ETV Bharat / sports

ଲକଡାଉନରେ ପ୍ରଭାବିତଙ୍କ ପାଇଁ ମହିଳା ହକି ଟିମର 20ଲକ୍ଷର ପାଣ୍ଠି ଯୋଗାଡ - hockey team raise Rs 20 lakh

ଶେଷହେଲା 18ଦିନ ଧରି ଚାଲିଥିବା ଫିଟନେସ ଚ୍ୟାଲେଞ୍ଜ । ଶେଷରେ ପ୍ରବାସୀ ଶ୍ରମିକ ଓ ଗରିବ ଲୋକଙ୍କ ପାଇଁ 20 ଲକ୍ଷ ଟଙ୍କାର ପାଣ୍ଠି ଯୋଗାଡ କରିଛି ଟିମ । ଅଧିକ ପଢନ୍ତୁ...

India women's hockey team's initiative raise Rs 20 lakh to help people affected by lockdown
ଲକଡାଉନରେ ପ୍ରଭାବିତଙ୍କ ପାଇଁ ମହିଳା ହକି ଟିମର 20ଲକ୍ଷର ପାଣ୍ଠି ଯୋଗାଡ
author img

By

Published : May 4, 2020, 5:12 PM IST

ନୂଆଦିଲ୍ଲୀ: ଶେଷହେଲା 18ଦିନ ଧରି ଚାଲିଥିବା ଫିଟନେସ ଚ୍ୟାଲେଞ୍ଜ । କୋରୋନା ଭାଇରସ ଲକଡାଉନରେ ପ୍ରଭାବିତ ସାଧାରଣ ଲୋକଙ୍କ ପାଇଁ ସହାୟତା ପାଣ୍ଠି ଯୋଗାଡରେ ଲାଗିଥିଲା ଭାରତୀୟ ମହିଳା ହକି ଟିମ । ଶେଷରେ ପ୍ରବାସୀ ଶ୍ରମିକ ଓ ଗରିବ ଲୋକଙ୍କ ପାଇଁ 20 ଲକ୍ଷ ଟଙ୍କାର ପାଣ୍ଠି ଯୋଗାଡ କରିଛି ଟିମ ।

ପ୍ରାୟ 1000 ପରିବାରରେ ଏହି ସହାୟତା ଅର୍ଥରାଶି ପ୍ରଦାନ କରାଯିବାପାଇଁ ଲକ୍ଷ୍ୟ ରହିଛି । ଏପ୍ରିଲ 17ରୁ ମେ 3 ପର୍ଯ୍ୟନ୍ତ ମହିଳା ହକି ଟିମର ଖେଳାଳି ଫିଟନେସ ଚ୍ୟାଲେଞ୍ଜରେ ଭାଗ ନେବାପାଇଁ ଅପିଲ କରିଥିଲେ ।

ଭାରତୀୟ ମହିଳା ହକି ଟିମ ପକ୍ଷରୁ କ୍ୟାପଟେନ ରାନୀ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଫିଟନେସ ଚ୍ୟାଲେଞ୍ଜରେ ପ୍ରତ୍ୟକ ଦିନ ଜଣେ ଖେଳାଳି ଗୋଟିଏ ନୂଆ ଫିଟନେସ ଚ୍ୟାଲେଞ୍ଜ ଦେବାସହ, ସୋସିଆଲ ମିଡିଆରେ 10ଜଣ ବନ୍ଧୁଙ୍କୁ ଏହି ଚ୍ୟାଲେଞ୍ଜକୁ ଆଗକୁ ନେବାପାଇଁ ଟ୍ୟାଗ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.