ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହୋଇଛି ୪ର୍ଥ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି ରାଜ୍ୟ କ୍ରୀଡା ଓ ଯୁବ କଲ୍ୟାଣ ମନ୍ତ୍ରୀ ତୁଷାରକାନ୍ତ ବେହେରା । ସର୍ବ ଭାରତୀୟ ସ୍ତରରେ ୧୨ ଦଳକୁ ସାମିଲ କରାଯାଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି ।
ଆଜିଠାରୁ (ବୁଧବାର) ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମଠାରେ ଆରମ୍ଭ ହୋଇଛି ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ରାଜ୍ୟ କ୍ରୀଡା, ଯୁବ ବିକାଶ ବିଭାଗ ଓ ଢେଙ୍କାନାଲ ଜିଲ୍ଲା କ୍ରୀଡା ସଙ୍ଘ ଆନୁକୂଲ୍ୟରେ ଏହି ୪ର୍ଥ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । ଆଜି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତ ବେହେରା ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଛନ୍ତି ।
ଏହି ଉପଲକ୍ଷେ ଅପରାହ୍ନରେ ଆୟୋଜିତ ଏକ ମଶାଲ ଶୋଭଯାତ୍ରା ସ୍ଥାନୀୟ ବାଜି ଚୌକ ଛକରୁ ବାହାରି ମୁଖ୍ୟ ଷ୍ଟାଡିୟମଠାରେ ପହଁଚି ମୁଖ୍ୟ ଅତିଥିଙ୍କୁ ପ୍ରଦାନ କରାଯାଇଥିଲା । ପରେ ମୁଖ୍ୟ ଅତିଥି ମନ୍ତ୍ରୀ ତୁଷାରକାନ୍ତି ବେହେରା ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଫୁଟବଲ ଖେଳାଳିମାନଙ୍କ ସମ୍ମିଳିତ ଉତ୍ସବରେ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଗୋଆ, ହାଇଦ୍ରାବାଦ, କୋଲକତା ଆଦି ବିଭିନ୍ନ ରାଜ୍ୟର ୧୨ଟି ଦଳ ସାମିଲ ହୋଇଛନ୍ତି ।
ଇଟିଭି ଭାରତ, ଢେଙ୍କାନାଳ