ETV Bharat / sports

ଗୁଲମାର୍ଗରେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡାର ଦ୍ବିତୀୟ ସଂସ୍କରଣ

ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡାର ଦ୍ବିତୀୟ ସଂସ୍କରଣ ଗୁଲମାର୍ଗରେ ଆୟୋଜିତ ହେଉଛି । 6 ଦିନ ଧରି ଏହି ଶୀତକାଳୀନ ଜାତୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

author img

By

Published : Feb 25, 2021, 9:11 PM IST

2nd Edition of Khelo India: MoS for Youth Affairs and Sports Kiren Rijiju arrives in valley
ଗୁଲମାର୍ଗରେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡାର ଦ୍ବିତୀୟ ସଂସ୍କରଣ

ହାଇଦ୍ରାବାଦ: ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡାର ଦ୍ବିତୀୟ ସଂସ୍କରଣ ଜମ୍ମୁ କାଶ୍ମୀରର ଗୁଲମାର୍ଗରେ ଆୟୋଜିତ ହେଉଛି । 6ଦିନ ଧରି ଏହି ଶୀତକାଳୀନ ଜାତୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହେବ । ସେଥିପାଇଁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ପ୍ରତିଯୋଗୀତାର ଆରମ୍ଭ କରିବାକୁ ଗୁରୁବାର ଉପତ୍ୟାକାରେ ପହଞ୍ଚିଛନ୍ତି ।

ଫେବ୍ରୁଆରୀ 26ରୁ ଆନୁଷ୍ଠାନିକ ଭାବେ ଉତ୍ତର କାଶ୍ମୀର ବାରମୂଳା ଜିଲ୍ଲାର ଗୁଲମାର୍ଗର ସ୍କାଏ ରିସୋର୍ଟରେ ଅନୁଷ୍ଠିତ ହେବ ।

କ୍ରୀଡାମନ୍ତ୍ରୀଙ୍କ ସହ କ୍ରୀଡା ଓ ସଂସ୍କୃତି ବିଭାଗର କମିଶନର ସଚିବ ଶାରମାଦ ହାଫିଜ ମଧ୍ୟ ଉପସ୍ଥିତ ରହିଛନ୍ତି । ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡାର ପ୍ରଥମ ସଂସ୍କରଣ ମଧ୍ୟ ମାର୍ଚ୍ଚ 2020ରେ ଗୁଲମାର୍ଗରେ ସଫଳତାର ସହ ଆୟୋଜିତ ହୋଇଥିଲା ।

ସୂଚନା ଅନୁଯାୟୀ, ଏହି ମେଗା କ୍ରୀଡା ଇଭେଣ୍ଟରେ ଦେଶ ତମାମରୁ ପ୍ରାୟ 1200 ଆଥଲେଟ ଓ ଅତିଥି ଅଂଶଗ୍ରହଣ କରିବେ । ସ୍ନୋ ସୁ ରେସ୍‌, ଆଇସ ସ୍କେଟିଂ, ଆଇସ ହକି, ସ୍କାଏଂ, ନୋରଦିକ ସ୍କାଏ, ସ୍ନୋ ବୋର୍ଡିଂ, ସ୍କାଏ ମାଉଣ୍ଟେନିଂ, ଆଇସ ଷ୍ଟକ୍‌ ଭଳି ପ୍ରତିଯୋଗୀତା ଅନୁଷ୍ଠିତ ହେବ ।

ଜମ୍ମୁ-କାଶ୍ମୀର କ୍ରୀଡା ପରିଷଦ, ଜମ୍ମୁ-କାଶ୍ମୀର ଶୀତକାଳୀନ ସଂଘ ସହ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ମିଳିତ ଭାବେ ଏହି ଇଭେଣ୍ଟର ଆୟୋଜକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.