ETV Bharat / sports

କୋରୋନା ଭାଇରସ: ଭାରତ-ନ୍ୟୁଜିଲାଣ୍ଡ ହକି ପ୍ରୋ-ଲିଗ ମ୍ୟାଚ ବାତିଲ

ମହମାରୀ କୋରୋନା ଭାଇରସ ଯୋଗୁଁ ବିଶ୍ବକ୍ରୀଡା ପ୍ରଭାବିତ । ସଦ୍ୟସୂଚନା ଅନୁଯାୟୀ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁଥିବା FIH ହକି ପ୍ରୋ-ଲିଗ ମ୍ୟାଚ ବାତିଲ କରିଛି ହକି ନ୍ୟୁଜିଲାଣ୍ଡ ।

India's FIH Pro League tie Aginst NZ cancelled due to COVID-19
କୋରୋନା ଭାଇରସ: ଭାରତ-ନ୍ୟୁଜିଲାଣ୍ଡ ହକି ପ୍ରୋ-ଲିଗ ମ୍ୟାଚ ବାତିଲ
author img

By

Published : Apr 11, 2020, 12:55 PM IST

ନୂଆଦିଲ୍ଲୀ: ମହମାରୀ କୋରୋନା ଭାଇରସ ଯୋଗୁଁ ବିଶ୍ବକ୍ରୀଡା ପ୍ରଭାବିତ । ସଦ୍ୟସୂଚନା ଅନୁଯାୟୀ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁଥିବା FIH ହକି ପ୍ରୋ-ଲିଗ ମ୍ୟାଚ ବାତିଲ କରିଛି ହକି ନ୍ୟୁଜିଲାଣ୍ଡ ।

ମେ 23 ଓ 24 ଦୁଇଟି ମ୍ୟାଚ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବା ନେଇ ସୂଚୀ ରହିଥିଲା । ଟିମ ଇଣ୍ଡିଆ ବର୍ତ୍ତମାନ ହକି ପ୍ରୋ ଲିଗ ପଏଣ୍ଟ ତାଲିକାର 4ର୍ଥ ସ୍ଥାନରେ ରହିଥିବାବେଳେ, ନ୍ୟୁଜିଲାଣ୍ଡ ଷଷ୍ଠ ସ୍ଥାନରେ ରହିଛି । ଉଭୟ ଟିମ ଏଯାବତ 2ଟି ଲେଖାଏଁ ବିଜୟ ହାସଲ କରିଛନ୍ତି ।

ତେବେ ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ନ୍ୟୁଜିଲାଣ୍ଡ ଲକଡାଉନରେ ରହିଛି । ଅନ୍ତର୍ଜାତୀୟ ବିମାନ ଚଳାଚଳ ମଧ୍ୟ ସ୍ଥଗିତ ରହିଛି ଏପରିସ୍ଥିତିରେ ଖେଳାଳିଙ୍କ ସୁରକ୍ଷାକୁ ଗୁରୁତ୍ବଦେଇ ହକି ନ୍ୟୁଜିଲାଣ୍ଡ ମ୍ୟାଚ ବାତିଲ ନିଷ୍ପତି ନେଇଛନ୍ତି । ବିଶ୍ବର ଏହି କଟିନ ସମୟରେ ହକି ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳାଳିଙ୍କ ସ୍ବାର୍ଥ ଦୃଷ୍ଟିରୁ ନିଆଯାଇଥିବା ଏହି ନିଷ୍ପତିକୁ ସମ୍ମାନ ଜଣାଉଛୁ କହିଛନ୍ତି ହକି ଇଣ୍ଡିଆ ସିଇଓ ଏଲେନା ନରମନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.