ଚଣ୍ଡିଗଡ: ଟୋକିଓ ଅଲମ୍ପିକ୍ସରେ ଏଥର ଜଲୱା ଦେଖାଇବେ ହରିୟାଣା ଖେଳାଳି । ପୁରା ଦେଶ ଏହି ଖେଳାଳିଙ୍କ ଉପରେ ଅଲମ୍ପିକ ପଦକ ଆଶା ରଖିଛି । ଫଳରେ ସମସ୍ତ ଖେଳାଳି ଯେ, ଦେଶ ପାଇଁ ପଦକ ଜିତିବାକୁ ଜୋର ଲଗାଇବେ ଏଥିରେ ସନ୍ଦେହ ନାହିଁ ।
23 ଜୁଲାଇରୁ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲମ୍ପିକ୍ସରେ ଭାରତ ପାଇଁ ମୋଟ 8ଜଣ କୁସ୍ତିଯୋଦ୍ଧା ଲଢେଇ କରିବେ । ଖାସ କଥା ଏହା ଯେ, 8ଯୋଦ୍ଧାଙ୍କ ମଧ୍ୟରେ 7ଜଣ କେବଳ ହରିୟାଣାରୁ ରହିଛନ୍ତି । ଏହି 7ଜଣଙ୍କ ମଧ୍ୟରେ 4 ମହିଳା ଓ 3 ପୁରୁଷ କୁସ୍ତିଯୋଦ୍ଧା ରହିଛନ୍ତି ।
ଯୋଗ୍ୟତା ଅର୍ଜନ କରିଥିବା ଏହି ଖେଳାଳି ମାନେ ବର୍ତ୍ତମାନ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।
ଆସନ୍ତୁ ଜାଣିବା ଏହି 7 ହରିୟାଣା କୁସ୍ତିଯୋଦ୍ଧାଙ୍କ ବିଷୟରେ...
ଟୋକିଓ ଅଲମ୍ପିକରେ ଦେଶକୁ ପ୍ରତିନିଧିତ୍ବ କରିବେ ହରିୟାଣାର 4 ମହିଳା କୁସ୍ତିଯୋଦ୍ଧା
ଚରଖି ଦାଦରୀରୁ ଭିନେଶ ଫୋଗଟ
ଜିନ୍ଦ୍ ରୁ ଅଂଶୁ ମଲିକ
ସୋନିପତରୁ ସୋନମ
ରୋହତକରୁ ସୀମା
ଏହି ମହିଳାଙ୍କ ବ୍ୟତୀତ 3 ପୁରୁଷ କୁସ୍ତିଯୋଦ୍ଧା ମଧ୍ୟ ରହିଛନ୍ତି..
ଝଜରରୁ ଦୀପକ ପୁନିଆ
ରୋହତମରୁ ସୁମିତ
ଝଜରରୁ ବଜରଙ୍ଗ ପୁନିଆ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ