ବେଙ୍ଗାଲୁରୁ: ଟୋକିଓ ଅଲମ୍ପିକ୍ସ ନେଇ ଅଲମ୍ପିକ ଯୋଗ୍ୟ ଫରୱାର୍ଡ ନବନୀତ କୌରଙ୍କ ବଡ ବୟାନ । ବିଗତ କିଛି ବର୍ଷ ମଧ୍ୟରେ ଟିମର ଚିନ୍ତାଧାରା ବଦଳିଛି, ଯାହାକି କୌଣସି ଶୀର୍ଷ ପ୍ରତିପକ୍ଷ ଟିମ ବିପକ୍ଷରେ ଚାପରେ ରହିବ ନାହିଁ ଟିମ ଇଣ୍ଡିଆ ।
"ପୂର୍ବରୁ ନେଦରଲାଣ୍ଡ ଓ ଗ୍ରେଟ ବ୍ରିଟେନ ବିପକ୍ଷରେ ମ୍ୟାଚ ଥିଲେ ସାମାନ୍ୟ ଡର ରହୁଥିଲା, ମାତ୍ର ଏହି ସ୍ଥିତି ଏବେ ନାହିଁ । ଟିମର ଚିନ୍ତାଧାରାରେ ଅନେକ ପରିବର୍ତ୍ତନ ହୋଇସାରିଛି । କୌଣସି ଶକ୍ତିଶାଳୀ ଟିମପ୍ରତି ଏବେ ଡର ନାହିଁ । ଶେଷ ହୁଇସିଲ ବାଜିବା ପର୍ଯ୍ୟନ୍ତ ଭାରତ ଲଢିବ," କହିଛନ୍ତି ନବନୀତ । ହକି ଇଣ୍ଡିଆ ନବନୀତଙ୍କ ଏହି ଦୃଢୋକ୍ତିକୁ ପ୍ରକାଶ କରିଛି ।
ଜାତୀୟ ଟିମ ପାଇଁ ନବନୀତ 79ଟି ମ୍ୟାଚ ଖେଳିସାରିଛନ୍ତି ଓ ଟୋକିଓରେ ପ୍ରଥମ ଅଲମ୍ପିକ ପଦାର୍ପଣ କରିବାକୁ ଯାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ