ETV Bharat / sports

Asian Para Games 2023: ଆଜି ହାଙ୍ଗଝୋଉରେ ଉଦଘାଟନୀ ଉତ୍ସବ, ଅଂଶ ଗ୍ରହଣ କରିବେ ଭାରତର 309 ଖେଳାଳି - ପାରା ଏସୀୟ କ୍ରୀଡା

ଆଜିଠୁ ହାଙ୍ଗଝୋଉରେ ଆରମ୍ଭ ହେବ ପାରା ଏସୀୟ କ୍ରୀଡାର ଚତୁର୍ଥ ସଂସ୍କରଣ । ସାମିଲ ହେବେ ଭାରତର 309 ଖେଳାଳି । ଅଧିକ ପଢ଼ନ୍ତୁ

Asian Para Games 2023
Asian Para Games 2023
author img

By ETV Bharat Odisha Team

Published : Oct 22, 2023, 7:30 AM IST

ହାଇଦ୍ରାବାଦ: ଆଜିଠାରୁ ଚୀନର ହାଙ୍ଗଝୋଉଠାରେ ଆରମ୍ଭ ହେବାକୁ ଯାଉଛି ପାରା ଏସୀୟ କ୍ରୀଡ଼ାର ଚତୁର୍ଥ ସଂସ୍କରଣ । 6ଦିନ ଧରି ହେବାକୁ ଥିବା ଏହି ପାରା ଏସୀୟ କ୍ରୀଡ଼ାରେ 309 ଜଣ ଭାରତୀୟ ଅଂଶ ଗ୍ରହଣ କରିବେ । ସେମାନଙ୍କ ମଧ୍ୟରୁ 196 ଜଣ ପୁରୁଷ ଓ 113ଜଣ ମହିଳା କ୍ରୀଡ଼ାବିତ ରହିଛନ୍ତି । ଆଜି ହାଙ୍ଗଝୋଉ ସ୍ପୋର୍ଟ୍ସ ପାର୍କ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ପରେ ଖେଳ ଆରମ୍ଭ ହୋଇଯିବ । ଚୀନ ରାଷ୍ଟ୍ରପତି ପାରା ଏସୀୟ କ୍ରୀଡ଼ାର ଉଦଘାଟନ କରିପାରନ୍ତି ବୋଲି କୁହାଯାଉଛି । ଉଦଘାଟନୀ ସମାରୋହରେ ପାରା ସଟଲର ପାରୁଲ ପରମାର ଏବଂ ପାରା ସୁଟର ଅମିତ ସରୋହା ଭାରତର ଧ୍ୱଜା ବାହାକ ସାଜିବେ ।

ଏହା ମଧ୍ୟ ପଢନ୍ତୁ-ଏସୀୟ ପାରା କ୍ରୀଡାବୀତଙ୍କୁ 10 ଲକ୍ଷ ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା

ପାରା ଏସୀୟ କ୍ରୀଡ଼ାର ଚତୁର୍ଥ ସଂସ୍କରଣରେ 22ଟି କ୍ରୀଡାର 23ଟି ବର୍ଗର 566ଟି ଇଭେଣ୍ଟରେ କ୍ରୀଡାବିତମାନେ ପଦକ ପାଇଁ ଲଢେଇ କରିବେ । 43ଟି ଦେଶର 4 ହଜାରରୁ ଊର୍ଦ୍ଧ୍ବ କ୍ରୀଡ଼ାବିତ ଏଥିରେ ଅଂଶ ଗ୍ରହଣ କରିବେ । ଏସିଆନ୍ ପାରାଲିମିକ୍ କମିଟି ଦ୍ୱାରା ଏସିଆନ୍ ପାରା ଗେମ୍ସ ଆୟୋଜିତ ହୋଇଛି । 2022ରେ ଅକ୍ଟୋବର 9ରୁ 15ତାରିଖ ପର୍ଯ୍ୟନ୍ତ ଏହା ଚୀନର ଆୟୋଜନ ହେବାକୁ ଯୋଜନା ଥିବା ବେଳେ କୋରନା ଯୋଗୁଁ ସ୍ଥଗିତ ରହିଥିଲା । ଏସିଆନ୍ ପାରା ଗେମ୍ସର ପ୍ରଥମ ସଂସ୍କରଣ 2010ରେ ଚୀନର ଗୁଆଙ୍ଗଝୋରେ ଅନୁଷ୍ଠିତ ହୋଇଥିଲା । ଏହାପରେ ଦ୍ବିତୀୟ ସଂସ୍କରଣ 2014ରେ ଦକ୍ଷିଣ କୋରିଆ ଓ ତୃତୀୟ ସଂସ୍କରଣ 2018ରେ ଜାକର୍ତ୍ତାରେ ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-2022 ଏସିଆନ୍ ପାରା ଗେମ୍ସ ପାଇଁ ମାସ୍କଟ୍ ଉନ୍ମୋଚିତ

2018ରରେ ଜାକର୍ତ୍ତାରେ ଅନୁଷ୍ଠିତ ପାରା ଏସୀୟ କ୍ରୀଡ଼ାର ତୃତୀୟ ସଂସ୍କରଣରେ 188 ଜଣ ଭାରତୀୟ ଖେଳାଳି ସାମିଲ ହୋଇଥିଲେ । ଭାରତୀୟ ଆଥଲେଟ୍ସ ଶ୍ରେଷ୍ଠ ପ୍ରଦର୍ଶନ କରି 15ଟି ସ୍ବର୍ଣ୍ଣ, 24ଟି ରୌପ୍ୟ ଓ 33ଟି କାଂସ୍ୟ ପଦକକତୁ ମିଶାଇ ମୋଟ 72ଟି ପଦକ ହାସଲ କରିଥିଲେ । ଚଳିତ ସଂସ୍କରଣରେ ଭାରତୀୟ ଖେଳାଳି 17ଟି ଇଭେଣ୍ଟରେ ଅଂଶ ଗ୍ରହଣ କରିବେ ।

ଓଡିଶାର ରହିଛନ୍ତି 7ଖେଳାଳି: ଏସୀୟ ପାରା କ୍ରୀଡାରେ ଭାରତୀୟ ଦଳରେ 309 ଜଣ ଖେଳାଳି ଭାଗ ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ 7 ଜଣ ଓଡ଼ିଶାର ରହିଛନ୍ତି । ସେମାନେ ହେଉଛନ୍ତି, ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ରାଖାଲ କୁମାର ସେଠୀ, ଭି.ରାମେଶ ରାଓ, ପୂଜାସ୍ବିନୀ ନାଏକ ଓ ପ୍ରଫୁଲ୍ଲ ଖଣ୍ଡାୟତରାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.