ETV Bharat / sports

କୋରୋନା କାୟା, ସ୍ଥଗିତ ହେଲା ହକି ପ୍ରୋ' ଲିଗର ବାକି ମ୍ୟାଚ

ହକି ଉପରେ କୋରୋନା ମାଡ଼। କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ମାସରେ ହେବାକୁ ଥିବା ହକି ପ୍ରୋ' ଲିଗର ସମସ୍ତ ମ୍ୟାଚକୁ ସ୍ଥଗିତ ରଖାଯାଇଛି। ଅଧିକ ପଢ଼ନ୍ତୁ...

କୋରୋନା କାୟା, ସ୍ଥଗିତ ହେଲା ହକି ପ୍ରୋ' ଲିଗର ବାକି ମ୍ୟାଚ
କୋରୋନା କାୟା, ସ୍ଥଗିତ ହେଲା ହକି ପ୍ରୋ' ଲିଗର ବାକି ମ୍ୟାଚ
author img

By

Published : Mar 12, 2021, 9:19 PM IST

ନୂଆଦିଲ୍ଲୀ: ହକି ଉପରେ କୋରୋନା ମାଡ଼। କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ମାସରେ ହେବାକୁ ଥିବା ହକି ପ୍ରୋ' ଲିଗର ସମସ୍ତ ମ୍ୟାଚକୁ ସ୍ଥଗିତ ରଖାଯାଇଛି। ଏହାକୁ ନେଇ ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ବିଧିବଦ୍ଧ ଭାବରେ ସୂଚନା ଦିଆଯାଇଛି। କୋରୋନା ମହାମାରୀ କାରଣରୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଚୀନର ଖେଳାଳୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାକିଥିବା ମ୍ୟାଚକୁ ସ୍ଥଗିତ କାରଯାଇଛି।

ହକି ପ୍ରୋ' ଲିଗରେ ଏପ୍ରିଲ 10 ଓ 11 ତାରିଖରେ ଭାରତ ଜର୍ମାନୀ ସହ ମ୍ୟାଚ ଖେଳିବ। ଏହାପୂର୍ବରୁ ଜର୍ମାନୀ ମଧ୍ୟ ଆର୍ଜେଣ୍ଟିନାକୁ ଏପ୍ରିଲ 3 ଓ 4 ତାରିଖରେ ଭେଟିବା। ତେବେ ଏହି ମ୍ୟାଚଗୁଡ଼ିକୁ ବ୍ୟୁନସ ଆୟର୍ସକୁ ସ୍ଥାନାନ୍ତର କରାଯାଇଛି। ତେବେ ହକି ପ୍ରୋ' ଲିଗର ମହିଳା ବର୍ଗର ମ୍ୟାଚ ଜାରି ରହିବ।

ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, "ବିଶ୍ବରେ କୋରୋନା ଭାଇରସର ପ୍ରୋକୋପ ଯୋଗୁଁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଚୀନର ଖେଳାଳୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ହକି ପ୍ରୋ ଲିଗରେ ହେବାକୁ ଥିବା ବାକି ମ୍ୟାଚ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଉଛି।"

ଅନ୍ୟ ଦେଶକୁ ଯାତ୍ରା କରିବାରେ ସମସ୍ୟା ଦେଖା ଦେଉଥିବାରୁ ଏଭଳି ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ ହକି ମହାସଂଘ। କୋରୋନା ସଂକ୍ରମଣ ଯୋଗୁଁ ବହୁ ଦିନ ଧରି ହକି ବନ୍ଦ ରହିଥିଲା। ସମସ୍ତ କଟକଣା ସହ ପୁନଃ ହକି ଆରମ୍ଭ ହୋଇଥିବା ବେଳେ ପୁଣି କୋରୋନା କଳା ବାଦଲ ଦେଖା ଦେଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.