ନୂଆଦିଲ୍ଲୀ: ଏସିଆନ ଚମ୍ପିଆନ୍ସ୍ ଟ୍ରଫି ହକି ୨୦୨୧ରେ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଢାକାରେ ଖେଳାଯାଥିବା ଏହି ମ୍ୟାଚ୍ରେ ଭାରତ ଆକ୍ରାମକ ଖେଳ ପ୍ରଦର୍ଶନ କରି ଏହି ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ ।
ପ୍ରଥମ କ୍ବାର୍ଟର ସୁଦ୍ଧା ଭାରତ ୧-୦ ଗୋଲ୍ରେ ଆଗୁଆ ରହିଥିଲା । ଦ୍ବିତୀୟ କ୍ବାର୍ଟର ସୁଦ୍ଧା ଭାରତ ୧-୦ରେ ଆଗୁଆ ରହିଥିଲା । ଭାରତ ପକ୍ଷରୁ ଶଲାନନ୍ଦ ଲାକ୍ରା ଦ୍ବିତୀୟ ଗୋଲ୍ ଦେଇଥିଲେ । ଏହାପରେ ପାକିସ୍ତାନ ମଧ୍ୟ ଏକ ଗୋଲ୍ ଦେଇ ଖାତା ଖୋଲିଥିଲା । ତୃତୀୟ କ୍ବାର୍ଟର ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା । ୪୯ତମ ମିନିଟ୍ରେ ଭାରତକୁ ଆଉ ଏକ ଗୋଲ୍ ଦେବାର ସୁଯୋଗ ମିଳିଥିଲେ ସୁଦ୍ଧା ଆକାଶଦୀପ ଏହାକୁ ଗୋଲ୍ରେ ପରିଣତ କରି ପାରିନଥିଲେ ।
-
Highlights from our splendid win over Pakistan in 📸! 😍#IndiaKaGame #HeroACT2021 pic.twitter.com/1Tk9EsGGP2
— Hockey India (@TheHockeyIndia) December 17, 2021 " class="align-text-top noRightClick twitterSection" data="
">Highlights from our splendid win over Pakistan in 📸! 😍#IndiaKaGame #HeroACT2021 pic.twitter.com/1Tk9EsGGP2
— Hockey India (@TheHockeyIndia) December 17, 2021Highlights from our splendid win over Pakistan in 📸! 😍#IndiaKaGame #HeroACT2021 pic.twitter.com/1Tk9EsGGP2
— Hockey India (@TheHockeyIndia) December 17, 2021
ଶେଷରେ ୫୪ତମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହାର ଭରପୁର ଫାଇଦା ଉଠାଇଥିଲା ଭାରତ । ଭାରତ ପକ୍ଷରୁ ହରମନ୍ପ୍ରୀତ ସିଂହଙ୍କ ଏକ ଗୋଲ ଦେଇ ଭାରତକୁ ୩-୧ରେ ଆଗୁଆ ରଖିଥିଲେ ।
ଆଜିର ମ୍ୟାଚ୍ରେ ଗୋଲକିପର ସୁର କାରେକେରା ଜବରଦସ୍ତ ପ୍ରଦର୍ଶନ କରି ଦୁଇ ଦୁଇ ଥର ପାକିସ୍ତାନକୁ ଗୋଲ ଦେବାରୁ ରକ୍ଷା କରିଥିଲେ । ଶେଷରେ ଭାରତ ଏହି ମ୍ୟାଚ୍ରେ ବିଜୟ ହାସଲ କରଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ