ETV Bharat / sports

ଘରକୁ ଫେରି ଖୁସିରେ ଆତ୍ମହରା ହକି ଇଣ୍ଡିଆ ଖେଳାଳି

ମହିଳା ହକି ଟିମ ଇଣ୍ଡିଆ କ୍ୟାପଟେନ ରାନୀ ହରିୟାଣାର ସାହବାଦ ସ୍ଥିତ ଘରକୁ ଫେରିଥିବାରୁ, ବହୁତ ଖୁସି ବୋଲି କହିଛନ୍ତି । ଏଥିସହିତ ହକି ଇଣ୍ଡିଆ ଓ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି ।

was only craving to meet my family during lockdown, says Rani
ଘରକୁ ଫେରି ଖୁସିରେ ଆତ୍ମହରା ହକି ଇଣ୍ଡିଆ ଖେଳାଳି
author img

By

Published : Jun 22, 2020, 5:42 PM IST

ନୂଆଦିଲ୍ଲୀ: ଘରକୁ ଫେରିଛନ୍ତି ହକି ଟିମ ଇଣ୍ଡିଆର ଖେଳାଳି । ଲକଡାଉନ ଯୋଗୁଁ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ବେଙ୍ଗାଲୁରୁ କ୍ୟାମ୍ପସରେ ପ୍ରାୟ 3ମାସ ବିତାଇବା ପରେ, ହକି ଇଣ୍ଡିଆ ପକ୍ଷରୁ ଖେଳାଳିଙ୍କୁ ଗୋଟିଏ ମାସର ସମୟ ବିଶ୍ରାମ ପାଇଁ ଦିଆଯାଇଛି । ଫଳରେ ସମସ୍ତ ଖେଳାଳି ଖୁସିର ସହ ଘରକୁ ଯାତ୍ରା କରିଛନ୍ତି ।

ମହିଳା ହକି ଟିମ ଇଣ୍ଡିଆ କ୍ୟାପଟେନ ରାନୀ ହରିୟାଣାର ସାହବାଦ ସ୍ଥିତ ଘରକୁ ଫେରିଥିବାରୁ ବହୁତ ଖୁସି ବୋଲି କହିଛନ୍ତି । ଏଥିସହିତ ହକି ଇଣ୍ଡିଆ ଓ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି ।

ପୁରୁଷ ଟିମ କ୍ୟାପଟେନ ମନପ୍ରୀତ ସିଂହ ମଧ୍ୟ ମାଆ ଓ ଭାଇଙ୍କୁ ଭେଟିବା ପରେ ଉତ୍ସାହିତ ଥିବା କହିଛନ୍ତି । ଏଥିସହିତ ଦୁଇଟି ପ୍ରିୟର କୁକୁରଙ୍କ ସହ ମଧ୍ୟ ସମୟ ବିତାଇବା ନେଇ ଖୁସି ଅଛନ୍ତି ।

ପୁରୁଷ ଟିମ ଫରୱାର୍ଡ ଖେଳାଳି ମନ୍ଦୀପ ସିଂହ ମଧ୍ୟ ବହୁତ ଖୁସି ଥିବା କହିଛନ୍ତି । ମହିଳା ଟିମ ମିଡ ଫିଲ୍ଡର ନେହା ଗୋୟଲ ସୋନିପତ ସ୍ଥିତ ଘରକୁ ଫେରି ମାଆଙ୍କୁ ଭେଟିବାର ସୁଯୋଗ ପାଇଥିବାରୁ ଖୁସିରେ ଆତ୍ମହରା ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.