ଭୋପାଳ(ମଧ୍ୟପ୍ରଦେଶ): ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ହକି ଇଣ୍ଡିଆ ଜୁନିଅର ଏକାଡେମୀ ନ୍ୟାସନାଲ ଚମ୍ପିଆନସିପ୍ ୨୦୨୧ରେ ସୋମବାର ବିଜୟ ହାସଲ କରିଛି ଓଡିଶା ନାଭାଲ ଟାଟା ହକି ହାଇ-ପର୍ଫମାନ୍ସ ସେଣ୍ଟର । ଅଲମ୍ପିଆନ ବିବେକ ସିଂହ ହକି ଏକାଡେମୀ, ରାଜା କରନ ହକି ଏକାଡେମୀ ଓ ରାଉଣ୍ଡଗ୍ଳାସ ପଞ୍ଜାବ ହକି କ୍ଳବ ଏକାଡେମୀ ମଧ୍ୟ ପ୍ରଥମ ଦିନରେ ଖେଳିଥିବା ମ୍ୟାଚ୍ରେ ବିଜୟୀ ହୋଇଛନ୍ତି ।
-
Day 1 of the 1st Hockey India Junior Men’s Academy National Championship 2021 was power-packed. 🏑
— Hockey India (@TheHockeyIndia) October 4, 2021 " class="align-text-top noRightClick twitterSection" data="
Here are 📸 from the matches which were held at Bhopal, Madhya Pradesh.👏#IndiaKaGame pic.twitter.com/jRst3NHUBb
">Day 1 of the 1st Hockey India Junior Men’s Academy National Championship 2021 was power-packed. 🏑
— Hockey India (@TheHockeyIndia) October 4, 2021
Here are 📸 from the matches which were held at Bhopal, Madhya Pradesh.👏#IndiaKaGame pic.twitter.com/jRst3NHUBbDay 1 of the 1st Hockey India Junior Men’s Academy National Championship 2021 was power-packed. 🏑
— Hockey India (@TheHockeyIndia) October 4, 2021
Here are 📸 from the matches which were held at Bhopal, Madhya Pradesh.👏#IndiaKaGame pic.twitter.com/jRst3NHUBb
ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ଓଡିଶା ନାଭାଲ ଟାଟା ଦମଦାର ପ୍ରଦର୍ଶନ ସହ ଅମରାବତିର ବେରାର ହକି ଏକାଡେମୀ(ବିଦର୍ଭ) ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ୟୋଜିନ ମିଞ୍ଜ ୬ଟି(୧୮', ୨୪', ୩୬', ୪୪', ୪୫', ୫୫' ) ଓ ଆରୟନ ସେସ୍ ୫ଟି (୪', ୨୦', ୨୩', ୫୩', ୫୬' ) ଗୋଲ୍ ସ୍କୋର କରିଥିଲେ ।
ସେହିପରି ପୁଲ୍ ଏ'ର ଏହି ମ୍ୟାଚ୍ରେ ଲେଙ୍ଗବାମ ରୋହିତ ସିଂ(୫', ୩୧', ୩୪', ୫୬') ଓ ରିକି ତୋଞ୍ଜାମ(୯', ୨୦', ୩୩', ୪୮')ପ୍ରତ୍ୟେକ ୪ଟି ଲେଖାଏଁ ଗୋଲ୍ ସ୍କୋର କରିଥିଲେ । ଜୁମଖାନ ବିଦ୍ୟାନନ୍ଦ ସିଂ(୧୩', ୫୧'), ଅସିତ ବିଲଙ୍ଗ(୨୭', ୫୮'), ପ୍ରିତମ ଏକ୍କା(୩୯', ୫୮') ଓ କ୍ୟାପେଟନ୍ ଜସମନ ମୁଣ୍ଡା(୨୮', ୨୯') ମଧ୍ୟ ଗୋଲ୍ ସ୍କୋର କରିଥିଲେ ।
ଅରବିନ ଟପ୍ପୋ ମଧ୍ୟ ମ୍ୟାଚ୍ର ୬୦ ତମ ମିନିଟ୍ରେ ଓଡିଶା ନାଭାଲ ଟାଟା ହକି ଏକଡେମୀ ହାଇ-ପର୍ଫମାନ୍ସ ସେଣ୍ଟର ପକ୍ଷରୁ ଗୋଲ୍ସ ସ୍କୋର କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ