ETV Bharat / sports

ସହଯୋଗୀ ସାଜନ୍ତୁ ସରକାର, ମାଧ୍ୟମ ନୁହେଁ: ହକି ଓଡିଶା - ହକି ଇଣ୍ଡିଆ ବିରୋଧରେ ଅଭିଯୋଗ

ହକି ଇଣ୍ଡିଆ ବିରୋଧରେ ପୁଣି ଚଞ୍ଚକତା ଅଭିଯୋଗ ଆଣିଲା ଓଡିଶା ହକି ଓଡିଶା । ଅଧିକ ପଢନ୍ତୁ...

Hockey odisha secretary bring fresh allegation on Hockey India
ସହଯୋଗୀ ସାଜନ୍ତୁ ସରକାର, ମାଧ୍ୟମ ନୁହେଁ: ହକି ଓଡିଶା
author img

By

Published : Oct 2, 2021, 6:58 PM IST

Updated : Oct 2, 2021, 10:44 PM IST

କଟକ: ହକି ଇଣ୍ଡିଆ ବିରୋଧରେ ପୁଣି ଚଞ୍ଚକତା ଅଭିଯୋଗ ଆଣିଲା ଓଡିଶା ହକି ଆସୋସିଏସନ ବା ହକି ଓଡିଶା । ସମସ୍ତ କ୍ଷେତ୍ରରେ ରାଜ୍ୟ ସଂଘକୁ ଅଣଦେଖା କରାଯାଉଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସଂଘ ସମ୍ପାଦକ ପ୍ରତାପ ଶତପଥୀ ।

ସହଯୋଗୀ ସାଜନ୍ତୁ ସରକାର, ମାଧ୍ୟମ ନୁହେଁ: ହକି ଓଡିଶା

ହକି ଇଣ୍ଡିଆ ଗଠନ କରିଥିବା ଆଡ଼ହକ୍‌ କମିଟିକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା ହକି ଓଡିଶା । ଏହାପରେ ଜାତୀୟ ହକି ବୋର୍ଡ ସହ ହକି ଓଡିଶାର ବିଦାଦ ଘନେଇବାରେ ଲାଗିଛି । ଲୋଧା କମିଟି ନିୟମ ଓ ସୁପ୍ରିମକୋର୍ଟଙ୍କ ରାୟ ଦର୍ଶାଇ ରାଜ୍ୟ ସରକାରଙ୍କୁ ମଧ୍ୟ ପରୋକ୍ଷରେ କଟାକ୍ଷ କରିଛନ୍ତି ହକି ଓଡିଶା ସମ୍ପାଦକ ।

ଲୋଧା କମିଟିର ନିୟମ ଅନୁଯାୟୀ, କୌଣସି ରାଜ୍ୟ ସରକାର କୌଣସି କ୍ରୀଡା ପରିଚାଳନା ବୋର୍ଡରେ ପ୍ରତ୍ୟକ୍ଷ ହସ୍ତକ୍ଷେପ କରିବେ ନାହିଁ । ଏହାକୁ ମଧ୍ୟ ସୁପ୍ରିମକୋର୍ଟଙ୍କ ମୋହର ମାରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପ୍ରତାପ । ରାଜ୍ୟ ସରକାର ପ୍ରାୟୋଜକ ରହିପାରିବେ, ବୋର୍ଡକୁ ସହଯୋଗ କରିପାରିବେ । ମାତ୍ର ରାଜ୍ୟରେ ହକି ସଂଘ ଥିବାସତ୍ତ୍ବେ, ହକି ଇଣ୍ଡିଆ ଓଡିଶା ସରକାରଙ୍କ ସହ ସିଧାସଳଖ ଡିଲ୍‌ କରିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାର ରାଜ୍ୟରେ ବଡ ଷ୍ଟାଡିୟମ ନିର୍ମାଣ କରୁଛନ୍ତି, ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ତି । ଏହାଦ୍ବାରା ବିଦେଶୀ ଖେଳାଳି ବଡ ଟୁର୍ଣ୍ଣାମେଣ୍ଟରେ ଖେଳିବେ । ମାତ୍ର ତୃଣମୂଳ ସ୍ତରରେ ହକିର ଉନ୍ନତି ସାଙ୍ଗକୁ କିପରି ରାଜ୍ୟର ଅଧିକ ଖେଳାଳି ଜାତୀୟ ଦଳରେ ଖେଳିପାରିବେ, ସେନେଇ କୌଣସି ରୋଡମ୍ୟାପ୍‌ ନାହିଁ । ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ରେ ଜାତୀୟ ଦଳରେ ଦୁଇଜଣ ମହିଳା ଓ ଦୁଇଜଣ ପୁରୁଷ ଖେଳାଳି ଓଡିଶାରୁ ରହିଥିଲେ । ସେମାନେ ସମସ୍ତେ ହକି ଓଡିଶା ବ୍ୟାନରରୁ ଆସିଛନ୍ତି । ଅତୀତରେ ଦିଲ୍ଲୀପ ତିର୍କୀ, ଇଗ୍ନେଶ ତିର୍କୀ, ପ୍ରବୋଧ ତିର୍କୀ ଓଡିଶାର ଖେଳାଳି ହୋଇ ଭାରତୀୟ ଦଳର ଅଧିନାୟକ ମଧ୍ୟ ରହିଛନ୍ତି । ଓଡିଶାକୁ ବାଦ୍‌ ଦେଇ ହକିର ପରିକଳ୍ପନା କରାଯାଇନପାରେ । ଯଦି ସରକାର କ୍ରୀଡା ପରିଚାଳନା କରିବେ ତେବେ ଓଡିଶା ଅଲମ୍ପିକ ଆସୋସିଏସନ କିମ୍ବା ଭାରତୀୟ ଅଲମ୍ପିକ୍‌ ଆସୋସିଏସନ କଣ ରହିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ହକି ଓଡିଶା ସମ୍ପାଦକ ପ୍ରତାପ ଶତପଥୀ ।

ଆଗାମୀ ଦିନରେ ସରକାର ହକି ଓଡିଶାକୁ ବେଶୀ ଫୋକସ କଲେ ସଂଘରୁ ଅନେକ ଫାଇଦା ମିଳନ୍ତା ବୋଲି କହିଛନ୍ତି ହକି ଓଡିଶା ସମ୍ପାଦକ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated : Oct 2, 2021, 10:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.