ETV Bharat / sports

ହକିରେ କାହାକୁ ମିଳିଥିଲା ପ୍ରଥମ ରାଜୀବ ଗାନ୍ଧୀ ଖେଳରତ୍ନ, ଜାଣନ୍ତୁ... - ଧ୍ୟାନଚାନ୍ଦ ଖେଳରତ୍ନ

ହକିରେ ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ ଏଯାବତ ୩ଜଣ ଖେଳାଳିଙ୍କୁ ମିଳିଛି । ଜାଣନ୍ତି କି କିଏ ପାଇଥିଲେ ପ୍ରଥମ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ? ଅଧିକ ପଢନ୍ତୁ...

RAJIV GANDHI KHEL RATNA FIRST RECIPIENT IN HOCKEY DHANRAJ PILLAY
ହକିରେ ଧନରାଜ ପିଲେଙ୍କୁ ମିଳିଥିଲା ପ୍ରଥମ 'ରାଜୀବ ଗାନ୍ଧି ଖେଳରତ୍ନ'
author img

By

Published : Aug 6, 2021, 4:06 PM IST

ହାଇଦ୍ରାବାଦ: ବଦଳିଲା 'ରାଜୀବ ଗାନ୍ଧୀ ଖେଳରତ୍ନ' ପୁରସ୍କାରର ନାମ । ଏଣିକି 'ଧ୍ୟାନଚାନ୍ଦ ଖେଳରତ୍ନ' ପୁରସ୍କାର ନାମରେ ଦେଶର ଏହି ସର୍ବୋଚ୍ଚ କ୍ରୀଡା ସମ୍ମାନ ନାମିତ ହେବ । କ୍ରୀଡାକ୍ଷେତ୍ରରେ ବର୍ଷ ତମାମ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଟ୍ବିଟ ଯୋଗେଁ ଘୋଷଣା କରିଛନ୍ତି ।

ହକିରେ ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ ଏଯାବତ ୩ଜଣ ଖେଳାଳିଙ୍କୁ ମିଳିଛି । ବର୍ଷ ୧୯୯୧ରେ ପ୍ରଥମ କରି ଏହି ପୁରସ୍କାର ଦିଆଯିବା ଆରମ୍ଭ ହୋଇଥିଲା । ୧୯୯୯-୨୦୦୦ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଭେଟେରାନ ହକି ଖେଳାଳି ଧନରାଜ ପିଲେ(Dhanraj Pillay)ଙ୍କୁ ସର୍ବପ୍ରଥମେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପରେ ହକି ଖେଳାଳିଙ୍କୁ ଖେଳରତ୍ନ ପାଇଁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡିଥିଲା । ବର୍ଷ ୨୦୧୭ରେ ସରଦାର ସିଂହଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନରେ ସମ୍ମାନିତ କରାଯାଇଥିଲା ।

ସେହିପରି ଗତବର୍ଷ ଅର୍ଥାତ, ବର୍ଷ ୨୦୨୦ ପାଇଁ ମହିଳା ହକି ଟିମର ବର୍ତ୍ତମାନର ଅଧିନାୟିକା ରାନୀ ରାମପାଲଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଚୟନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.