ବେଙ୍ଗାଲୁରୁ: କୋରୋନା ଭାଇରସ ସଂକ୍ରମଣ ଭୟରେ ସାରା ଦେଶରେ ଲାଗୁ ହୋଇଛି ଲକଡାଉନ । ସମସ୍ତ କ୍ରୀଡାବିତ ନିଜ ଘରେ ରହିଛନ୍ତି । ତେବେ ଭାରତୀୟ ଷ୍ଟାର ହକି ଖେଳାଳି ଏସଭି ସୁନୀଲ ନିଜ ସାଥୀ ଖେଳାଳି, କୋଚିଂ ଷ୍ଟାଫଙ୍କ ସହ ସମୟ ବିତାଉଥିବା କହିଛନ୍ତି ।
ସୁନୀଲ କହିଛନ୍ତି " ଆମେ ବେଙ୍ଗାଲୁରୁର ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ସେଣ୍ଟରରେ ପ୍ରାୟ ଏକ ମାସରୁ ଅଧିକ ସମୟ ଧରି ରହିଛୁ । ପରିବାର ଠାରୁ ଅଲଗା ରହିଛୁ । ମାତ୍ର ଦେଶର ଏପରି କଠିନ ସମୟରେ ଯେଉଁଠାରେ ଅଛନ୍ତି ସେଠାରେ ସୁରକ୍ଷିତ ରହିବା ଉଚିତ । ଅଧିକାଂଶ ଖେଳାଳି ଏହି କ୍ୟାମ୍ପରେ ରହିଛନ୍ତି । ସମସ୍ତେ ଅଭ୍ୟାସ ଜାରି ରଖିବା ସହ ଆଗାମୀ ରଣନୀତି ପ୍ରସ୍ତୁତିରେ ରହିଛନ୍ତି ।"
ଏଥିସହିତ ଭେଟେରାନ ସୁନୀଲ 2021 ଅଲମ୍ପିକ ପାଇଁ ପ୍ରସ୍ତୁତି ନେଇ ମଧ୍ୟ ସକରାତ୍ମକ ମତ ରଖିଛନ୍ତି । ଖୁବଶ୍ରୀଘ୍ର ସବୁକିଛି ସ୍ବାଭାବିକ ହେବ ଓ ସମସ୍ତେ ପଡିଆକୁ ଫେରିବା ନେଇ ସେ ଆଶାବାଦୀ ଅଛନ୍ତି ।