ETV Bharat / sports

ଉତ୍ତର ପ୍ରଦେଶକୁ 10-0ରେ ହରାଇ ଫାଇନାଲରେ ହରିୟାଣା - ହକି ଇଣ୍ଡିଆ ନ୍ୟାସନାଲ ଚମ୍ପିଆନସିପ୍‌

11ତମ ହକି ଇଣ୍ଡିଆ ସବ୍‌-ଜୁନିୟର ମହିଳା ନ୍ୟାସନାଲ ଚମ୍ପିଆନସିପ୍‌ 2021ର ପ୍ରଥମ ସେମିଫାଇନାଲରେ ଉତ୍ତର ପ୍ରଦେଶକୁ 10-0ରେ ହରାଇ ଫାଇନାଲରେ ହରିୟାଣା । ଅଧିକ ପଢନ୍ତୁ...

Hariyana won national hockey semifinal match in simdega
ଉତ୍ତର ପ୍ରଦେଶକୁ 10-0ରେ ହରାଇ ଫାଇନାଲରେ ହରିୟାଣା
author img

By

Published : Mar 17, 2021, 6:01 PM IST

ସିମଦେଗା: 11ତମ ହକି ଇଣ୍ଡିଆ ସବ୍‌-ଜୁନିୟର ମହିଳା ନ୍ୟାସନାଲ ଚମ୍ପିଆନସିପ୍‌ 2021ର ପ୍ରଥମ ସେମିଫାଇନାଲ ବୁଧବାର ଖେଳାଯାଇଛି । ଯେଉଁଥିରେ ହରିୟାଣା ଉତ୍ତର ପ୍ରଦେଶକୁ 10-0ରେ ହରାଇ ଫାଇନାଲରେ ସ୍ଥାନ ହାସଲ କରିଛି ।

ନ୍ୟାସନାଲ ହକି ଚମ୍ପିଆନସିପର ପ୍ରଥମ ସେମିଫାଇନାଲ ହରିୟାଣା ଓ ୟୁପି ମଧ୍ୟରେ ଖେଳାଯାଇଥିଲା । ମ୍ୟାଚ ଆରମ୍ଭ ପୂର୍ବରୁ ଉପାୟୁକ୍ତ ସୁଶାନ୍ତ ଗୌରବ ସମସ୍ତ ଖେଳାଳିଙ୍କୁ ଭେଟିବା ସହ ଶୁଭେଚ୍ଛା ଜଣାଇଥିଲେ । ପରେ ହରିୟାଣା ଓ ୟୁପି ମଧ୍ୟରେ ସେମିଫାଇନାଲ ମହାମୁକାବିଲା ଆରମ୍ଭ ହୋଇଥିଲା । ମ୍ୟାଚରେ ହରିୟାଣା ଟିମ ପ୍ରଭାବୀ ପ୍ରଦର୍ଶନ ସହ 10-0ରେ ୟୁପିକୁ ହରାଇ ଫାଇନାଲ ଟିକେଟ ହାସଲ କରିଛି ।

ହରିୟାଣା ପକ୍ଷରୁ ପ୍ରଥମ ଗୋଲ୍‌ ଚତୁର୍ଥ ମିନିଟରେ ତମନ୍ନା, ଦ୍ବିତୀୟ ଗୋଲ୍‌ ନବମ ମିନିଟରେ ସେଜଲ, 17ତମ ମିନିଟରେ ତୃତୀୟ ଗୋଲ୍‌ ଶଶି, ଚତୁର୍ଥ ଗୋଲ୍‌ 19ତମ ମିନିଟରେ କନିକା, 25ତମ ମିନିଟରେ 5ମ ଗୋଲ୍‌ ଇଶିକା, ଷଷ୍ଠ ଗୋଲ୍‌ 34ତମ ମିନିଟରେ କନିକା, ସପ୍ତମ ଗୋଲ୍‌ 38ତମ ମିନିଟରେ ଇଶିକା, ଅଷ୍ଟମ ଗୋଲ୍‌ 48ତମ ମିନିଟରେ ବେହତରୀ, ନବମ ଗୋଲ୍‌ 53ତମ ମିନିଟରେ ତମନ୍ନା ଓ ଦଶମ ଗୋଲ୍‌ 55ତମ ମିନିଟରେ ତମନ୍ନା କରିଥିଲେ ।

ସେମିଫାଇନାଲରେ ବିଜୟ ପରେ ହରିୟାଣା ଟିମ ବେଶ ଉତ୍ସାହିତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.