ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମର ମିଡ ଫିଲ୍ଡର ସୁମିତ ବାହାରେ ଅଭ୍ୟାସ ଆରମ୍ଭ କରିଛନ୍ତି । ନିଜ ହୋମଟାଉନ ସୋନିପତରେ ଅଭ୍ୟାସକୁ ଫେରି ଖୁସିଥିବା କହିଛନ୍ତି ସୁମିତ । ଏଥିସହିତ ଜାତୀୟ କ୍ୟାମ୍ପ ଆରମ୍ଭର ଅପେକ୍ଷାରେ ରହିଛନ୍ତି ।
ହକି ଇଣ୍ଡିଆ ପକ୍ଷରୁ ଜୁନରେ ଗୋଟିଏ ମାସ ପାଇଁ ଖେଳାଳିଙ୍କୁ ବ୍ରେକ ଦିଆଯାଇଥିଲା । ଫଳରେ ପରିବାର ସହ ଦୀର୍ଘ ସମୟରେ ସମୟ ବିତାଇଥିବାରୁ ଖୁସି ଥିବା କହିଛନ୍ତି ସୁମିତ । ସୁମିତଙ୍କ ଏହି ପ୍ରତିକ୍ରିୟା ହକି ଇଣ୍ଡିଆ ୱେବସାଇଟରେ ସ୍ଥାନ ପାଇଛି ।
ସୁମିତ 2016 ଜୁନିୟର ହକି ବିଶ୍ବକପ ବିଜେତା ଭାରତୀୟ ଦଳର ପ୍ରମୁଖ ସଦସ୍ୟ ରହଛନ୍ତି । ସିନିୟର ଟିମରେ 2017ରେ ସୁଲତାନ ଆଜଲାନ ସାହା କପରେ ଡେବ୍ୟୁ କରିଥିଲେ ।