ETV Bharat / sports

U19 ମହିଳା ବିଶ୍ବକପ: ୧୮ ଜଣିଆ ଦଳ ଘୋଷିତ, ୨ ଓଡିଆ ଖେଳାଳି ସାମିଲ

author img

By

Published : Nov 15, 2021, 1:30 PM IST

Updated : Nov 15, 2021, 3:16 PM IST

ଜୁନିଅର ହକି ବିଶ୍ବକପ ପାଇଁ ପୁରୁଷ ଟିମ ଘୋଷଣା ପରେ ମହିଳା ହକି ଟିମ ଘୋଷଣା କରିଛି ହକି ଇଣ୍ଡିଆ । ୧୮ ଜଣିଆ ଜୁନିୟର ମହିଳା ଦଳ ଘୋଷଣା ହୋଇଛି । ଅଧିକ ପଢନ୍ତୁ

U19 ହକି : ୧୮ ଜଣିଆ ମହିଳା ଦଳ ଘୋଷିତ
U19 ହକି : ୧୮ ଜଣିଆ ମହିଳା ଦଳ ଘୋଷିତ

ନୂଆଦିଲ୍ଲୀ: ସବୁ ଅପେକ୍ଷାର ଘଟିଲା ଅନ୍ତ । ଜୁନିଅର ହକି ବିଶ୍ବକପ ପାଇଁ ପୁରୁଷ ହକି ଟିମ ଘୋଷଣା ପରେ ଜୁନିୟର ମହିଳା ହକି ଟିମ ଘୋଷଣା କରିଛି ହକି ଇଣ୍ଡିଆ । ୧୮ ଜଣିଆ ଜୁନିୟର ମହିଳା ଦଳ ଘୋଷଣା ହୋଇଛି । ଅଜମିନା କୁଜୁର ଓ ଜିୱାନ କିଶୋରୀ ଟପ୍ପୋ ଦୁଇ ଓଡିଆ ଖେଳାଳି ସାମିଲ । ୬ ଡିସେମ୍ବରରେ ଋଷିଆ ବପକ୍ଷରେ ଖେଳିବ ଭାରତ ।

ମହିଳା ଜୁନିଅର ବିଶ୍ବକପ ଦକ୍ଷିଣ ଆଫ୍ରିକା 2021 ପାଇଁ ଖେଳିବ ଟିମ । ଡିସେମ୍ବର ୫ ରୁ ଆରମ୍ଭ ହେବ ଖେଳ । ୧୬ଟି ଦଳ ଅଶଂଗ୍ରହଣ କରିବେ । ପୂର୍ବରୁ ଆର୍ଜେଣ୍ଟିନା ଏହି ଟାଇଟଲ ଜିତିଥିଲା । ଏହି ସମ୍ମାନଜନକ ଇଭେଣ୍ଟରେ ଭାରତର ସର୍ବୋତ୍ତମ ପ୍ରଦର୍ଶନ 2013ରେ ଦେଖିବାକୁ ମିଳିଥିଲା ​​ଯେଉଁଠାରେ ସେମାନେ ଇଂଲଣ୍ଡକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିଲେ।

ଇଣ୍ଡିଆନ୍ ଜୁନିଅର ମହିଳା ଦଳ ଟୋକିଓ ଅଲିମ୍ପିକ୍ସରେ ଭାରତର ଐତିହାସିକ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିବା ଲାଲରେମେସିଆମିଙ୍କୁ ଦେଖିବାକୁ ମିଳିବ । ସେ ନେତୃତ୍ବ ନେବେ । ଦଳର ଉପ ଅଧିନାୟକତ୍ବ ଗ୍ରହଣ କରିବେ ଈଶିକା ଚୌଧୁରୀ । ପ୍ରିତୀ ଏବଂ ପ୍ରଭଲିନ କୌରଙ୍କୁ ବିକଳ୍ପ ଖେଳାଳି ଭାବରେ ମନୋନୀତ କରାଯାଇଛି । ଖେଳ ସମୟରେ କେହି ଯଦି ଆଘାତ ହୁଅନ୍ତ ଏ ଦୁଇଜଣ ସେମାନଙ୍କ ପରିବର୍ତ୍ତେ ଖେଳିବେ ।

ମହିଳା ଦଳ: ବିଛୁ ଦେବୀ ଖରିବାମ, ଖୁସବୋ, ଆକଶାତା ଆବାସୋ ଢେକଲା, ଇଶିକା ଚୌଧୁରୀ, ପ୍ରିୟଙ୍କା,ମାରିନା ଲାଲ୍ରାମଙ୍ଗହାକି,ଅଜମିନା କୁଜୁର, ବଲଜିତ କୌର, ରିତ, ବୌଷ୍ଣବୀ ଭିତାଲ ଫାଲକେ, ସାଲିମା ଟେଟେ, ଶର୍ମିଳା ଦେବୀ, ଲାଲେରେସିଆମି,ବିୟୁଟି ଡଙ୍ଗଡଙ୍ଗ, ଦୀପିକା, ମୁମତାଜ ଖାନ,ସଙ୍ଗୀତା କୁମାରୀ, ଜିୱାନୀ କିଶୋରୀ ଟପ୍ପୋ ସାମିଲ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Nov 15, 2021, 3:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.