ବେଙ୍ଗାଲୁରୁ: ଭାରତୀୟ ମହିଳା ହକି ଟିମର ତାରକା ଗୋଲକିପର ସବିତା ପୁନିଆଙ୍କ ବଡ ବୟାନ । ଆଗାମୀବର୍ଷ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସରେ ଇତିହାସ ରଚିବା ପାଇଁ ଭାରତୀୟ ଟିମ ପାଖରେ ବଡ ସୁଯୋଗ ରହିଛି ବୋଲି ସବିତା କହିଛନ୍ତି ।
![Tokyo Olympics a great chance for Indian women's hockey team to make history: Savita](https://etvbharatimages.akamaized.net/etvbharat/prod-images/7638201_hdfj.jpg)
ଭାରତୀୟ ମହିଳା ହକି ଟିମର ସଫଳତାରେ ଗୋଲକିପର ସବିତାଙ୍କ ପ୍ରମୁଖ ଭୁମିକା ରହିଛି । ଗତ 12 ବର୍ଷ ଧରି ସବିତା ଭାରତୀୟ ଟିମର ପ୍ରମୁଖ ଖେଳାଳି ରହିଛନ୍ତି । ପ୍ରାୟ ସମସ୍ତ ମ୍ୟାଚରେ ପ୍ରଭାବି ପ୍ରଦର୍ଶନ କରିଛନ୍ତି । ତେବେ ଶ୍ରେଷ୍ଠ ପ୍ରଦର୍ଶନ ଏବେବି ବାକି ଥିବା କହିଛନ୍ତି ଏହି ଭେଟେରାନ ଗୋଲକିପର । 2016 ରିଓ ଅଲମ୍ପିକ୍ସର ସ୍ବପ୍ନ ଏକାଧିକ ଭୁଲ ଯୋଗୁଁ ସତ ହୋଇପାରିନଥିଲା । ମାତ୍ର ବର୍ତ୍ତମାନର ଟିମ ଦକ୍ଷ, ଅଭିଜ୍ଞ ଓ ଯୁବ ପ୍ରତିଭାବାନ ଖେଳାଳିଙ୍କୁ ନେଇ ଶକ୍ତିଶାଳୀ । ସେଥିପାଇଁ ଟୋକିଓ ଅଲମ୍ପିକ୍ସରେ ଇତିହାସ ରଚିବାର ସୁବର୍ଣ୍ଣ ସୁଯୋଗ ରହିଛି ବୋଲି ସେ କହିଛନ୍ତି ।
![Tokyo Olympics a great chance for Indian women's hockey team to make history: Savita](https://etvbharatimages.akamaized.net/etvbharat/prod-images/7638201_hjhf.jpg)
ବର୍ତ୍ତମାନ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ବେଙ୍ଗାଲୁରୁ କ୍ୟାମ୍ପସରେ ପୁରୁଷ ଓ ମହିଳା ଦଳ ଅଭ୍ୟାସ ଜାରି ରଖିଛନ୍ତି ।