ETV Bharat / sports

ହକି ହବ୍ ପାଇଁ ଆଉ ପାଦେ, ଏଥର ତାଲିମକୁ ସରକାରଙ୍କ ଗୁରୁତ୍ବ

ଦେଓଗଡ ଓ ଢେଙ୍କାନାଳରେ ବାଳକ ରେସିଡେଣ୍ଟ ପ୍ରୋଗ୍ରାମର ଉଦ୍‌ଘାଟନ କରିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢନ୍ତୁ...

author img

By

Published : Jan 23, 2021, 8:30 AM IST

Sports Minister Tusharkanti behera inaugurate the Boys' Resident Programme in Deogarh & Dhenkanal
ହକି ହବ୍ ପାଇଁ ଆଉ ପାଦେ, ଏଥର ତାଲିମକୁ ସରକାରଙ୍କ ଗୁରୁତ୍ବ

ହାଇଦ୍ରାବାଦ: ଅନେକ ବିଶ୍ବସ୍ତରୀୟ କ୍ରୀଡା ଇଭେଣ୍ଟ ସଫଳତାର ସହ ଆୟୋଜନ କରିଛନ୍ତି ଓଡିଶା ସରକାର । ତେବେ କ୍ରୀଡା ତାଲିମକୁ ଅଧିକ ଗୁରୁତ୍ବ ଦେଉଛନ୍ତି ସରକାର । ହକି ତାଲିମ ପାଇଁ ଆଉ ପାଦେ ଆଗେଇଛନ୍ତି ଓଡିଶା ସରକାର ।

ତୃଣମୂଳ ସ୍ତରରେ କ୍ରୀଡାପ୍ରତିଭାଙ୍କୁ ଉପଯୁକ୍ତ ତାଲିମ ଯୋଗାଇଦେବାକୁ ଭିତ୍ତିଭୂମି ପ୍ରସ୍ତୁତ ସହ ରାଜ୍ୟକୁ କ୍ରୀଡାର ହବ୍ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା ରହିଛି । ଏହି କ୍ରମରେ ଶୁକ୍ରବାର ଦେଓଗଡ ଓ ଢେଙ୍କାନାଳରେ ବାଳକ ରେସିଡେଣ୍ଟ ପ୍ରୋଗ୍ରାମର ଉଦ୍‌ଘାଟନ କରିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ।

  • ହକିରେ ଶ୍ରେଷ୍ଠତା ହାସଲ ଲାଗି ଏହା ଏକ ଭଲ ସୁଯୋଗ। ହାଇ ପ୍ରଫମାନ୍ସ ସେଣ୍ଟରରେ ତାଲିମ ପାଇଁ ମନୋନୀତ ଯୁବକମାନଙ୍କୁ ଶୁଭେଚ୍ଛା ଜଣାଉଛି। ଏଠାରେ ଦକ୍ଷ ପ୍ରଶିକ୍ଷକଙ୍କ ଦ୍ଵାରା ତାଲିମ ସହ ବିଶ୍ଵସ୍ତରୀୟ ଭିତ୍ତିଭୂମି ଓ ସୁବିଧା ସେମାନଙ୍କ ପ୍ରତିଭାକୁ ଆହୁରି ମାର୍ଜିତ କରିବ। : ମାନ୍ୟବର କ୍ରୀଡାମନ୍ତ୍ରୀ ଶ୍ରୀ @btushar02 @NavalTata pic.twitter.com/MODZZKylkj

    — Odisha Sports (@sports_odisha) January 22, 2021 " class="align-text-top noRightClick twitterSection" data=" ">

ଓଡିଶା ନାଭାଲ ଟାଟା ଉଚ୍ଚ ପ୍ରଦର୍ଶନ ସେଣ୍ଟର ଏହାର ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିଛି । ପ୍ରଥମ ପର୍ଯ୍ୟାୟରେ ମୋଟ 31 ଜଣ ଖେଳାଳି ଚୟନ ହୋଇଥିବାବେଳେ ସେଥିମଧ୍ୟରୁ 21ଜଣ କେବଳ ଓଡିଶାରୁ ରହିଛନ୍ତି । ଅବଶିଷ୍ଟ ଖେଳାଳି ଆସାମ ଓ ମଣିପୁରର ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଏହି ତାଲିମ କେନ୍ଦ୍ରକୁ ଉଦ୍‌ଘାଟନ କରିବା ସହ ଭାବୁକ ହେବାର ଦେଖାଯାଇଥିଲେ । ଯୁବ ପ୍ରତିଭାବାନ କ୍ରୀଡାବିତଙ୍କୁ ଉପଯୁକ୍ତ ତାଲିମ ମାଧ୍ୟମରେ ଦକ୍ଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ରହିଛି । ଏଥିପାଇଁ ଅନେକ କାର୍ଯ୍ୟକ୍ରମ ଚାଲୁ ରହିଥିବା କହିଛନ୍ତି କ୍ରୀଡାମନ୍ତ୍ରୀ । ତାଲିମ ପାଇଁ ଚୟନ ହୋଇଥିବା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଜାତୀୟ ଦଳରୁ ପ୍ରତିନିଧିତ୍ବ କରିବାକୁ ଶୁଭକାମନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.