ETV Bharat / sports

ଆର୍ଜେଣ୍ଟିନା-ବି'ଠାରୁ ଭାରତୀୟ ସିନିଅର ମହିଳା ହକି ଦଳ ପରାସ୍ତ

ଆର୍ଜେଣ୍ଟିନା ମହିଳା ହକି-ବି ଦଳ ଠାରୁ 2-3 ଗୋଲରେ ପରାସ୍ତ ହୋଇଛି ଭାରତୀୟ ମହିଳା ସିନିୟର ହକି ଦଳ। ଆର୍ଜେଣ୍ଟିନା ବିପକ୍ଷରେ ଏହା ଭାରତର ଲଗାତାର ଦ୍ବିତୀୟ ପରାଜୟ। ଅଧିକ ପଢ଼ନ୍ତୁ...

Indian senior women's hockey team lost to Argentina-B team in 2-3 goals
ଆର୍ଜେଣ୍ଟିନା-ବି'ଠାରୁ ଭାରତୀୟ ସିନିଅର ମହିଳା ହକି ଦଳ ପରାସ୍ତ
author img

By

Published : Jan 25, 2021, 6:34 PM IST

ବ୍ୟୁନସ ଆୟର୍ସ: ଆର୍ଜେଣ୍ଟିନା ମହିଳା ହକି-ବି ଦଳଠାରୁ 2-3 ଗୋଲରେ ପରାସ୍ତ ହୋଇଛି ଭାରତୀୟ ମହିଳା ସିନିୟର ହକି ଦଳ। ମ୍ୟାଚ ଆରମ୍ଭରୁ ଦୁଇ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ପ୍ରଥମ କ୍ବାର୍ଟରରେ ହିଁ ଦଳ ପ୍ରଥମ ଗୋଲ ଦେଇ ମ୍ୟାଚରେ ଆଗୁଆ ରହିଥିଲା। ଆର୍ଜେଣ୍ଟିନା ବିପକ୍ଷରେ ଏହା ଭାରତର ଲଗାତାର ଦ୍ବିତୀୟ ପରାଜୟ।

ମ୍ୟାଚର ଷଷ୍ଠତମ ମିନିଟରେ ଭାରତୀୟ ଦଳର ସେଲିମା ଟେଟେ ପ୍ରଥମ ଗୋଲ ଦେବାକୁ ସକ୍ଷମ ହୋଇଥିଲା। ଆକ୍ରାମକ ପ୍ରଦର୍ଶନ କରି ଆର୍ଜେଣ୍ଟିନାର ସୋଲ ପାଗେଲା 25ତମ ମନିଟରେ ଭାରତକୁ ଏକ ଗୋଲ ଦେଇଥିଲେ। ଏହାପରେ ପୁନଃ 38ତମ ମିନିଟରେ କୋଂସଟେନଜା ସେରୁଣ୍ଡୋଲୋ ଭାରତକୁ ଦ୍ବିତୀୟ ଗୋଲ ଦେଇଥିବା ବେଳେ ଆଗାଷ୍ଟିନା ଗୋଜେର୍ଲିନି ତତକ୍ଷଣାତ 39 ମିନିଟରେ ତୃତୀୟ ଗୋଲ ଦେଇଥିଲେ।

ଏହାପରେ ଭାରତ ମ୍ୟାଚରେ ପଛରେ ପଡ଼ି ଯାଇଥିଲା। 42 ତମ ମିନିଟ ଭାରତ ପକ୍ଷରୁ ଗୁରୁଜିତ କୌର ଆର୍ଜେଣ୍ଟିନା ବି ଦଳକୁ ଆଉ ଏକ ଗୋଲ ଦେଇଥିଲେ। ଏହି ସମୟରେ ଆର୍ଜେଣ୍ଟିନା ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରି ମ୍ୟାଚ ହାତେଇ ନେଇଥିଲା। ଏହାପୂର୍ବରୁ ଭାରତୀୟ ମହିଳା ହକି ସିନିଅର ଦଳ 1-2 ଗୋଲରେ ଆର୍ଜେଣ୍ଟିନା ଠାରୁ ପରାସ୍ତ ହୋଇଥିଲା ।

ବର୍ତ୍ତମାନ ଭାରତୀୟ ମହିଳା ହକି ସିନିଅର ଦଳ ଆର୍ଜେଣ୍ଟିନା ଗସ୍ତରେ ରହିଛି। ତେବେ ଭାରତ ଏଯାଏଁ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ। ଆର୍ଜେଣ୍ଟିନା ଜୁନିଅର ଦଳଠାରୁ ମଧ୍ୟ ଭାରତ ବିଜୟ ହାସଲ କରି ପାରିନଥିଲା। ଆର୍ଜେଣ୍ଟିନା ଜୁନିଅର ଦଳ ସହ ଖେଳାଯାଇ ଦୁଇଟି ମ୍ୟାଚରେ ଭାରତ 2-2 ଓ 1-1 ଗୋଲରେ ମ୍ୟାଚ ଡ୍ର କରିଛି।

ଏହାକୁ ନେଇ ଭାରତୀୟ ମହିଲା ହକି ଦଳର କୋଚ ଶୁଅର୍ଡ ମରିନ କହଛନ୍ତି ଯେ, "ଆମେ ମ୍ୟାଚ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲୁ। କିନ୍ତୁ ପେନାଲ୍ଟି କର୍ଣ୍ଣରର ଆମେ ଉଚିତ ଫାଇଦା ଉଠାଇ ପାରିନଥିଲୁ। ପ୍ରଥମ କ୍ବାର୍ଟରରେ ଆମେ ଆର୍ଜେଣ୍ଟିନା ଉପରେ ଚାପ ପକାଇ ରଖିଥିଲୁ। କିନ୍ତୁ ଦ୍ବିତୀୟ କ୍ବାର୍ଟରରେ ଆର୍ଜେଣ୍ଟିନା ଦଳ ଲଢ଼ୁଆ ପ୍ରଦର୍ଶନ ଆମ ଉପରେ ଚାପ ପକାଇବାରେ ସକ୍ଷମ ହୋଇଥିଲା।"

ଆଗାମୀ ମ୍ୟାଚରେ ଭାରତ ଆର୍ଜେଣ୍ଟିନାର ସିନିୟର ଦଳ ସହ ମ୍ୟାଚ ଖେଳିବ। ଆର୍ଜେଣ୍ଟିନା ଦଳ ବର୍ତ୍ତମାନ ବିଶ୍ବ ହକି ମାନ୍ୟତରେ ଦ୍ବିତୀୟ ରାଙ୍କିରେ ରହିଛି। ଏହି ମ୍ୟାଚରେ ଭାରତୀୟ ମହିଳା ହକି ଦଳର ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ।

@ians

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.