ETV Bharat / sports

ପୁରୁଷ ହକି ସିରିଜ ଫାଇନାଲ: ଟିମ୍ ଇଣ୍ଡିଆ ଘୋଷିତ, ଦଳରେ 2 ଓଡିଆ - bbsr

ହକି ଇଣ୍ଡିଆ ପକ୍ଷରୁ ମଙ୍ଗଳବାର 18 ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ମନପ୍ରିତ ସିଂ ଦଳର ନେତୃତ୍ବ ନେବେ ଏବଂ ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଉପଅଧିନାୟକ ଦାୟିତ୍ବ ତୁଲାଇବେ ।

ଫଟୋ ସୌଜନ୍ୟ-ପ୍ରତିନିଧି ଭୁବନେଶ୍ବର
author img

By

Published : May 28, 2019, 3:35 PM IST

ନୂଆଦିଲ୍ଲୀ: ଜୁନ 6 ରୁ ଆରମ୍ଭ ହେବ FIH ପୁରୁଷ ହକି ସିରିଜ ଫାଇନାଲ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ସେଥିପାଇଁ ହକି ଇଣ୍ଡିଆ ପକ୍ଷରୁ ମଙ୍ଗଳବାର 18 ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ମନପ୍ରିତ ସିଂ ଦଳର ନେତୃତ୍ବ ନେବେ ଏବଂ ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଉପଅଧିନାୟକ ଦାୟିତ୍ବ ତୁଲାଇବେ ।

ଭାରତୀୟ ଦଳରେ ଅଭିଜ୍ଞ ଗୋଲକପିପର ପିଆର ଶ୍ରିଜେସ, କିଶାନ ବି ପାଠାକ ଡିଭେଣ୍ଡର, ହରମନପ୍ରିତ ସିଂହ, ମନ୍ଦିପ ସିଂହ, ଆକାଶଦାଶ ସିଂହ, ରମଣଦିପ ସିଂହ, ଗୁରସାଅଭିଜିତ ସିଂହ, ସିମ୍ରନଜିତ ସିଂହ, ସୁରେନ୍ଦର କୁମାର, ବରୁନ କୁମାର, ଅମିତ ରୋହିଦାସ, ଗୁରିନ୍ଦର ସିଂହ, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ସୁମିତ, ନିଳକଣ୍ଠ ଶର୍ମା ସ୍ଥାନ ପାଇଛନ୍ତି ।

ଭିଡିଓ ସୌଜନ୍ୟ-ପ୍ରତିନିଧି ଭୁବନେଶ୍ବର

ଭାରତୀୟ ଦଳ ପୁଲ-A ରେ ସ୍ଥାନ ପାଇଛି । ଭାରତ ସହିତ ରୁଷ, ପୋଲାଣ୍ଡ, ଉଜବେକିସ୍ତାନ ରହିଛନ୍ତି । ପୁଲ-B ରେ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଜାପାନ, ମେକ୍ସିକୋ, ୟୁଏସଏ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି ।

ଭାରତ ତା'ର ପ୍ରଥମ ମ୍ୟାଚ ଋଷ ବିପକ୍ଷରେ ଖେଳିବ । ସବୁ ଖେଳାଳି ଫର୍ମରେ ଅଛନ୍ତି । ଭାରତ ଘରୋଇ ପରିବେଶରେ ଭଲ ଖେଳି ଏବଂ ଏହି ସିରିଜକୁ ଶୀର୍ଷରେ ଶେଷ କରି ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟ ରଖିଛି । ଏମିତି ଦୃଢୋକ୍ତି ପ୍ରକାଶ କରିଛନ୍ତି ହକି ଟିମ ଇଣ୍ଡିଆର କୋଚ ଗ୍ରାହମ ରେଡ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

fghfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.