଗଳବାର)ଛତ୍ରଶାଳା ଷ୍ଟାଡିୟମରେ ପହଞ୍ଚିଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ।

ଛତ୍ରଶାଳା ଷ୍ଟାଡିୟମରେ କ୍ରାଇମବ୍ରାଞ୍ଚ ଟିମ

ଘଟଣାର ଅଧିକ ତଦନ୍ତ ସହିତ ପ୍ରମାଣ ପାଇଁ ପୋଲିସ ଷ୍ଟାଡିୟମରେ ପହଞ୍ଚିଛି । ଘଟଣା ନେଇ କିିଛି ବିଶେଷ ପ୍ରମାଣ ପୋଲିସ ହାତରେ ଲାଗିପାରେ ବୋଲି ଅନୁମାନ କରାଯାଉଛି ।

ପ୍ରକାଶ ଥାଉ କି, ମେ 4 ତାରିଖରେ ଛତ୍ରଶାଳା ଷ୍ଟାଡିୟମରେ ରେସଲର ସାଗର ରାଣା ଓ ତାଙ୍କୁ ସାଥୀଙ୍କୁ ଅଲମ୍ପିକ ବିଜେତା ସୁଶୀଲ କୁମାର ଓ ତାଙ୍କ ସହେଯୋଗୀ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ସାଗର ଗୁରୁତର ହେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସୁଶୀଲ କୁମାରଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ଘଟଣା ଘଟିବା ପରେ ସୁଶୀଲ ଓ ତାଙ୍କ ସହଯୋଗୀ ଫେରାର ଥିଲେ । ମେ 23 ତାରିଖ ଦିନ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ସୁଶୀଲ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ । ସୁଶୀଲଙ୍କୁ ଫାଶି ଦେବା ସହିତ ତାଙ୍କ ପାଖରୁ ସମସ୍ତ ମେଡାଲ ଫେରାଇ ନେବାକୁ ଦାବି କରିଛନ୍ତି ସାଗର ରାଣାଙ୍କ ପରିବାର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.