ETV Bharat / sports

ଜାତୀୟ ହକି ପୁରୁଷ ପ୍ରଶିକ୍ଷଣ ଶିବିରରେ 2 ଓଡିଆ - amit rohidas

ଜାତୀୟ ହକି ପୁରୁଷ ପ୍ରଶିକ୍ଷଣ ଶିବିରରେ 22 ଖେଳାଳିଙ୍କ ମଧ୍ୟରେ 2 ଓଡିଆ ଖେଳାଳି ସାମିଲ ଅଛନ୍ତି । ସେମାନେ ହେଲେ, ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା । ଆସନ୍ତକାଲି ଠାରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ ।

ହକି
author img

By

Published : Oct 13, 2019, 9:40 PM IST

ନୂଆଦିଲ୍ଲୀ: ଆଜି ଜାତୀୟ ହକି ପୁରୁଷ ପ୍ରଶିକ୍ଷଣ ଶିବିର ପାଇଁ 22ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି । ସମସ୍ତ ଖେଳାଳି ଆସନ୍ତକାଲି ଅର୍ଥାତ୍‌ 14ଅକ୍ଟୋବର ସୋମବାର ଦିନ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟକୋଚ ଗ୍ରାହମ ରିଡଙ୍କୁ ରିପୋର୍ଟ କରିବେ ।

ତେବେ ଏହି 22ଜଣ ଖେଳାଳିଙ୍କ ମଧ୍ୟରେ ଓଡିଶାରୁ 2ଜଣ ଖେଳାଳି ସାମିଲ ଅଛନ୍ତି । ସେମାନେ ହେଲେ, ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ।

ସୂଚନାଥାଉକି, ଆସନ୍ତା ନଭେମ୍ବର 1ଓ2 ତାରିଖରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ କଳିଙ୍ଗ ଷ୍ଟାଡିୟମ ଠାରେ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବେ ।
ଏଥିପାଇଁ 14ତାରିଖରୁ ଜାତୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବାକୁ ଯାଉଛି ।

ଭାରତୀୟ ପୁରୁଷ ଦଳ କିଛି ଦିନ ତଳେ ବେଲଜିୟମ ଗସ୍ତରେ ଯାଇ ସଫଳ ପୂର୍ବକ ସ୍ବେଦଶ ଫେରିଛନ୍ତି । ଫଳରେ ଟିମ୍‌ର ଆତ୍ମବିଶ୍ବାସ ସୁଦୃଢ ରହିଥିବା ଓ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଲାଭ ମିଳିବ ବୋଲି ମୁଖ୍ୟ କୋଚ କହିଛନ୍ତି ।

22ଜଣିଆ ଦଳ: ପିଆର ଶ୍ରୀଜେଶ, କ୍ରିଷ୍ଣନ ବାହାଦୂର ପାଠକ, ହରମନପ୍ରୀତ ସିଂ, ବରୁଣ କୁମାର, ସୁରେନ୍ଦ୍ର କୁମାର, ବିରେନ୍ଦ୍ର ଲାକ୍ରା, ରୁପିନ୍ଦର ପାଲ ସିଂ, ଗୁରିନ୍ଦର ସିଂ, ଅମିତ ରୋହିଦାସ, କୋଥଜିତ ସିଂ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଳକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ସିମରନଜିତ ସିଂ, ଅକାଶଦୀପ ସିଂ, ରମଣଦୀପ ସିଂ, ଏସ ଭି ସୁନୀଲ, ମନଦୀପ ସିଂ, ଲଳିତ ଉପଧ୍ୟାୟ, ଗୁରସାହିବଜିତ ସିଂ, ସମଶେର ସିଂ

Intro:Body:

aaa

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.