ଭୁବନେଶ୍ବର: FIH ହକି ସିରିଜ ଫାଇନାଲ୍ସ ପାଇଁ ମଙ୍ଗଳବାର 18 ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ମନପ୍ରିତ ସିଂ ଦଳର ନେତୃତ୍ବ ନେଉଥିବା ବେଳେ ଓଡିଆ ପୁଅ ବିରେନ୍ଦ୍ର ଲାକ୍ରାଙ୍କୁ ମିଳିଛି ଡେପୁଟି ଦାୟିତ୍ବ । ତେବେ ଘରୋଇ ଗ୍ରାଉଣ୍ଡରେ ଦଳର ପ୍ରଦର୍ଶନକୁ ନେଇ କଣ ରହିଛି ପ୍ରତିକ୍ରିୟା, ଶୁଣନ୍ତୁ...
ଲାକ୍ରା କହିଛନ୍ତି, "ବିଶ୍ବକପ ପରେ ବିଦେଶୀ କୋଚ ଗ୍ରାହମ ରେଡ଼ଙ୍କ ତତ୍ୱାବଧାନରେ ଜୋରଦାର ଅଭ୍ୟାସ ଚାଲିଛି । ପ୍ରତ୍ୟେକ ଖେଳାଳି ପ୍ରତି ମ୍ୟାଚରେ ନିଜ ପ୍ରଦର୍ଶନ ଉପରେ ଫୋକସ୍ କରୁଛନ୍ତି ।"
ଅନ୍ୟପଟେ ବାତ୍ୟା ଫନି ପରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା କଳିଙ୍ଗ ଷ୍ଟାଡିୟମର ପୁନରୁଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୁରୁଣା ଟର୍ଫ ମରାମତି ସରିବା ପରେ ଏଥିରେ ଅଭ୍ୟାସ ମଧ୍ୟ ଚାଲିଛି । ଏହା ଅଲମ୍ପିକ ପାଇଁ ଯୋଗ୍ୟତା ମ୍ୟାଚ ହୋଇଥିବାରୁ ପୂର୍ବରୁ ଥିବା ଦଳର ମୁଖ୍ୟ ସମସ୍ୟା ସମାଧାନ ଉପରେ କୋଚ ଅଧିକ ନଜର ଦେଇଥିବା କହିଛନ୍ତି ଲାକ୍ରା ।
ଭୂବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ