ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଠାରୁ ଆରମ୍ଭ ହେବ ହକି ଅଲମ୍ପିକ କ୍ବାଲିଫାୟର ମ୍ୟାଚ । 2020 ଟୋକିଓ ଅଲମ୍ପିକ୍ସ ଟିକେଟ ହାତେଇବା ପାଇଁ ହେବ କଡ୍ଡା ଟକ୍କର । ଭାରତୀୟ ଦଳ ନଭେମ୍ବର 1 ଓ 2 ତାରିଖରେ ଋଷ ବିପକ୍ଷରେ ଲଢେଇ କରିବ ।
ତେବେ ଭାରତୀୟ ହକି ଦଳର ଷ୍ଟାର ଖେଳାଳି ସୁନୀଲ ସିଭି ଭାରତର ବିଜୟ ନେଇ ଆଶଙ୍କା ରହିଥିବା କହିଛନ୍ତି । ଏଥିସହିତ କିଏ ବିଜେତା ହେବ କହିବା କଷ୍ଟକର ବୋଲି ମଧ୍ୟ କହିଛନ୍ତି । ସୁନୀଲ କହିଛନ୍ତି କିଛି ବି ହୋଇପାରେ । କୌଣସି ବି ଟିମ ବିଜୟ ପାଇଁ ସକ୍ଷମ । ପୂର୍ବରୁ ଏହାର ଅନେକ ନଜିର ରହିଛି । ପୂର୍ବବର୍ଷ ବିଶ୍ବକପରେ ଫ୍ରାନ୍ସ , ଅଲମ୍ପିକ ଚମ୍ପିଆନ ଆର୍ଜେଣ୍ଟିନାକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ସେଥିପାଇଁ ଭାରତକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ ।
ଏପଟେ ପାକିସ୍ତାନ-ନେଦରଲାଣ୍ଡ, ସ୍ପେନ-ଫ୍ରାନ୍ସ ଓ କାନାଡା-ଆୟରଲାଣ୍ଡ ମଧ୍ୟରେ ଲଢେଇ ହେବ ।