କୋଭିଲପଟ୍ଟି(ତାମିଲନାଡୁ): ଏକାଦଶତମ ହକି ଇଣ୍ଡିଆ ଜୁନିଅର ପୁରୁଷ ନ୍ୟାସନାଲ ଚାମ୍ପିଅନସିପ୍ ୨୦୨୧ରେ ଅପରାଜେୟ ରେକର୍ଡ ବଜାୟ ରଖିଲା ଉତ୍ତର ପ୍ରଦେଶ ହକି । ଫାଇନାଲରେ ହକି ଚଣ୍ଡିଗଡକୁ ୩-୧ ଗୋଲ୍ରେ ହରାଇ ଚାମ୍ପିଅନ ହୋଇଛି ଉତ୍ତର ପ୍ରଦେଶ ।
-
Congratulations to all the medal winners from the 11th Hockey India Junior Men National Championship Kovilpatti, Tamil Nadu.👏
— Hockey India (@TheHockeyIndia) December 26, 2021 " class="align-text-top noRightClick twitterSection" data="
🥇 Uttar Pradesh Hockey
🥈 Hockey Chandigarh
🥉 Hockey Association of Odisha#IndiaKaGame pic.twitter.com/HasQMK4kPN
">Congratulations to all the medal winners from the 11th Hockey India Junior Men National Championship Kovilpatti, Tamil Nadu.👏
— Hockey India (@TheHockeyIndia) December 26, 2021
🥇 Uttar Pradesh Hockey
🥈 Hockey Chandigarh
🥉 Hockey Association of Odisha#IndiaKaGame pic.twitter.com/HasQMK4kPNCongratulations to all the medal winners from the 11th Hockey India Junior Men National Championship Kovilpatti, Tamil Nadu.👏
— Hockey India (@TheHockeyIndia) December 26, 2021
🥇 Uttar Pradesh Hockey
🥈 Hockey Chandigarh
🥉 Hockey Association of Odisha#IndiaKaGame pic.twitter.com/HasQMK4kPN
ଟୁର୍ନାମେଣ୍ଟର ସର୍ବାଧିକ ଗୋଲ୍ ସ୍କୋରର ସର୍ଦାନନ୍ଦ ତିୱାରୀ ଉତ୍ତର ପ୍ରଦେଶ ପାଇଁ ମ୍ୟାଚ୍ର ୧୫ତମ ମିନିଟ୍ରେ ପେନାଲିଟି କର୍ଣ୍ଣର ଜରିଆରେ ଗୋଲ୍ କରିଥିଲେ । ପରେ ଅରୁଣ ସାହାଣୀ(୧୬', ୩୪') ଦୁଇଟି ଗୋଲ୍ କରିଥିଲେ । ୫୧ତମ ମିନିଟ୍ରେ ମ୍ୟାଚ୍ର ଶେଷ ଭାଗରେ ହକି ଚଣ୍ଡିଗଡ ପାଇଁ ଏକମାତ୍ର ଗୋଲ୍ କରିଥିଲେ ରମଣ । ମାତ୍ର ଏହା ଉତ୍ତର ପ୍ରଦେଶକୁ ଟୁର୍ନାମେଣ୍ଟର ଚାମ୍ପିଅନ ହେବାକୁ ରୋକିପାରିନଥିଲା ।
ଏହାମଧ୍ୟ ପଢନ୍ତୁ: Vijay Hazare Trophy: ଇହିହାସ ରଚିଲା ହିମାଚଳ ପ୍ରଦେଶ
ଅନ୍ୟପଟେ ହକି ଆସୋସିଏସନ ଅଫ୍ ଓଡିଶା ୩-୨ ଗୋଲ୍ରେ ହକି ହରିୟାଣାକୁ ହରାଇ ତୃତୀୟ ସ୍ଥାନ ଅଧିକାର କରିଛି । ଓଡିଶା ପକ୍ଷରୁ ଦୀପକ ମିଞ୍ଜ୍, ସୁଶାନ୍ତ ଟପ୍ପୋ ଓ ସୁଦୀପ ଚିରମାକୋ ଗୋଲ୍ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ