ETV Bharat / sports

ଅଷ୍ଟ୍ରେଲିଆ ଗସ୍ତ: ବୃହତ ପରାଜୟ ସହ ଅଭିଯାନ ଶେଷ କଲା ଭାରତ - India

ଶେଷ ମ୍ୟାଚରେ ବିଶ୍ବ ମାନ୍ୟତାର 2 ନଂ ଦଳଠାରୁ 2-5 ଗୋଲ ବ୍ୟବଧାନରେ ପରାସ୍ତ ହୋଇଛି ଅତିଥି ଭାରତ । ତେବେ ପ୍ରାରମ୍ଭିକ ମ୍ୟାଚରେ ଥଣ୍ଡରୱାର୍ଡ ଓ ଅଷ୍ଟ୍ରେଲିଆ-ଏକୁ ପରାସ୍ତ କରିଥିବା ବେଳେ ଅଷ୍ଟ୍ରେଲିଆ ଜାତୀୟ ଦଳଠାରୁ ଦୁଇଟି ଯାକ ମ୍ୟାଚ ହାରି ଅଭିଯାନ ଶେଷ କରିଛି ।

ଫଟୋ ସୌଜନ୍ୟ- ଟ୍ବିଟର @hockeyindia
author img

By

Published : May 18, 2019, 10:52 AM IST

ପର୍ଥ: ଶେଷ ହୋଇଛି ଭାରତୀୟ ପୁରୁଷ ହକି ଦଳର ଅଷ୍ଟ୍ରେଲିଆ ଗସ୍ତ । ଶେଷ ମ୍ୟାଚରେ ବିଶ୍ବ ମାନ୍ୟତାର 2 ନଂ ଦଳଠାରୁ 2-5 ଗୋଲ ବ୍ୟବଧାନରେ ପରାସ୍ତ ହୋଇଛି ଅତିଥି ଭାରତ । ତେବେ ପ୍ରାରମ୍ଭିକ ମ୍ୟାଚରେ ଥଣ୍ଡରୱାର୍ଡ ଓ ଅଷ୍ଟ୍ରେଲିଆ-ଏକୁ ପରାସ୍ତ କରିଥିବା ବେଳେ ଅଷ୍ଟ୍ରେଲିଆ ଜାତୀୟ ଦଳଠାରୁ ଦୁଇଟି ଯାକ ମ୍ୟାଚ ହାରି ଅଭିଯାନ ଶେଷ କରିଛି ।

ଘରୋଇ ଦଳ ପକ୍ଷରୁ ଟ୍ରେଣ୍ଟ ମିଟ୍ଟନ(୧୧ତମ, ୨୪ତମ ), ଫ୍ଲାଏନ୍‌ ଓଗିଲ୍‌ଭ( ୩ୟ ମିନିଟି), ବ୍ଲାକ୍‌ ଗୋଭର୍ସ(୨୮ତମ) ଓ ଟିମ୍‌ ବ୍ରାଣ୍ଡ (୪୩ତମ) ମିନିଟରେ ଗୋଲ ଦେଇଥିଲେ । ସେହିପରି ଭ୍ରମଣକାରୀ ଭାରତ ପକ୍ଷରୁ ନୀଳକାନ୍ତ ଶର୍ମା ୧୨ତମ ମିନିଟ୍‌ ଓ ଅଭିଜ୍ଞ ରୂପିନ୍ଦରପାଲ ସିଂ ୫୩ତମ ମିନିଟରେ ଗୋଟିଏ ଲେଖାଏଁ ଗୋଲ ପରିଶୋଧ କରିଥିଲେ ।

hockeyindia
ଫଟୋ ସୌଜନ୍ୟ- ଟ୍ବିଟର @hockeyindia

ତେବେ ମ୍ୟାଚର ପ୍ରଥମ ମିନିଟରୁ ଉଭୟ ଦଳ ପରସ୍ପର ଉପରେ ଭାରୀ ପଡିଥିଲେ । ମାତ୍ର ମ୍ୟାଚର ୩ୟ ମିନିଟରେ ଓଗିଲ୍‌ଭ ଗୋଲ ଦେଇ ଅଷ୍ଟ୍ରେଲିଆକୁ ଅଗ୍ରଣୀ କରାଇଥିଲେ । ସେହିପରି ୮ମ ମିନିଟରେ ଭାରତ ପାଇଁ ପେନାଲ୍ଟି କର୍ଣ୍ଣର ସୁଯୋଗ ସୃଷ୍ଟି କରଥିଲେ ମନଦୀପ ସିଂ । ମାତ୍ର ଭାରତ ଏହାକୁ ଗୋଲରେ ପରିଣତ କରି ପାରି ନଥିଲା । ଅନ୍ୟପଟେ ମ୍ୟାଚର 11ତମ ମିନିଟରେ ଟ୍ରେଣ୍ଟ ମିଟ୍ଟନ ଆଉ ଏକ ଗୋଲ ଦେଇ ଘରୋଇ ଦଳର ପଲ୍ଲା ଭାରୀ କରିଦେଲେ । ମାତ୍ର ଠିକ୍‌ ଏହାର 1ମିନିଟ ପରେ ଭାରତ ପକ୍ଷରୁ ନୀଳକାନ୍ତ ଶର୍ମା (୧୨ତମ ମିନିଟ୍‌)ରେ ଏକ ଗୋଲ ପରିଶୋଧ କରିଥିଲେ । ଫଳରେ ପ୍ରଥମ କ୍ବାର୍ଟର ସୁଦ୍ଧା ଅଷ୍ଟ୍ରେଲିଆ 2-1ଗୋଲ ବ୍ୟବଧାନରେ ଆଗରେ ରହିଲା ।

hockeyindia
ଫଟୋ ସୌଜନ୍ୟ- ଟ୍ବିଟର @hockeyindia

ସେହିପରି 2ୟ କ୍ବାର୍ଟର ମଧ୍ୟ ବେଶ ସଙ୍ଘର୍ଷପୂର୍ଣ ରହିଥିଲା । ମ୍ୟାଚର ୨୪ ତମ ମିନିଟରେ ଜୋଶୁଆ ସାଇମଣ୍ଡ୍ସଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରି ମିଟ୍ଟନ ଅଷ୍ଟ୍ରେଲିଆର ଅଗ୍ରଣୀକୁ ୩-୧ ଗୋଲରେ ପହଞ୍ଚାଇ ଦେଇଥିଲେ । ଫଳରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଅଷ୍ଟ୍ରେଲିଆ ୪-୧ ଗୋଲରେ ଆଗୁଆ ହୋଇ ଯାଇଥିଲା।

ତୃତୀୟ କ୍ୱାର୍ଟରରେ ବଲ୍‌ ଅଧିକାଂଶ ସମୟ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ରହିଥିଲା । ମ୍ୟାଚର ୪୩ତମ ମିନିଟରେ ଟିମ୍‌ ବ୍ରାଣ୍ଡ ଗୋଲ ଦେଇ ଅଷ୍ଟ୍ରେଲିଆକୁ ୫-୧ ଗୋଲରେ ଅଗ୍ରଣୀ କରାଇଥିଲେ । ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିବା ଭାରତ ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଭଲ ଖେଳିଥିଲା । ୫୩ତମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ରୂପିନ୍ଦରପାଲ ସିଂ ଏହାକୁ ଗୋଲରେ ପରିଣତ କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.