ETV Bharat / sports

କଳିଙ୍ଗରେ ବିଶ୍ୱକପ ଆୟୋଜନ ହେଲେ ଓଡିଶା ପାଇଁ ନାହିଁ ବିପଦ: DMET - ଜୁନିଅର ପୁରୁଷ ହକି ବିଶ୍ବକପ

ନଭେମ୍ବର 24 ତାରିଖରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ବକପ । ଅଧିକ ପଢନ୍ତୁ....

May be no impact on Odisha's covid situation if FIH men's junior World Cup held at Bhubaneswar says DMET
ବିଶ୍ୱକପ ଖେଳରେ ଓଡିଶା ପାଇଁ କିଛି ବିପଦ ନରହି ପରେ:DMET
author img

By

Published : Oct 22, 2021, 3:23 PM IST

Updated : Oct 22, 2021, 3:31 PM IST

ଭୁବନେଶ୍ବର: ନଭେମ୍ବର 24 ତାରିଖରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ବକପ । ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ରହିଛି । ଏପରିକି ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ମ୍ୟାଚ୍‌ ସୂଚୀ ମଧ୍ୟ ଘୋଷଣା ଶେଷ ହୋଇଛି ।

କଳିଙ୍ଗରେ ବିଶ୍ୱକପ ଆୟୋଜିତ ହେଲେ ଓଡିଶା ପାଇଁ ନାହିଁ ବିପଦ: DMET

ରାଜ୍ୟରେ କୋଭିଡ ମହାମାରୀ ସଂପୂର୍ଣ୍ଣ ରୂପେ ନିୟନ୍ତ୍ରଣ ହୋଇନଥିବାରୁ ରାଜଧାନୀରେ ଏହି ମେଗା ଟୁର୍ଣ୍ଣାମେଣ୍ଟ ଆୟୋଜନ ରାଜ୍ୟ ସରକାରଙ୍କ ପାଇଁ ଆହ୍ବାନପୂର୍ଣ୍ଣ ହେବ । ତେବେ ଜୁନିଅର ପୁରୁଷ ହକି ବିଶ୍ବକପ ଆୟୋଜନ ହେଲେ ଓଡିଶା ପାଇଁ କିଛି ବିପଦ ନରହି ପାରେ। ଏହା କହିଛନ୍ତି DMET ସିବିକେ ମହାନ୍ତି ।

DMET କହିଛନ୍ତି, ପ୍ରତ୍ୟେକ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ ପାଇଁ ସ୍ବତନ୍ତ୍ର ଗାଇଡ଼ଲାଇନ ଆସେ। ସେହି ଅନୁଯାୟୀ ଖେଳ ହୁଏ l ଯାହା ଗାଇଡ଼ଲାଇନ୍‌ ଆସିବ ସେହି ଅନୁସାରେ ଖେଳ ହେବ। ଖେଳକୁ ନେଇ କିଛି ଆଗ୍ରହୀ ଦର୍ଶକ ଭିଡ଼ ଜମାଇ ପାରନ୍ତି ମାତ୍ର ସେଥିପାଇଁ ସଚେତନ ରହିବାକୁ ପଡିବ l

ହକି ଫେଡେରେସନ ଯାହା ଗାଇଡ଼ଲାଇନ ଦେବେ ସେହି ଅନୁସାରେ କଳିଙ୍ଗ ଷ୍ଟାଡିୟମରେ ଖେଳ ହେବ l ଆମେ ଯଦି ସତର୍କ ଭାବେ ନିୟମ ପାଳନ କରିବା ତେବେ ବିଶ୍ବକପ ଆୟୋଜନ ହେଲେ ଓଡିଶା ପାଇଁ କିଛି ବିପଦ ନରହି ପରେ କହିଛନ୍ତି DMET ସିବିକେ ମହାନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

Last Updated : Oct 22, 2021, 3:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.