ETV Bharat / sports

The Bengaluru Kid Died: ରେସିଂ ବେଳେ ଦୁର୍ଘଟଣା, ଆଖି ବୁଜିଲେ ୧୩ ବର୍ଷୀୟ ବାଇକ୍‌ ରେସର୍‌ - କୋପ୍ପାରାମ୍ ଶ୍ରେୟସ୍‌ ହରିଶ

ରେସିଙ୍ଗ୍‌ ଦୁର୍ଘଟଣାରେ ଆଖି ବୁଜିଲେ ୧୩ ବର୍ଷୀୟ ବାଇକ୍‌ ରେସର୍‌ କୋପ୍ପାରାମ୍ ଶ୍ରେୟସ୍‌ ହରିଶ । ସେ ଦି ବେଙ୍ଗାଲୁରୁ କିଡ୍‌ ଭାବେ ବେଶ ପରିଚିତ ଥିଲେ । ପ୍ରଥମ ଭାରତୀୟ ଭାବେ ସେ ସ୍ପେନ୍‌ରେ ଅନୁଷ୍ଠିତ 'ୱାର୍ଲଡ୍‌ ଚମ୍ପିଆନ୍‌ସିପ୍‌' ଫାଇନାଲ୍‌ରେ ପ୍ରବେଶ କରିପାରିଥିଲେ । ଅଧିକ ପଢ଼ନ୍ତୁ

ରେସିଙ୍ଗ୍‌ ଦୁର୍ଘଟଣାରେ ଆଖି ବୁଜିଲେ ଦି ବେଙ୍ଗାଲୁରୁ କିଡ୍‌

author img

By

Published : Aug 6, 2023, 4:05 PM IST

ଚେନ୍ନାଇ: ଶନିବାର ଚେନ୍ନାଇରେ ଆୟୋଜିତ ନ୍ୟାସ୍‌ନାଲ୍‌ ମୋଟୋର୍‌ସାଇକେଲ୍‌ ରେସିଂ ଚମ୍ପିଆନ୍‌ସିପ୍‌ରେ ଏକ ଭୟଙ୍କର ଦୁର୍ଘଟଣାରେ ୧୩ ବର୍ଷୀୟ ବାଇକ୍‌ ରେସର୍‌ କୋପ୍ପାରାମ୍ ଶ୍ରେୟସ୍‌ ହରିଶଙ୍କର ମୃତ୍ୟୁ ଘଟିଛି । ଗତ ମେ ମାସରେ ସ୍ପେନ୍‌ରେ ଅନୁଷ୍ଠିତ ବାଇକ୍‌ ରେସିଂ ପ୍ରତିଯୋଗିତା 'ୱାର୍ଲଡ୍‌ ଚମ୍ପିଆନ୍‌ସିପ୍‌' ଫାଇନାଲ୍‌ରେ ବେଙ୍ଗାଲୁରୁର ଏହି ପ୍ରତିଭାବାନ ତାରକା ବାଇକ୍‌ ରେସର୍‌ ପହଞ୍ଚିଥିଲେ । ପ୍ରଥମ ଭାରତୀୟ ଭାବେ ସେ ଏହି ପ୍ରତିଯୋଗିତା ଫାଇନାଲ୍‌ରେ ପ୍ରବେଶ କରିଥିଲେ । ସେ 'ଦି ବେଙ୍ଗାଲୁରୁ କିଡ୍‌' ଭାବେ ବେଶ ପରିଚିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ICC ODI World Cup 2023: ଇଂଲଣ୍ଡକୁ ଝଟ୍‌କା, ସନ୍ନ୍ୟାସ ଘୋଷଣା କଲେ ଆଲେକ୍ସ ହେଲ୍ସ

ଶନିବାର ଦିନ ଅନୁଷ୍ଠିତ ନ୍ୟାସ୍‌ନାଲ୍‌ ମୋଟୋର୍‌ସାଇକେଲ୍‌ ରେସିଂ ଚମ୍ପିଆନ୍‌ସିପ୍‌ ରେସ୍‌ର ତୃତୀୟ ରାଉଣ୍ଡ୍‌ରେ ଶ୍ରେୟସ୍‌ ଏକ ୨୦୦ ସିସି ମୋଟୋର୍‌ବାଇକ୍‌ ଚଳାଉଥିଲେ । ଏହି ରାଉଣ୍ଡରେ ସେ ଏକ ଟର୍ଣ୍ଣିଂ ନେଉଥିବା ବେଳେ ତାଙ୍କ ବାଇକ୍‌ଟି ରାସ୍ତାରୁ ଖସି ଯିବାରୁ ସେ ପଡ଼ିଯାଇଥିଲେ । ଏହାପରେ ତାଙ୍କ ମୁଣ୍ଡରୁ ହେଲ୍‌ମେଟ୍‌ ବାହାରି ଯାଇଥିଲା । ଏହି ସମୟରେ ପଛରେ ଆସୁଥିବା ଆଉ ଜଣେ ପ୍ରତିଯୋଗୀ ନିଜ ବାଇକ୍‌ ହଠାତ ଅଟକାଇ ନପାରି ଶ୍ରେୟସ୍‌ଙ୍କ ଉପରେ ଚଢ଼ାଇ ଦେଇଥିଲେ । ଫଳରେ ଶ୍ରେୟସ୍‌ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଶ୍ରେୟସ୍‌ଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିବା ଡାକ୍ତର ଘୋଷଣା କରିଥିଲେ । ‌ତାଙ୍କ ମୃତ୍ୟୁ ପରେ ପ୍ରତିଯୋଗିତାର ଆୟୋଜକ ମାଡ୍ରାସ୍‌ ମୋଟୋର୍‌ ସ୍ପୋର୍ଟସ୍‌ କ୍ଲବ୍‌ ଆସନ୍ତା ଶନିବାର ଓ ରବିବାରରେ ହେବାକୁ ଥିବା ରେସ୍‌ଗୁଡ଼ିକୁ ବାତିଲ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Durand Cup 2023: ଫୁଟବଲ କେବଳ ଏକ ଖେଳ ନୁହେଁ, ଶାନ୍ତିର ପ୍ରତୀକ ମଧ୍ୟ କହିଲେ ରାଜନାଥ

ପ୍ରକାଶଯୋଗ୍ୟ, ୨୦୧୦ ଜୁଲାଇ ୨୬ ତାରିଖ ଦିନ ତାଙ୍କର ଜନ୍ମ । ଗତ ଜୁଲାଇ ୨୬ ତାରିଖ ଦିନ ୧୩ତମ ଜନ୍ମଦିନ ପାଳନ କରିଥିଲେ ଶ୍ରେୟସ୍‌ । ଶ୍ରେୟସ୍‌ ଥିଲେ ବେଙ୍ଗାଲୁରୁସ୍ଥିତ କେନ୍‌ସ୍‌ରି ସ୍କୁଲ୍‌ର ଛାତ୍ର । ଏତେ କମ୍‌ ବୟସରୁ ଜଣେ ମୋଟୋର୍‌ବାଇକ୍‌ ରେସର୍‌ ଭାବେ ସେ ବିଶ୍ବରେ ବେଶ ପରିଚୟ କମାଇଥିଲେ । ବାଇକ୍‌ ଉପରେ ଅପୂର୍ବ ନିୟନ୍ତ୍ରଣ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ପ୍ରଶଂସିତ ହେଉଥିଲେ । ଉଦୀୟମାନ ରେସର୍‌ ଭାବେ ସେ ଟିଭିଏସ୍‌ ୱାନ୍‌-ମେକ୍‌ ଚମ୍ପିଆନ୍‌ସିପ୍‌ ସମେତ ଜାତୀୟସ୍ତରରେ ଅନେକ ରେସ୍‌ ପ୍ରତିଯୋଗିତାରେ ଚମ୍ପିଆନ୍‌ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.