ETV Bharat / sports

ହକି: ଆଜି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟର 2ୟ ମ୍ୟାଚ

କଳିଙ୍ଗ ଟ୍ରଫରେ ପୁଣି ଆଜି ଦୁଇଟି ମ୍ୟାଚ । ପ୍ରଥମ ମ୍ୟାଚ (ସନ୍ଧ୍ୟା 6ଟା)ରେ ଟିମ ଋଷିଆକୁ ଭେଟିବ ଭାରତୀୟ ପୁରୁଷ ଦଳ । ସେହିପରି 2ୟ ମ୍ୟାଚ (ସନ୍ଧ୍ୟା 8ଟା)ରେ ଟିମ ଆମେରିକାକୁ ଭେଟୁଛି ଭାରତୀୟ ମହିଳା ଦଳ ।

TODAY MATCH IN KALINGA STADIUM
author img

By

Published : Nov 6, 2019, 11:49 PM IST

ଭୁବନେଶ୍ବର: ପ୍ରଥମ ଦିନରେ ଭାରତୀୟ ( ମହିଳା ଓ ପୁରୁଷ) ଦଳର ଦବଦବା ପରେ 2ୟ ମ୍ୟାଚରେ ପୁଣି ଆଜି କମାଲ ଦେଖାଇବାକୁ ପଡିଆକୁ ଓହ୍ଲାଉଛି ଘରୋଇ ଦଳ । କଳିଙ୍ଗ ଟ୍ରଫରେ ପୁଣି ଆଜି ଦୁଇଟି ମ୍ୟାଚ ।

ପ୍ରଥମ ମ୍ୟାଚ (ସନ୍ଧ୍ୟା 6ଟା)ରେ ଟିମ ଋଷିଆକୁ ଭେଟିବ ଭାରତୀୟ ପୁରୁଷ ଦଳ । ସେହିପରି 2ୟ ମ୍ୟାଚ (ସନ୍ଧ୍ୟା 8ଟା)ରେ ଟିମ ଆମେରିକାକୁ ଭେଟୁଛି ଭାରତୀୟ ମହିଳା ଦଳ । ପ୍ରଥମ ମ୍ୟାଚକୁ ଉଭୟ ଦଳ କବଜା କରି ଅଲମ୍ପିକ ଯୋଗ୍ୟାତା ହାସଲ କରିଥିବା ବେଳେ 2ୟ ମ୍ୟାଚ ଜିତି ଘରୋଇ ମାଟରେ ଦବଦବା ବଢାଇବାକୁ ଲକ୍ଷ୍ୟ ରଖିଛି ।

ପ୍ରଥମ ମ୍ୟାଚରେ ରୁଷକୁ 4-2 ଗୋଲରେ ପରାସ୍ତ କରିଥିଲା ଭାରତୀୟ ପୁରୁଷ ଦଳ । ଦଳ ପକ୍ଷରୁ ମନଦୀପ ସିଂହ ଦୁଇଟି ଗୋଲ୍ ଦେଇଥିବା ବେଳେ ହରମନପ୍ରୀତ ସିଂହ ଓ ଏସଭି ସୁନୀଲ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ସେହିପରି କାଲିର ପ୍ରଥମ ମ୍ୟାଚରେ ବିରାଟ ବିଜୟ ହାସଲ କରିଥିଲା ଘରୋଇ ମହିଳା ଦଳ । ଆମେରିକାକୁ 5-1 ଗୋଲରେ ପରାସ୍ତ କରି ଗୋଟେ ପାଦ ଆଗକୁ ବଢିଥିଲା ଟିମ ରାଣୀ ରାମପାଲ । ଭାରତ ବିଜୟରେ ଗୁରଜିତ୍ କୌର୍ ଦୁଇଟି ଗୋଲ୍ ସ୍କୋର କରିଥିବା ବେଳେ ଲିଲିମା ମିଞ୍ଜ୍, ଶର୍ମିଳା ଦେବୀ ଓ ନଭନୀତ୍ କୌର୍ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.