ETV Bharat / sports

ଓଡିଆ ପୁଅ ବିରେନ୍ଦ୍ର ଭାରତୀୟ ଅଲମ୍ପିକ ଦଳର ଉପ-ଅଧିନାୟକ, ମୁଖ୍ୟମନନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Jun 22, 2021, 4:34 PM IST

Updated : Jun 22, 2021, 6:11 PM IST

ଆଗାମୀ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ନେତୃତ୍ବ ନେବେ ମନପ୍ରୀତ ସିଂହ । ଓଡିଆ ପୁଅ ତଥା ହକି ଟିମ ଇଣ୍ଡିଆର ଷ୍ଟାର ଅଭିଜ୍ଞ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଓ ହରମନପ୍ରୀତ ସିଂହ ଦୁଇ ଉପ-ଅଧିନାୟକ ଘୋଷିତ ହୋଇଛନ୍ତି । ଅଧିକ ପଢନ୍ତୁ...

Manpreet named captain and Birendra Lakra vice-captain of men's hockey team for Olympics
ଓଡିଆ ପୁଅ ବିରେନ୍ଦ୍ର ଭାରତୀୟ ଅଲମ୍ପିକ ଦଳର ଉପ-ଅଧିନାୟକ

ନୂଆଦିଲ୍ଲୀ: ଆଗାମୀ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ନେତୃତ୍ବ ନେବେ ମନପ୍ରୀତ ସିଂହ । ଓଡିଆ ପୁଅ ତଥା ହକି ଟିମ ଇଣ୍ଡିଆର ଷ୍ଟାର ଅଭିଜ୍ଞ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଉପ-ଅଧିନାୟକ ଘୋଷିତ ହୋଇଛନ୍ତି । ହରମନପ୍ରୀତ ସିଂହ ମଧ୍ୟ ଦ୍ବିତୀୟ ଉପ-ଅଧିନାୟକ ରହିଛନ୍ତି । ଏନେଇ ମଙ୍ଗଳବାର ହକି ଇଣ୍ଡିଆ ଘୋଷଣା କରିଛି ।

  • Congratulate #Odisha hockey players, Birendra Lakra & Deep Grace Ekka on being appointed as Vice Captains of Indian Men's & Women's Hockey Teams respectively for #Tokyo2020. May both our teams bring laurels for the country. #OdishaForHockey

    — Naveen Patnaik (@Naveen_Odisha) June 22, 2021 " class="align-text-top noRightClick twitterSection" data=" ">

ଏହା ମନପ୍ରୀତଙ୍କ ତୃତୀୟ ଅଲମ୍ପିକ ପଦାର୍ପଣ ହେବ । ମନପ୍ରୀତଙ୍କ ନେତୃତ୍ବରେ ଭାରତୀୟ ଟିମ 2017 ସଂସସ୍କରଣର ଏସିଆ କପ, 2018 ସଂସ୍କରଣର ଏସିଆନ ଚମ୍ପିଆନ୍ସ ଟ୍ରଫି ଓ 2018 FIH ସିରିଜ ଫାଇନାଲ ବିଜେତା ହୋଇଛି ।

ଭୁବନେଶ୍ବରରେ ଖେଳାଯାଇଥିବା FIH ପୁରୁଷ ବିଶ୍ବକପ 2018ରେ ମନପ୍ରୀତଙ୍କ ନେତୃତ୍ବରେ ଭାରତୀୟ ହକି ଟିମ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପଟେ ଭେଟେରାନ ଡିଫେଣ୍ଡର ଲାକ୍ରା 2012 ଲଣ୍ଡନ ଅଲମ୍ପିକ୍ସରେ ଭାରତୀୟ ଟିମର ସଦସ୍ୟ ରହିଥିଲେ ମାତ୍ର ଆଣ୍ଠୁରେ ଅସ୍ତ୍ରୋପଚାର ଯୋଗୁଁ 2016 ରିଓ ଅଲମ୍ପିକ ଖେଳିବାରୁ ବଞ୍ଚିତ ହୋଇଥିଲେ । ଅଲମ୍ପିକ ଟିମର ଉପ-ଅଧିନାୟକ ନିଯୁକ୍ତ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ହରମନପ୍ରୀତ 2015ରେ ସିନିୟର ଭାରତୀୟ ଟିମରେ ଡେବ୍ୟୁ କରିବା ପରେ ଡିଫେଣ୍ଡର ଓ ଡ୍ରାକ-ଫ୍ଲିକରର ଗୁରୁଦାୟିତ୍ବ ତୁଲାଉଛନ୍ତି । ଟୋକିଓରେ FIH ଅଲମ୍ପିକ ଟେଷ୍ଟ ଇଭେଣ୍ଟରେ ମନପ୍ରୀତଙ୍କ ଅନୁପସ୍ଥିତିରେ ହରମନପ୍ରୀତ ଟିମର ନେତୃତ୍ବ ନେଇ ଭାରତକୁ ବିଜୟୀ କରାଇଥିଲେ ।

ଉପଅଧିନାୟକ ଘୋଷିତ ହେବା ପରେ ଲାକ୍ରା କହିଛନ୍ତି, "ଉପ-ଅଧିନାୟକ ଦାୟିତ୍ବ ମିଳିବା ଗୌରବର କଥା । ଗତ କିଛି ବର୍ଷ ଧରି ନିରନ୍ତର ଅଲମ୍ପିକ ପ୍ରସ୍ତୁତି ଚଳାଇଛି ଟିମ । ଏହି ଆହ୍ବାନପୂର୍ଣ୍ଣ ସମୟରେ ମଧ୍ୟ ସମସ୍ତ ଖେଳାଳି ସକରାତ୍ମକ ମାନସିକ ସ୍ଥିତି ସହ ଦୃଢ ଆତ୍ମବିଶ୍ବାସର ସହ ବିଜୟ ପ୍ରଦର୍ଶନ କରିଛନ୍ତି । ଏହି କଠିନ ପରିଶ୍ରମ ଓ ବଳିଦାନ ବଡକିଛି ସଫଳତା ହାସ କରିବାକୁ ଲକ୍ଷ୍ୟରେ ହୋଇଛି ।"

ମନପ୍ରୀତ କହିଛନ୍ତି, "ଅଲମ୍ପିକ ବାସ୍ତବିକ ସ୍ବତନ୍ତ୍ର । ତୃତୀୟ ଥର ପାଇଁ ଅଲମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ବ କରିବାର ସୌଭାଗ୍ୟ ମିଳିଛି ତେବେ ଚଳିତ ଥର ଅଧିନାୟକ ଭାବେ । ଏହି ଦାୟିତ୍ବ ମିଳିଥିବାରୁ ମୋ ପାଇଁ ଗୌରବର ମୂହୂର୍ତ୍ତ । ଗତ କିଛି ବର୍ଷ ମଧ୍ୟରେ ଦୃଢ ନେତୃତ୍ବ ଗ୍ରୁପ ପ୍ରସ୍ତୁତ ହୋଇଛି । ଦୃଢ ମାନସିକ ସ୍ଥିତି ଓ ସକରାତ୍ମକ ବାତାବରଣ ସହ ମହାମାରୀ ସମୟରେ ମଧ୍ୟ ଟିମ୍‌ର ଫର୍ମକୁ ବଜାୟ ରଖାଯାଇଛି । ଅଲମ୍ପିକ୍ସରେ ଟିମ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ।"

ମୁଖ୍ୟ କୋଚ୍‌ ଗ୍ରାହମ ରେଡ୍‌ କହିଛନ୍ତି, "ସମସ୍ତ 3 ଖେଳାଳି ଗତ କିଛି ବର୍ଷ ଧରି ଟିମ ନେତୃତ୍ବରେ ପ୍ରମୁଖ ସଦସ୍ୟ ରହିଛନ୍ତି ଓ କଠିନ ସ୍ଥିତିରେ ପରିପକ୍ବତାର ପ୍ରମାଣ ଦେବା ସହ ଯୁବ ଖେଳାଳିଙ୍କ ପାଇଁ ମାର୍ଗଦର୍ଶକ ସାଜିଛନ୍ତି । ଦୁଇ ଜଣ ଉପ-ଅଧିନାୟକ ଘୋଷଣା କରିବାର ଅର୍ଥ ବଡ ଅଲମ୍ପିକ ଭଳି ମେଗା ଇଭେଣ୍ଟରେ ନେତୃତ୍ବକୁ ଆହୁରି ମଜଭୁତ କରିବା ଲକ୍ଷ୍ୟ ରହିଛି । ଟିମ୍‌ର ସଫଳତା ପାଇଁ ଏକତ୍ର ଏହି ଖେଳାଳିମାନେ କାମ କରିବେ ବୋଲି ଦୃଢ ଆଶାବାଦୀ ।

ଜୁଲାଇ 24ରେ ପ୍ରଥମ ପୁଲ୍‌ ପର୍ଯ୍ୟାୟ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଟୋକିଓ ଅଲମ୍ପିକ ଅଭିଯାନ ଆରମ୍ଭ କରିବ ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 22, 2021, 6:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.