ETV Bharat / sports

ସ୍ମୃତିରେ ୧୯୭୫ ହକି ବିଶ୍ବକପ, ଧ୍ୟାନଚାନ୍ଦଙ୍କ ଗୋଲରେ ଭାରତ ହୋଇଥିଲା ଚମ୍ପିଆନ - ଧ୍ୟାନଚାନ୍ଦ

ହକି ବିଶ୍ବକପ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇସାରିଛି । ୧୯୭୫ରେ ଶେଷ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତି ଥିଲା ଭାରତ । ଦୀର୍ଘ ୪୮ ବର୍ଷ ପରେ ପୁଣି ଥରେ ବିଶ୍ବ ଚମ୍ପିଆନ ହେବା ନେଇ ଆଶା ରଖିଛି ଭାରତ । ଅଧିକ ପଢନ୍ତୁ

ଭାରତୀୟ ହକି ଟିମ
ଭାରତୀୟ ହକି ଟିମ
author img

By

Published : Jan 12, 2023, 10:04 AM IST

ହାଇଦ୍ରାବାଦ: ବାରବାଟୀରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ହକି ବିଶ୍ବକପର ଉଦଘାଟନୀ ସମାରୋହ ଶେଷ ହୋଇଛି । ହକି ବିଶ୍ବକପ ସମସ୍ତଙ୍କୁ ପୁଣି ଥରେ ଏକସୂତ୍ରରେ ବାନ୍ଧିଛି । ଏହି ମହାକୁମ୍ଭ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇ ସାରିଛି । ଚଳିତଥର ଭାରତୀୟ ହକି ଟିମ ଅଧିନାୟକ ହରମନପ୍ରିତ ସିଂହଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ । ଭାରତୀୟ ହକି ଟିମ ୨୦୨୧ ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ ପଦକ ଜିତି ଦେଶକୁ ଗୌରବାନ୍ବିତ କରିଥିଲା । ଏହି ପଦକ ଭାରତ ଦୀର୍ଘ ୪୧ ବର୍ଷ ପରେ ହାସଲ କରି ପଦକ ଜିତିବା ଅପେକ୍ଷାର ଅନ୍ତ ଘଟାଇଥିଲା ।

ଏହା ପୂର୍ବରୁ ଭାରତୀୟ ହକି ଟିମ ଅଲମ୍ପିକ ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଏବଂ ୧୯୮୦ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା । ସେହିପରି ହକି ଇଣ୍ଡିଆ ଶେଷ ଥର ପାଇଁ ଅଜିତ ସିଂହ ପାଲଙ୍କ ନେତୃତ୍ବରେ ବର୍ଷ ୧୯୭୫ରେ ଶେଷ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲା । ତେବେ ଦୀର୍ଘ ୪୮ ବର୍ଷ ହେବ ବିଶ୍ବକପ ଟାଇଟଲ ଭୋକିଲା ରହିଛି ଭାରତ । ଚଳିତ ବର୍ଷ ଏହି ସ୍ବପ୍ନ ପୂରଣ ହେବା ପାଇଁ କୋଟି କୋଟି ପ୍ରଶଂସକ ଆଶା ରଖିଛନ୍ତି ।

ବର୍ଷ ୧୯୭୦ରୁ ୮୦ ଦଶକ ମଧ୍ୟରେ ଭାରତୀୟ ହକି ଟିମର ଜବରଦସ୍ତ ପ୍ରଦର୍ଶନ ଜାରି ରହିଥିଲା । ହକି ବିଶ୍ବକପର ପ୍ରଥମ ସଂସ୍କରଣ ୧୯୭୧ ମସିହାରେ ଆୟୋଜନ କରାଯାଇଥିଲା । ଯାହା ପାକିସ୍ତାନରେ ଆୟୋଜନ ହେବା ନେଇ ପ୍ରଥମେ ଯୋଜନା ହୋଇଥିଲା । ପରେ ପାକିସ୍ତାନରେ ରାଜନୈତିକ ସଙ୍କଟ କାରଣରୁ ହକି ବିଶ୍ବକପର ଆୟୋଜନ ସ୍ପେନର ବର୍ସିଲିନା ସହରକୁ ସ୍ଥାନାନ୍ତରିତ କରାଯାଇଥିଲା । ସ୍ପେନରେ ଅକ୍ଟୋବର ୧୫ ତାରିଖରୁ ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ପାକିସ୍ତାନ ଆୟୋଜକ ଦେଶ ସ୍ପେନକୁ ହରାଇ ହକି ବିଶ୍ବକପର ପ୍ରଥମ ସଂସ୍କରଣରେ ବିଶ୍ବ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚରେ ଭାରତ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା । ହେଲେ କେନିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଥିଲା ।

୧୯୭୫ ମସିହାର ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣ ମାଲେସିଆର କୁଆଲାଲପୁରରେ ଆୟୋଜନ କରାଯାଇଥିଲା । ଏହି ଫାଇନାଲ ମ୍ୟାଚରେ ହିରୋ ସାଜିଥିଲେ ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦ । ଶେଷରେ ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରି ଭାରତ ହୋଇଥିଲା ବିଶ୍ବ ବିଜେତା । ସେ ଦିନ ଭାରତ କ୍ରୀଡା ଇତିହାସରେ ଯୋଡି ହୋଇଥିଲା ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ବର୍ଷ ୧୯୭୫ ମାର୍ଚ୍ଚ ୧୫ ତାରିଖରେ ହକି ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ବିଶ୍ବ ଚମ୍ପିଆନ ଟାଇଟଲ ନିଜ ନାମରେ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.