ETV Bharat / sports

ରେଭେନ୍ସାରେ ନୂଆ ଅଧ୍ୟାୟ, ନିର୍ମାଣ ହେବ ହକି କମ୍ପ୍ଲେକ୍ସ

ଐତିହାସିକ ରେଭେନ୍ସା ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସରେ ନିର୍ମାଣ ହେବାକୁ ଯାଉଛି ଏକ ହକି କମ୍ପ୍ଲେକ୍ସ ।

Ravenshaw university
author img

By

Published : Nov 13, 2019, 11:58 PM IST

Updated : Nov 14, 2019, 7:23 PM IST

କଟକ: ରାଜ୍ୟ ସରକାରଙ୍କୁ ଘାରିଛି ହକି ନିଶା । ରାଜଧାନୀ ଭୁବେନେଶ୍ବର ପରେ ଫୋକସରେ ସିଲ୍‌ଭର୍‌ ସିଟି। ଐତିହାସିକ ରେଭେନ୍ସା ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସରେ ନିର୍ମାଣ ହେବାକୁ ଯାଉଛି ଏକ ହକି କମ୍ପ୍ଲେକ୍ସ । କଳିଙ୍ଗ ଷ୍ଟାଡିମୟ ପରି ଏଠାରେ ଖେଳାଯିବ ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ । ଏହି ପ୍ରତିଶୃତି ଦେଇଛନ୍ତି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତୀ ବେହେରା।

ରେଭେନ୍ସାରେ ନୂଆ ଅଧ୍ୟାୟ

ରେଭେନ୍ସାର ନୂଆ କ୍ୟାମ୍ପସ ନିର୍ମାଣ ସହ ଯୁଦ୍ଧକାଳୀନ ଭିତ୍ତିରେ ହକି କମ୍ପ୍ଲେକ୍ସର ନିର୍ମାଣ କରାଯିବ । ଆଉ ଏହି ହକି କମ୍ପ୍ଲେକ୍ସ ନିର୍ମାଣ ସହ କଟକ ଇତିହାସରେ ଯୋଡା ହେବ ଆଉ ଏକ ନୂଆ ଫର୍ଦ୍ଦ। ଆଉ ରେଭେନ୍ସାକୁ ଦେବ ନୂଆ ପରିଚୟ । ଜିଲ୍ଲାରୁ ବାହାରିବେ ଅନେକ ଯୁବ ପ୍ରତିଭା । ଅନ୍ୟପଟେ ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ଧନ୍ୟବାଦ ଜଣାଇଛି ହକି ଓଡିଶା ଆସୋସିଏସନ। ଦେଖିବାକୁ ବାକି ରହିଲା ଏହି ଘୋଷଣା କାଗଜ କଲମରେ ସୀମିତ ରହୁଛି, ନା ନିର୍ମାଣକାର୍ଯ୍ୟ ବି ତ୍ବରାନ୍ବିତ ହୋଇପାରୁଛି।

କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

Intro:କଟକ: ରାଜ୍ୟ ସରକାରଙ୍କ ହକି ନିଶା । ଟାର୍ଗେଟ ରେ ଏବେ ସିଲଭରସିଟି । ହଜାର ବର୍ଷ ର ସହର ରେ କିପରି କ୍ରୀଡା ର ବିକାଶ କରାଯିବ ସେ ଦିଗରେ ବେଶ ଯତ୍ନବାନ ରହିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର କୁ କ୍ରୀଡା ର ରାଜଧାନୀ କୁହାଯାଉଥିଲା ବେଳେ ଏବେ କଟକ ମଧ୍ୟ ସେହି ଦୌଡ଼ ରେ ସାମିଲ ହେବ । କାରଣ ପ୍ରସିଦ୍ଧ ରେଭେନ୍ସା ବିଶ୍ୱବିଦ୍ୟାଳୟ ରେ ନିର୍ମାଣ ହେବ ହକି କମ୍ପ୍ଲେକ୍ସ । ଯାହାଦ୍ୱାରା ଅନେକ ଉଡିୟମାନ ଖେଳାଳି ଜାତୀୟ ଅନ୍ତର୍ଜାତୀୟ ସ୍ତରର ମ୍ୟାଚ ଖେଳିପାରିବେ । ଆଉ ନିଜର ପ୍ରତିଭା ପଦର୍ଶନ କରିପାରିବେ । ପୂର୍ବରୁ ଓଡିଶା ରୁ ଅନେକ ଦକ୍ଷ ଖେଳାଳି ଇଣ୍ଡିଆ ଟିମ ରେ ଖେଳି ସାରିଛନ୍ତି
କିନ୍ତୁ କଟକ ରେ ଏହି କମ୍ପ୍ଲେକ୍ସ ର ନିର୍ମାଣ ପରେ ଏହି ଖେଳାଳି ତାଲିକା ଦ୍ୱିଗୁଣା ଅଧିକ ହେବ ବୋଲି ଆଶା ରଖିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ ।

Body:ଭିଓ୧: ରେଭେନ୍ସା ବିଶ୍ୱବିଦ୍ୟାଳୟ ର ଦ୍ୱିତୀୟ କ୍ୟାମ୍ପସ ରେ ହେବ ହକି କମ୍ପ୍ଲେକ୍ସ । ଖେଳାଯିବ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତ୍ରରୀୟ ମ୍ୟାଚ । ଏଥି ପାଇଁ ରାଜ୍ୟ ସରକାର ଦେଇଛନ୍ତି ଅନୁମତି । ଦ୍ୱିତୀୟ କ୍ୟାମ୍ପସ ଆରମ୍ଭ ହେବା କ୍ଷଣି କମ୍ପ୍ଲେକ୍ସ ର କାମ ଆରମ୍ଭ ହେବ । ଆଉ ଯୁଧକାଳୀନ ସମୟ ଅବଧି ମଧ୍ୟରେ କମ୍ପ୍ଲେକ୍ସ ର ନିର୍ମାଣ କରାଯିବ । ଯାହାଦ୍ୱାରା ଓଡିଶା ଓ ବିଶେଶ କରି କଟକ ପରିଚୟ ସହ ଆଉଗୋଟିଏ ଅଧ୍ୟାୟ ଯୋଡି ହେବ । ଏହା ପୂର୍ବରୁ ଅନେକ ଫୁଟବଲ , କ୍ରିକେଟ ର ଜାତୀୟ ସ୍ତରୀୟ ଅନ୍ତର୍ଜାତୀୟ ମ୍ୟାଚ ରେଭେନ୍ସା ଗ୍ରାଉଣ୍ଡ ରେ ଖେଳାଯାଇଛି । କିନ୍ତୁ ରାଜ୍ୟ ସରକାର ଙ୍କ ହକି ନିଶା ଏବେ ରେଭେନ୍ସା କୁ ଦେବ ନୂତନ ପରିଚୟ ।

ବାଇଟ: ତୁଷାରକାନ୍ତି ବେହେରା( କ୍ରୀଡ଼ାମନ୍ତ୍ରୀ ଓଡିଶା)

ଭିଓ୨: ଅନ୍ୟପଟେ ଏହି ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛି ହକି ଓଡିଶା । କାରଣ ଏହି ନିଷ୍ପତି କଟକ ର ପରିଚୟ ରେ ସ୍ୱତନ୍ତ୍ରତା ଆଣିଦେବ । ହକି କମ୍ପ୍ଲେକ୍ସ ର ନିର୍ମାଣ ପରେ କଟକ ର ଅନେକ ଯୁବ ଓ ପ୍ରତିଭାବାନ ଖେଳାଳି ଜାତୀୟ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ । ଯାହାଦ୍ୱାରା କଟକ ର ଶୋଭା ମଧ୍ୟ ବଢିବ । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଘୋଷଣା କୁ ଖାତା କଲମ ରେ ସୀମିତ ନରଖି ନିର୍ମାଣ ଦିଗରେ ସକ୍ରିୟ ମନୋଭାବ ରହିବା ଯଥେଷ୍ଟ ଆବଶ୍ୟକ । ତେବେ ଯଦି ରେଭେନ୍ସା ର ଦ୍ୱିତୀୟ କ୍ୟାମ୍ପସ ରେ ଟରଫ ଗ୍ରାଉଣ୍ଡ ହୁଏ ତେବେ ଅନେକ ଲୁକାୟିତ ଖେଳାଳି ଙ୍କ ଭାଗ୍ୟ ଫିଟିଯିବ ।

ବାଇଟ: ପ୍ରତାପ ଶତପଥି( ହକି ଓଡିଶା ସାଧାରଣ ସମ୍ପାଦକ)

Conclusion:ଫାଭିଓ: ଭୁବନେଶ୍ୱର ପରେ କଟକ କୁ କ୍ରୀଡା ର ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ନିଶ୍ଚୟ କରିଛନ୍ତି ରାଜ୍ୟ ସରକାର । ଦେଖିବକ ରହିଲା ଏହି ଘୋଷଣା କେତେ ମାତ୍ରା ରେ ସାକାର ହେଉଛି ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ ।
Last Updated : Nov 14, 2019, 7:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.