ETV Bharat / sports

ଅଲମ୍ପିକ ହକି ସୂଚୀ: ପୁରୁଷ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ଓ ମହିଳା ନେଦରଲାଣ୍ଡକୁ ଭେଟିବ

author img

By

Published : Jul 18, 2020, 12:15 PM IST

2021 ଜୁଲାଇ 24 ତାରିଖରେ ଭାରତୀୟ ପୁରୁଷ ହକି ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ । ଅନ୍ୟପଟେ ମହିଳା ଦଳ ସମାନ ଦିନ ନେଦରଲାଣ୍ଡସ ବିପକ୍ଷରେ ଅଲମ୍ପିକ ଅଭିଯାନ ଆରମ୍ଭ କରିବ ।

Olympic hockey schedule: India men to open campaign against NZ, women face Netherland
ଅଲମ୍ପିକ ହକି ସୂଚୀ: ପୁରୁଷ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ, ମହିଳା ନେଦରଲାଣ୍ଡକୁ ଭେଟିବ

ହାଇଦ୍ରାବାଦ: ଦୀର୍ଘ ଚାରି ଦଶନ୍ଧି ଧରି ଅଲମ୍ପିକ ମେଡାଲରୁ ବଞ୍ଚିତ ଥିବା ହକି ଟିମ ଇଣ୍ଡିଆ ଟୋକିଓ ଅଲମ୍ପିକ୍ସରେ ଲମ୍ବା ପ୍ରତୀକ୍ଷାର ଅନ୍ତ କରିବା ଲକ୍ଷ୍ୟରେ ରହିଛି । ଶୁକ୍ରବାର 2021ରେ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସର ସୂଚୀ ଘୋଷଣା ହୋଇଛି । ଘୋଷିତ ସୂଚୀ ଅନୁଯାୟୀ, ଆସନ୍ତାବର୍ଷ ଜୁଲାଇ 24 ତାରିଖରେ ଭାରତୀୟ ପୁରୁଷ ହକି ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ । ଅନ୍ୟପଟେ ମହିଳା ଦଳ ସମାନ ଦିନ ନେଦରଲାଣ୍ଡସ ବିପକ୍ଷରେ ଅଲମ୍ପିକ ଅଭିଯାନ ଆରମ୍ଭ କରିବ ।

8ଥର ଅଲମ୍ପିକ ବିଜେତା ଭାରତୀୟ ପୁରୁଷ ଦଳ ଏକ କଷ୍ଟକର ପୁଲ ଏ'ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ସ୍ପେନ, ନ୍ୟୁଜିଲାଣ୍ଡ ଓ ଜାପାନ ସହ ସ୍ଥାନ ପାଇଛି । ପୁଲ ବି'ରେ ବେଲଜିୟମ ନେଦରଲାଣ୍ଡସ, ଜର୍ମାନୀ, ଗ୍ରେଟ ବ୍ରିଟେନ, କାନାଡା ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି ।

ଶେଷ ଥର ପାଇଁ ଭାରତୀୟ ପୁରୁଷ ଦଳ 1980 ମସ୍କୋ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲା ।

ଟୋକିଓ ଅଲମ୍ପିକ୍ସ ପୂର୍ବରୁ 2020ରେ ହେବାନେଇ ସୂଚୀ ରହିଥିଲା । ମାତ୍ର ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବିଶ୍ବ କ୍ରୀଡାର ଏହି ମେଗା ଇଭେଣ୍ଟକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି ।

ଘୋଷିତ ସୂଚୀ ଅନୁଯାୟୀ, ଭାରତୀୟ ପୁରୁଷ ଦଳ ଜୁଲାଇ 25ରେ ଅଷ୍ଟ୍ରେଲିଆ, ଜୁଲାଇ 27ରେ ସ୍ପେନ, ଜୁଲାଇ 29ରେ ଆର୍ଜେଣ୍ଟିନା ଓ ଜୁଲାଇ 30ରେ ଜାପାନକୁ ଭେଟିବ ।

ଅନ୍ୟପଟେ ମହିଳା ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ, ନେଦରଲାଣ୍ଡସ, ଜର୍ମାନୀ, ଗ୍ରେଟ ବ୍ରିଟେନ, ଆୟରଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ସହ ପୁଲ ଏ'ରେ ସ୍ଥାନ ପାଇଛି । ପୁଲ ବି'ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ, ସ୍ପେନ, ଚାଇନା ଓ ଜାପାନ ରହିଛନ୍ତି । ଜୁଲାଇ 24ରେ ନେଦରଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ପରେ, ଭାରତୀୟ ମହିଳା ଦଳ ଜୁଲାଇ 26ରେ ଜର୍ମାନୀ ସହ, ଜୁଲାଇ 28ରେ ଗ୍ରେଟ ବ୍ରିଟେନ, ଜୁଲାଇ 29ରେ ଆର୍ଜେଣ୍ଟିନା ଓ ଜୁଲାଇ 30ରେ ଜାପାନ ସହ ମୁକାବିଲା ରହିଛି ।

ଜୁଲାଇ 25 ରୁ 7 ଅଗଷ୍ଟ 2020 ପର୍ଯ୍ୟନ୍ତ ଅଲମ୍ପିକ୍ସରେ ହକି ଇଭେଣ୍ଟର ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଥିଲା । ଜାପାନ ରାଜଧାନୀ ସହରରେ ପର୍ପୋସ-ବିଲ୍ଟ ଓଲି ହକି ଷ୍ଟାଡିୟମରେ ମ୍ୟାଚ ଖେଳାଯିବା ନେଇ ଧାର୍ଯ୍ୟ ହୋଇଥିଲା । ତେବେ ପରିବର୍ତ୍ତିତ 2021 ଅଲମ୍ପିକ୍ସରେ ସ୍ଥାନ ଓ ମ୍ୟାଚ ସୂଚୀ ଅନୁଯାୟୀ କୌଣସି ପରିବର୍ତ୍ତନ କରାଯାଇନଥିବା ଅନ୍ତର୍ଜାତୀୟ ହକି ଫେଡେରେସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଉଭୟ ପୁରୁଷ ଓ ମହିଳା ପୁଲର ଶ୍ରେଷ୍ଠ 4 ଦଳ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହେବେ । ପୁରୁଷ କ୍ବାର୍ଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ଯଥାକ୍ରମେ ଅଗଷ୍ଟ 1, 3, ଓ 5 ତାରିଖରେ ଖେଳାଯିବ । ଅନ୍ୟପଟେ ମହିଳା ବର୍ଗର ନକଆଉଟ ମ୍ୟାଚ ଯଥାକ୍ରମେ ଅଗଷ୍ଟ 2, 4, ଓ 6 ତାରିଖରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.