ନୂଆଦିଲ୍ଲୀ: NIS ପଟିଆଲାରେ ପୁରୁଷ ନ୍ୟାସନାଲ କ୍ୟାମ୍ପ୍ରେ ଆଉ ୮ଜଣ ବକ୍ସରଙ୍କୁ କୋରୋନା । ଏହି ସଂଖ୍ୟାକୁ ମିଶାଇ କ୍ୟାମ୍ପ୍ରେ ମୋଟ COVID-19 ପଜିଟିଭ ସଂଖ୍ୟା ୨୬ରେ ପହଞ୍ଚିଛି । ତେବେ ଆଶ୍ବସ୍ଥିକର ସଂକ୍ରମିତ ଚିହ୍ନଟ ହୋଇଥିବା ସମସ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ଥିବା ଜଣାପଡିଛି ।
ବୁଧବାର କ୍ୟାମ୍ପ୍ର ୧୮ଜଣ ସଦସ୍ୟ, ୧୨ଜଣ ବକ୍ସର ଓ ୬ ସପୋର୍ଟ ଷ୍ଟାଫ ପଜିଟିଭ ଚିହ୍ନଟ ହୋଇଥିଲେ । ସଦ୍ୟତମ ରାଉଣ୍ଡ ଟେଷ୍ଟରେ ଏହି ସଂଖ୍ୟାରେ ଆଉ ୮ ସଂକ୍ରମିତ ଯୋଡିହୋଇଛି । ଫଳରେ ସଂକ୍ରମିତ ବକ୍ସରଙ୍କ ମୋଟ ସଂଖ୍ୟା ୨୦ରେ ପହଞ୍ଚିଛି । ଦୁଇ ମୁଖ୍ୟ ବକ୍ସର ସୁମିତ ଓ ରୋହିତ ମୋର ଓ ଅନ୍ୟ ୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଥିବାବେଳେ, ଲକ୍ଷଣ ଚିନ୍ତାଜନକ ନୁହେଁ ବୋଲି ନ୍ୟାସମାଲ କ୍ୟାମ୍ପ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଏହାମଧ୍ୟ ପଢନ୍ତୁ: ଭାରତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କ ଅବସର ଘୋଷଣା
ସପୋର୍ଟ ଷ୍ଟାଫଙ୍କ ମଧ୍ୟରେ ମୁଖ୍ୟ କୋଚ୍ ନରେନ୍ଦର ରାଣା, କୋଚ୍ ସହଯୋଗୀ ସି ଏ କୁଟୁପ୍ପା ଓ ସହକାରୀ କୋଚ୍ ସୁରନଜୟ ସିଂହ ରହିଛନ୍ତି । ଭାରତୀୟ ବକ୍ସିଂ ମହାସଂଘର ଅନୁମୋଦନ ପରେ କ୍ୟାମ୍ପ୍ରେ ଟୋକିଓ ଅଲମ୍ପିଆନ ଅମିତ ପଙ୍ଘଲ, ବିକାଶ କ୍ରୀଷନ, ମନୀଷ କୌଶିକ, ଆଶିଷ ଚୌଧୁରୀ ଓ ସତୀଶ କୁମାର ମଧ୍ୟ ସାମିଲ ହେବାନେଇ ସୂଚୀ ରହିଛି ।
PTI