ETV Bharat / sports

FIHର ବାର୍ଷିକ ପୁରସ୍କାର ସମାରୋହରେ ଭାରତୀୟଙ୍କ ଦବ୍‌ଦବା - ହରମନପ୍ରୀତ ସିଂହ ସର୍ବଶ୍ରେଷ୍ଠ ଖେଳାଳି

ଅନ୍ତର୍ଜାତୀୟ ହକି ମହାସଂଘ(FIH)ର ବାର୍ଷିକ ସମାରୋହରେ ପୁରସ୍କାର ପୋଛି ନେଲେ ଭାରତୀୟ ଖେଳାଳି । ବିଭିନ୍ନ ବିଭାଗରେ ଭାରତର ଉଭୟ ପୁରୁଷ ଓ ମହିଳା ବର୍ଗରେ ୫ଟି ପୁରସ୍କାର ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ...

FIHର ବାର୍ଷିକ ପୁରସ୍କାର ସମାରୋହରେ ଭାରତୀୟଙ୍କ ଦବ୍‌ଦବା

author img

By

Published : Oct 6, 2021, 6:03 PM IST

Updated : Oct 6, 2021, 8:58 PM IST

ଲୁସାନେ: ଅନ୍ତର୍ଜାତୀୟ ହକି ମହାସଂଘ(FIH)ର ବାର୍ଷିକ ସମାରୋହରେ ପୁରସ୍କାର ପୋଛିନେଲେ ଭାରତୀୟ ଖେଳାଳି । ବିଭିନ୍ନ ବିଭାଗରେ ଭାରତର ଉଭୟ ପୁରୁଷ ଓ ମହିଳା ବର୍ଗରେ ୫ଟି ପୁରସ୍କାର ହାସଲ କରିଛନ୍ତି । ଖାଲି ସେତିକି ନୁହେଁ ମହିଳା ଦଳର କୋଚ୍‌ଙ୍କୁ ମଧ୍ୟ ପୁରସ୍କୃତ କରିଛି FIH । ଏହାକୁ ନେଇ ହକି ଇଣ୍ଡିଆ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ।

ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ଐତିହାସିକ ବିଜୟ ହାସଲ କରି କାଂସ୍ୟ ପଦକ ହାତେଇଥିଲେ । ସେପଟେ ମହିଳ ଦଳ ମଧ୍ୟ ଦମଦାର ପ୍ରଦର୍ଶନ କରି ଅଳ୍ପକେ କାଂସ୍ୟ ପଦକକୁ ହାତଛଡ଼ା କରିଥିଲା । ଏହାକୁ ନେଇ FIH ହକି ଷ୍ଟାର ପୁରସ୍କାର ୨୦୨୦-୨୧ ପାଇଁ ଭାରତୀୟ ଖେଳାଳି ଓ କୋଚ୍‌ଙ୍କୁ ଅଧିକାଂଶ ପୁରସ୍କାର ପ୍ରଦାନ କରାଯାଇଛି ।

ମହିଳା ବିଭାଗରେ ଗୁରଜିତ କୌର ଓ ପୁରୁଷ ବିଭାଗରେ ହରମନପ୍ରୀତ ସିଂହଙ୍କୁ ନିଜନିଜ ବର୍ଗରେ ସର୍ବଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହାସହ ଦୁହିଁଙ୍କୁ ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ଦିଆଯାଇଛି । ଏହାଛଡ଼ା ସବିତା ପୁନିଆଙ୍କୁ ସର୍ବଶ୍ରେଷ୍ଠ ଗୋଲକିପର, ପିଆଇର ଶ୍ରୀଜେଶଙ୍କୁ ପୁରୁଷ ବିଭାଗରେ ସର୍ବଶ୍ରେଷ୍ଠ ଗୋଲକିପର, ଶର୍ମିଳା ଦେବୀଙ୍କୁ ସର୍ବଶ୍ରେଷ୍ଠ ଉଦୀୟମାନ ଷ୍ଟାର୍‌, ପୁରୁଷ ବିଭାଗରେ ବିବେକ ପ୍ରସାଦଙ୍କୁ ଶର୍ବଶ୍ରେଷ୍ଠ ଉଦୀୟମାନ ଷ୍ଟାର ଆୱାର୍ଡ ଦିଆଯାଇଛି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଭୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "FIH ବାର୍ଷିକ ସମାରୋହରେ ପୁରସ୍କାର ପାଇଥିବା ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଅଭିନନ୍ଦନ । ୨୦୨୧ ଟୋକିଓରେ ଭଲ ପ୍ରଦର୍ଶନ ଯୋଗୁଁ ଏସବୁ ସମ୍ଭବ ହୋଇ ପାରିଛି । ଏହାଦ୍ବାରା ଖେଳାଳିଙ୍କ ମନୋବଳ ସୁଦୃଢ଼ ହେବ ଓ ଆଗାମୀ ମ୍ୟାଚ ପାଇଁ ପ୍ରେରଣା ମିଳିବ। "

ଏହାସହ ମହିଳା ଦଳର କୋଚ୍‌ ଦାୟିତ୍ବ ବହନ କରିଥିବା ସୋର୍ଡ ମାରିନ୍‌ ଓ ପୁରଷ ଦଳର ମୁଖ୍ୟ କୋଚ୍‌ ଗ୍ରାହମ ରିଡଙ୍କୁ ପୁରସ୍କୃତ କରାଯାଇଛି । ରିଡ ଏବେବି ପୁରୁଷ ଦଳର ଦାୟିତ୍ବ ବହନ କରୁଥିବା ବେଳେ ଟୋକିଓ ଗେମ୍ସ ପରେ ସୋର୍ଡ ମାରିନଙ୍କ ଚୁକ୍ତି ଶେଷ ହୋଇଛି । ଏହି ସମସ୍ତ ପୁରସ୍କାର ପାଇଁ ଏକ ବିଶେଷ ମତ ନିଆଯାଇଥିଲା । ରାଷ୍ଟ୍ରୀୟ ସଂଘର ୫୦ ପ୍ରତିଶତ ମତ ନିଆଯାଇଥିଲା । ଏହାର ପ୍ରତିନିଧି ଥିଲେ ପ୍ରତ୍ୟେକ ଦଳର କୋଚ୍‌ ଓ କ୍ୟାପଟେନ । ଏହାପରେ ୨୫ ପ୍ରତିଶତ ମତ ସମସ୍ତ ଖେଳାଳିଙ୍କ ନିଯାଇଥିବା ବେଳେ ୨୫ ପ୍ରତିଶତ ମତ ମିଡିଆରୁ ନିଆଯାଇଥିଲା । ଏହାର ଆଧାରରେ ହିଁ ସମସ୍ତ ପୁରସ୍କାର ପ୍ରଦାନ କରିଛି FIH ।

ମୋଟ ୭୯ ରାଷ୍ଟ୍ରୀୟ ସଂଘଟ ଏହି ମତଦାନରେ ସାମିଲ ହୋଇଥିଲେ । ଏଥିରେ ଆଫ୍ରିକାର ୨୫ ସଦସ୍ୟରୁ ୧୧ ସଦସ୍ଯ, ଏସିଆର ୩୩ରୁ ୨୯ ସଦସ୍ୟ ଓ ଇୟୁରୋପର ୪୨ରୁ ୧୯ ସଦସ୍ୟ ଭାଗ ନେଇଥିଲେ । ସେହିଭଳି ଓସନିଆର ୮ରୁ ୩ ସଦସ୍ୟ ଓ ଆମେରିକାର ୩୦ରୁ ୧୭ ସଦସ୍ୟ ଭାଗ ନେଇଥିଲେ । ଖାଲି ସେତିକି ନୁହେଁ ରେକର୍ଡ ୩ ଲକ୍ଷ ଫ୍ୟାନ ଏହି ମତଦାନରେ ଭାଗ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 6, 2021, 8:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.