ବେଙ୍ଗାଲୁରୁ: ଜାତୀୟ ଶିବିର ପାଇଁ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (SAI) କେନ୍ଦ୍ରରେ ଥିବା ଇଣ୍ଡିଆ ଡ୍ରାଗ୍-ଫ୍ଲିକର୍ ତଥା ଡିଫେଣ୍ଡର ଅମିତ ରୋହିଦାସ କହିଛନ୍ତି ଯେ ଚଳିତ ମାସ ଶେଷରେ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ଆରମ୍ଭ କରିବା ପରେ ସେ ୟୁରୋପୀୟ ଦଳ ଗୁଡିକୁ ଅନୁସରଣ କରିବେ ।
‘‘ମୁଁ ପେନାଲ୍ଟି କର୍ଣ୍ଣର ପରିବର୍ତ୍ତନ ସହ ଡିଫେଣ୍ଡିଂ ପାଇଁ ଏହି ଟିମ ଦ୍ବାରା ବ୍ୟବହୃତ କୌଶଳ ଉପରେ ଦୃଷ୍ଟି ଦେବି । ପାଞ୍ଚ ମାସ ପରେ ହକି ଆରମ୍ଭ ହେଉଥିବା ବେଳେ ସେମାନେ କିପରି ପ୍ରତିଯୋଗିତା ମୂଳକ ହକି ଖେଳିବେ ତାହା ଦେଖିବା ଉତ୍ସାହଜନକ ହେବ,’’ କହିଛନ୍ତି ଅମିତ ।
ରୋହିଦାସ କହିଛନ୍ତି ଯେ ସେ ବେଲଜିୟମର ଡ୍ରାଗ୍-ଫ୍ଲିକ୍ ଷ୍ଟାର ଲିକ୍ ଲୁଇପର୍ଟଙ୍କୁ ଅତି ନିକଟରୁ ଦେଖିବେ । ‘‘ବେଲଜିୟମର ବହୁତ ଭଲ ପେନାଲ୍ଟି କର୍ଣ୍ଣର ଆଟାକ୍ ଅଛି ଏବଂ ସେମାନେ ପାରମ୍ପରିକ ପରିବର୍ତ୍ତନ ବ୍ୟବହାର କରନ୍ତି କିନ୍ତୁ ବହୁତ ପ୍ରଭାବଶାଳୀ ଅଟନ୍ତି । ସେମାନଙ୍କ ପାଖରେ ଭଲ ଡ୍ରାଗ୍-ଫ୍ଲିକର୍ ଅଛନ୍ତି ଏବଂ ଅତୀତରେ ଲୁଇପର୍ଟ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ମୁଁ ତାଙ୍କ ଖେଳ ଦେଖିବାକୁ ବିଶେଷ ଆଗ୍ରହ ପ୍ରକାଶ କରିବି ।’’
ଭୁବନେଶ୍ବରରେ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ତୃଣମୂଳ ସ୍ଥରରେ କ୍ରୀଡା ଭିତ୍ତିଭୂମିର ବିକାଶ ଓ ପ୍ରଶିକ୍ଷଣ ଦିଗରେ ଦୃତଗତିରେ କାର୍ଯ୍ୟ କରାଯାଉଛି । ଏନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ଅମିତ । ଓଡ଼ିଶାରେ କ୍ରୀଡା କ୍ଷେତ୍ରରେ ଆଗେଇବାର ଏହା ହେଉଛି ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ରୋହିଦାସ ।
@IANS
ହକି ପ୍ରୋ ଲିଗରେ ୟୁରୋପିଅନ ଟିମ ଉପରେ ରହିବ ନଜର: ରୋହିଦାସ - ଡିଫେଣ୍ଡର ଅମିତ ରୋହିଦାସ
ରୋହିଦାସ କହିଛନ୍ତି ଯେ ସେ ବେଲଜିୟମର ଡ୍ରାଗ୍-ଫ୍ଲିକ୍ ଷ୍ଟାର ଲିକ୍ ଲୁଇପର୍ଟଙ୍କୁ ଅତି ନିକଟରୁ ଦେଖିବେ । ‘‘ବେଲଜିୟମର ବହୁତ ଭଲ ପେନାଲ୍ଟି କର୍ଣ୍ଣର ଆଟାକ୍ ଅଛି ଏବଂ ସେମାନେ ପାରମ୍ପରିକ ପରିବର୍ତ୍ତନ ବ୍ୟବହାର କରନ୍ତି କିନ୍ତୁ ବହୁତ ପ୍ରଭାବଶାଳୀ ଅଟନ୍ତି । ଅଧିକ ପଢନ୍ତୁ...